୩୦ ଜୁନ ୨୦୨୬ରେ କାଗଜ ନୋଟ୍ ହଟାଇ ତା ସ୍ଥାନରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନକୁ ଆଣିବାକୁ ଯାଉଥିବା ଦାବି କୁ ଅମାନ୍ୟ କଲେ କେନ୍ଦ୍ର ସରକାର

୩୦ ଜୁନ ୨୦୨୬ରେ କାଗଜ ନୋଟ୍ ହଟାଇ ତା ସ୍ଥାନରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନକୁ ଆଣିବାକୁ ଯାଉଥିବା ଦାବି କୁ ଅମାନ୍ୟ କଲେ କେନ୍ଦ୍ର ସରକାର

ଭାରତ ସରକାର ଇଣ୍ଟରନେଟ୍ ମିଡିଆରେ ପ୍ରସାର ହେଉଥିବା ସେହି ସବୁ ଖବରକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଚଳିତମାସ ଶେଷ ସୁଦ୍ଧା ସବୁ କାଗଜ ନୋଟ ହଟାଇ ଦେଶରେ ପ୍ଲାଷ୍ଟିକ ନୋଟ୍ ପ୍ରଚଳନ କରିବେ ବୋଲି ଦାବି କରାଯାଉଛି। ସରକାର ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଏପରି କୌଣସି ନିର୍ଦ୍ଦେଶ ଜାରି କରି ନାହାନ୍ତି ଓ କାଗଜ ମୁଦ୍ରା ପୂର୍ବବତ୍ ପ୍ରଚଳନରେ ରହିବ।

ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଫ୍ୟାକ୍ଟ ଚେକ୍ ‘ଏକ୍ସ’ରେ କହିଛି ଯେ ଇଣ୍ଟରନେଟ୍ ମିଡିଆରେ ପ୍ରସାରିତ ହେଉଥିବା ଅନେକ ପୋଷ୍ଟରେ ଆରବିଆଇ ୩୦ ଜୁନ ୨୦୨୬ରେ କାଗଜ ନୋଟ୍ ହଟାଇ ତା ସ୍ଥାନରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନକୁ ଆଣିବାକୁ ଯାଉଥିବା ଦାବି କରୁଛନ୍ତି। ତେବେ ଏପରି ଦାବି ସମ୍ପୂର୍ଣ୍ଣ କପୋଳ କଳ୍ପିତ ଓ ଏଥିରେ କୌଣସି ସତ୍ୟତା ନାହିଁ। ପିଆଇବି କହିଛନ୍ତି ଯେ ଏପରି ଦାବି ସମ୍ପୂର୍ଣ୍ଣ ଭୁଲ। ଏଥିରେ ଅର୍ଥ ମନ୍ତ୍ରାଳୟ ଅଧିକାରୀ ଏ କଥା ଉପରେ ଜୋର ଦେଇଛନ୍ତି ଯେ ମେସେଜିଂ ଆପ୍ ରେ ସମ୍ବେଦନଶୀଳ ବିତ୍ତିୟ ଖବର ପ୍ରସାରଣ ପୂର୍ବରୁ ସାବଧାନତା ଅବଲମ୍ବନ କରାଯିବା ଆବଶ୍ୟକ ।

ସେମାନେ କହିଛନ୍ତି ଯେ ଏପରି ମୁଦ୍ରା ପରିବର୍ତ୍ତନ ସମ୍ପର୍କିତ ଖବର ପ୍ରାୟତଃ ବ୍ୟବସାୟୀ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଅନାବଶ୍ୟକ ଭ୍ରମ ଓ ଚିନ୍ତା ଉଦ୍ରେକ କରିଥାଏ। ପିଆଇବି ଫ୍ୟାକ୍ଟ ଚେକ୍ ହ୍ୟାଣ୍ଡେଲରେ କୁହାଯାଇଛି ଯେ ସଠିକ ସୂଚନା ନିମନ୍ତେ ସର୍ବଦା ଆରବିଆଇଙ୍କ ଅଧିକାରୀଙ୍କ ୱେବସାଇଟ୍ ଆରବିଆଇ ଡଟ୍ ଓଆରଜି ଡଟ୍ ଇନ୍ ଦେଖନ୍ତୁ। ତେବେ ନିକଟ ଭବିଷ୍ୟତରେ ସରକାରଙ୍କର ଏପରି କୌଣସି ଯୋଜନା ନଥିବା ଏଥିରେ ସ୍ପଷ୍ଟ କରିଦିଆଯାଇଛି। ଏଣୁ ଏପରି ଖବରକୁ ନେଇ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି।

Posted in ରାଜ୍ୟ, ଦେଶ ବିଦେଶ and tagged .