ଟ୍ବେଣ୍ଟି-୨୦ ବିଶ୍ବକପ – ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକଙ୍କ ଆବେଦନଗୁଡ଼ିକୁ ଖାରଜ କଲେ  ଆଇସିସି

ଟ୍ବେଣ୍ଟି-୨୦ ବିଶ୍ବକପ – ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକଙ୍କ ଆବେଦନଗୁଡ଼ିକୁ ଖାରଜ କଲେ ଆଇସିସି

ବାଂଲାଦେଶକୁ ଆଉ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶ ଦଳକୁ ବାହାର କରିବା ପରେ ଏବେ ବାଂଲାଦେଶୀ କ୍ରୀଡ଼ା ସାମ୍ବାଦିକମାନଙ୍କୁ ଅନୁମତି ଦେବାକୁ ମନାକରିଦେଇଛି ।ସୂଚନା ଅନୁସାରେ ବାଂଲାଦେଶର ବିଭିନ୍ନ ଗଣମାଧ୍ୟମ ପାଇଁ କାମ କରୁଥିବା ପ୍ରାୟ ୧୫୦ ଜଣ କ୍ରୀଡ଼ା ସାମ୍ବାଦିକ ବିଶ୍ବକପ୍ ରିପୋର୍ଟ ନିମନ୍ତେ ଅଧିସ୍ବୀକୃତି ପାଇଁ ଆଇସିସି ନିକଟରେ ଆବେଦନ କରିଥିଲେ । କିନ୍ତୁ ଆଇସିସି ସେମାନଙ୍କ ଆବେଦନଗୁଡ଼ିକୁ ଖାରଜ କରିଦେଇଛି । ଇ-ମେଲ୍ ମାଧ୍ୟମରେ ଏହି ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକମାନଙ୍କୁ ଜଣାଇଦିଆଯାଇଛି । ଏପରିକି କେତେକ ସାମ୍ବାଦିକଙ୍କୁ ପୂର୍ବରୁ ଆଇସିସି ପକ୍ଷରୁ ଅନୁମତି ଦିଆଯାଇଥିଲା । କିନ୍ତୁ ବାଂଲାଦେଶ କ୍ରିକେଟ୍ ଦଳକୁ ବିଶ୍ବକପରୁ ବାହାର କରାଯିବା ପରେ ସେମାନଙ୍କୁ ଆବେନନଗୁଡ଼ିକୁ ରଦ୍ଦ କରିଦିଆଯାଇଥିଲା । 

Posted in ଖେଳ.