ଦୁର୍ଘଟଣାର ଶିକାର ହେବା ପରେ  ନିଟ୍ ପରୀକ୍ଷା ଦେଲେ ଛାତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦେଶ କ୍ରମେ ହେଲା ସ୍ବତନ୍ତ୍ର ବ୍ୟବସ୍ଥା

ଦୁର୍ଘଟଣାର ଶିକାର ହେବା ପରେ ନିଟ୍ ପରୀକ୍ଷା ଦେଲେ ଛାତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦେଶ କ୍ରମେ ହେଲା ସ୍ବତନ୍ତ୍ର ବ୍ୟବସ୍ଥା

NEET ପେପର ଲିକ୍ ପରେ ଜୁନ୍ ୨୧ରେ ପୁନଃ ନିଟ୍ ପରୀକ୍ଷା ହେଉଛି । ୨୨ ଲକ୍ଷରୁ ଅଧିକ ଛାତ୍ର ଏହି ପରୀକ୍ଷା ଦେଉଛନ୍ତି । ଏହାରି ଭିତରେ ଜଣେ ଛାତ୍ରୀଙ୍କ କାହାଣୀ ସାମନାକୁ ଆସିଛି । ଛାତ୍ରୀ ଜଣକ ବଡ଼ ଦୁର୍ଘଟଣାର ଶିକାର ହେବା ପରେ ବି ହାର ନ ମାନି ନିଟ୍ ପରୀକ୍ଷା ଦେବାକୁ ଆସିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏହି ଛାତ୍ରୀଙ୍କ ନିବେଦନକୁ ଗ୍ରହଣ କରିଥିଲେ ଏବଂ ଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ଅଲଗା ରୁମ୍ ବ୍ୟବସ୍ଥା କରିଥିଲେ । ଦୁର୍ଘଟଣାରେ ଶରୀର ୯ ପଞ୍ଜାର ଭାଙ୍ଗିବା ପରେ ବି ସୃଷ୍ଟି ଦୁବେ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କର ଏହି ନିଷ୍ପତ୍ତିରେ ପ୍ରଶାସନ ମଧ୍ୟ ପୂର୍ଣ୍ଣ ସହଯୋଗ କରିଥିଲା ।

ସାହାଯ୍ୟ ପାଇଁ ନିବେଦନ କରିଥିଲେ ଛାତ୍ରୀ ବାପା

ଘଟଣାଟି କୋଲକାତାର ଧାକୁରିଆ କେନ୍ଦ୍ରରେ ଘଟିଛି । ବିନୋଦିନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବାପା ଶିଶରାମ ଦୁବେ କହିଛନ୍ତି ଯେ ତାଙ୍କ ଝିଅ ଜୁନ୍ ୧୪ ତାରିଖରେ ଏକ ଗୁରୁତର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲା, ଯେଉଁଥିରେ ନଅଟି ପଞ୍ଜରା ଭାଙ୍ଗିଯାଇଥିଲା । ଏପରିକି ତା’ର ଫୁସଫୁସ ମଧ୍ୟ ଗୁରୁତର ଭାବରେ ଆଘାତ ହୋଇଛି । ଦୁର୍ଘଟଣା ପରେ, ତାଙ୍କର ଏକ ବଡ଼ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ସେ କିଛି ଦିନ ପାଇଁ ଭେଣ୍ଟିଲେଟରରେ ଥିଲେ । ବର୍ତ୍ତମାନ ଭେଣ୍ଟିଲେଟର ବାହାରକୁ ଆସିଛନ୍ତି ଏବଂ ଅବସ୍ଥା ସୁଧୁରୁଛି ।

ସୃଷ୍ଟି ଯେତେବେଳେ ତାଙ୍କ ବାପାଙ୍କୁ କହିଥିଲେ ଯେ ସେ ନିଟ୍ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ସେ ଶିକ୍ଷା ମନ୍ତ୍ରୀଙ୍କୁ ଆବେଦନ କରିଥିଲେ । ତାଙ୍କ ଚିଠିରେ ସେ ଲେଖିଛନ୍ତି, “ଆଇଏଲଏସ୍ ହସ୍ପିଟାଲ ଆମକୁ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସମେତ ଚିକିତ୍ସା ସହାୟତା ଯୋଗାଇବାକୁ ପ୍ରସ୍ତୁତ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୟାକରି ମୋ ଝିଅକୁ ପରୀକ୍ଷା ଦେବାକୁ ଅନୁମତି ଦିଅନ୍ତୁ । ଯଦି ଆପଣ ପରୀକ୍ଷା କେନ୍ଦ୍ରକୁ ଜଣାଇପାରିବେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇପାରିବ । ସେ ମେଡିକାଲ୍ ଡ୍ରେସରେ ହିଁ ପରୀକ୍ଷା ଦେବେ । ଏହା ସହିତ, ତାଙ୍କୁ ଚିକିତ୍ସା ଉପକରଣ ସହିତ ପରୀକ୍ଷା ଦେବାକୁ ଅନୁମତି ଦିଆଯିବା ଉଚିତ ।”

ଶିକ୍ଷା ମନ୍ତ୍ରୀଙ୍କ ପଦକ୍ଷେପ

ଛାତ୍ରୀଙ୍କ ବାପା କରିଖଇବା ଆବେଦନ ପରେ, ଶିକ୍ଷା ମନ୍ତ୍ରୀ ମାନବୀୟ ପଦକ୍ଷେପ ନେଇଥିଲେ ଏବଂ ପରୀକ୍ଷା କେନ୍ଦ୍ରରେ ଛାତ୍ରୀଙ୍କ ପାଇଁ ଏକ ଅଲଗା ରୁମ୍ ବ୍ୟବସ୍ଥା କରିଥିଲେ । ଏହା ବ୍ୟତୀତ, ପରୀକ୍ଷା କେନ୍ଦ୍ର ବାହାରେ ଚିକିତ୍ସା ସହାୟତା ଏବଂ ଏକ ଆମ୍ବୁଲାନ୍ସ ରଖାଯାଇଛି । ସମସ୍ତ ବ୍ୟବସ୍ଥା ପାଇଁ ସୃଷ୍ଟିଙ୍କ ବାପା-ମାଆ ଫୋନ୍ ମାଧ୍ୟମରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ରସ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Posted in ଦେଶ ବିଦେଶ.