ରାଜ୍ୟରେ ବିଗୁଡ଼ୁଛି ବନ୍ୟା ସ୍ଥିତି: ଆଜି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କରିବେ ନିରୀକ୍ଷଣ

ରାଜ୍ୟରେ ବିଗୁଡ଼ୁଛି ବନ୍ୟା ସ୍ଥିତି: ଆଜି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କରିବେ ନିରୀକ୍ଷଣ

ରାଜ୍ୟରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି। ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସଂକଟଜନକ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନିଜେ ସ୍ଥିତି ଅନୁଧ୍ୟାନ କରିବାକୁ ଯାଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆଜି ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶମାର୍ଗରୁ ନିରୀକ୍ଷଣ (ଏରିଆଲ ସର୍ଭେ) କରିବେ। ବନ୍ୟା ପ୍ରପୀଡ଼ିତ ଜିଲ୍ଲାଗୁଡ଼ିକରେ କେତେ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଏବଂ ଜଳବନ୍ଦୀ ଜନସାଧାରଣଙ୍କ ପାଖରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କିପରି ଚାଲିଛି, ସେ ନେଇ ସେ ସିଧାସଳଖ ସମୀକ୍ଷା କରିବେ।

ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ କରି ପରବର୍ତ୍ତୀ ପଦକ୍ଷେପ ଓ ସହାୟତା ରାଶି ନେଇ ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି।ରାଜ୍ୟରେ ବନ୍ୟା ସ୍ଥିତି ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି। ଅବଶ୍ୟ ଏହାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି। ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ବେଳେ, ସେମାନଙ୍କୁ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ଯୋଗାଇଦିଆଯାଉଛି। ଏହି କ୍ରମରେ ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

ମହାନଦୀରେ ଜଳ ପ୍ରଭାବିତ ହେଉଥିବା କଟକ ମୁଣ୍ଡଳୀ ଠାରେ ୧୨ ଲକ୍ଷରୁ ଉର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରଭାବିତ ହେଉଛି। ଫଳରେ ରାତି ସୁଦ୍ଧା ପୁରୀ ଜିଲ୍ଲାରେ ଥିବା ପ୍ରଭାବିତ ଅଞ୍ଚଳ ଯେପରିକି ନିମାପଡ଼ା ବ୍ଲକର ଧନୁଆ, ଦେବୀ ନଦୀ, ରାଜୁଆ ନଦୀ ଏବଂ ପିପିଲି ଡେଲାଙ୍ଗ ବ୍ଲକରେ ପ୍ରଭାବିତ ହେଉଥିବା ଦୟାନଦୀର ପାଣି ରାତି ସୁଦ୍ଧା ବନ୍ଧ ଉପରକୁ ଜଳସ୍ତର ଉଠିପାରେ। ତେଣୁ ଏହାର ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ବନ୍ଧ ଉପରକୁ ପାଣି ଉଠିବା ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ବାଲି ବସ୍ତା ବନ୍ଧ ଉପରେ ପକାଇବେ।ସେହଭଳି ପ୍ରତ୍ୟେକ ପଞ୍ଚାୟତର ପରିସ୍ଥିତି ବ୍ଲକର ପିଇଓମାନେ ଅନୁଧ୍ୟାନ କରି କଣ୍ଟ୍ରୋଲ ରୁମକୁ ରିପୋର୍ଟ ଦେବେ। ଅଗ୍ନିଶମ ବିଭାଗ ଓଡ୍ରାଫ ଟିମକୁ ନେଇ ପ୍ରଭାବିତ ଜାଗାରେ ସଜାଗ ହୋଇ ରହିବାକୁ ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲାପାଳ। ସ୍ବାସ୍ଥ୍ୟ ବିଭାଗ ସହିତ ଅନ୍ୟାନ୍ୟ ସମସ୍ତ ବିଭାଗ ସଜାଗ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Posted in ଦେଶ ବିଦେଶ.