ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ,ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ,ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସୋମବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପାଟୀଙ୍କ ସ୍ଥାନ ନେବେ। ବ୍ରଜ ମୋହନ ରାମଙ୍କ ନିଯୁକ୍ତି ସହିତ ଓଡ଼ିଶାର ରାଜ୍ୟପାଳ ପଦରେ ପରିବର୍ତ୍ତନ ହୋଇଛି। ତେବେ ସେ କେବେ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ, ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ।

ସୂଚନାଥାଉକି, ବ୍ରଜ ମୋହନ ରାମ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତା ଏବଂ ପୂର୍ବତନ ଲୋକସଭା ସାଂସଦ । ସେ ଝାଡ଼ଖଣ୍ଡର ପାଲାମୁ ଲୋକସଭା ଆସନରୁ ବିଜେପି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ୧୯୯୬, ୧୯୯୮ ଓ ୧୯୯୯ ମସିହାରେ ସେ କ୍ରମାଗତ ଭାବେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ।ଲୋକସଭା ସାଂସଦ ହେବା ପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ। ଏହା ସହିତ ସେ ଝାଡ଼ଖଣ୍ଡରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ୧୯୫୮ ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାଠାରେ ତାଙ୍କର ଜନ୍ମ । ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ୧୯୮୧ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ରାଜନୀତି ସହିତ କୃଷି କାର୍ଯ୍ୟ ମଧ୍ୟ ତାଙ୍କର ବୃତ୍ତି ଭାବେ ଉଲ୍ଲେଖ ରହିଛି।

Posted in ରାଜ୍ୟ.