ଜି ଷ୍ଟୁଡିଓ କୁ ପୂରିଲା ଦୁଇ ବର୍ଷ

ଜି ଷ୍ଟୁଡିଓ କୁ ପୂରିଲା ଦୁଇ ବର୍ଷ

ଭୁବନେଶ୍ୱର ରେ ‘ସୁଭାରିଆ – ଦି ଲଗଜରୀ ଏଡିଟ୍’ର ଶୁଭାରମ୍ଭ: ଐତିହ୍ୟ ଓ ଆଧୁନିକତାର ଅପୂର୍ବ ସମନ୍ୱୟ

ରାଜଧାନୀର ହୋଟେଲ ମେ ଫେୟର ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦିଲ୍ଲୀର ପ୍ରସିଦ୍ଧ ଖାନାଙ୍କ ଜୁଏଲର୍ସ ଏବଂ ଜି ଷ୍ଟୁଡିଓ ର ମିଳିତ ସହଯୋଗରେ ‘ସୁଭାରିଆ – ଦି ଲଗଜରୀ ଏଡିଟ୍’ ର ଶୁଭାରମ୍ଭ କରାଯାଇଛି। ଏକ ସ୍ୱତନ୍ତ୍ର ଷ୍ଟଲ୍ ଜରିଆରେ ଏହି ଅଭିନବ ପ୍ରଦର୍ଶନୀ ସମ୍ପର୍କରେ ସୂଚନା ଦିଆଯାଇଛି । ଏହା କୁ କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦୋଶୋ ଉଦଘାଟନ କରିଥିଲେ, ବିଭିନ୍ନ ପାରମ୍ପରିକ ରେ ଡିଜାଇନ ଗ୍ରହଣା ର ସମ୍ଭାର ରହି ଅଛି ଦୁଇ ଦିନ ଧରି ଏହି ଗ୍ରହଣା ପ୍ରଦର୍ଶନୀ କରଜିବ ନଭେମ୍ବର୍ 28 ଓ ନଭେମ୍ବର 29 , ଗ୍ରହଣା ପ୍ରଦର୍ଶନୀ ରେ ସଫଳତା କୁ ଦେଖି ଦ୍ୱତୀୟ ଥର ପାଇଁ ଏହା କରାଯାଇଛି.ଡ଼କ୍ଟର.ଗୁଞ୍ଜନ ସାରାଉଗୀ ଚଣ୍ଡକ,ମେଟ୍ରୋ ଟିଭି ଭାଇସ୍ ପ୍ରେସିଡେଣ୍ଟ ସୁସ୍ମିତା ମହାନ୍ତି,ଅଭିନେତା ଅର୍ଧେନ୍ଦୁ,ପାଲବୀ . ସବ୍ୟସାଚୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହା କେବଳ ଏକ ସାଧାରଣ ଅଳଙ୍କାର ପ୍ରଦର୍ଶନୀ ନୁହେଁ, ବରଂ ଏହା ପାରମ୍ପରିକ କାରିଗରୀ ଏବଂ ଆଧୁନିକ ଡିଜାଇନ୍‌ ର ଏକ ନିଆରା ସଙ୍ଗମ। ଗ୍ରାହକମାନଙ୍କୁ ଏକ ବିଳାସପୂର୍ଣ୍ଣ ଅନୁଭୂତି ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଭୁବନେଶ୍ୱରର ମେଫେୟାର ଲାଗୁନ୍ ଠାରେ ଏହି ବିଶାଳ ପ୍ରଦର୍ଶନୀ ଚାଲିଛି ।ଏଠାରେ ଦେଶର ସର୍ବୋତ୍ତମ ଅଳଙ୍କାର ସଂଗ୍ରହକୁ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ କରାଯିବ। ଗ୍ରାହକମାନଙ୍କ ପାଇଁ ପୁରୁଣା ସୁନା ବିନିମୟ ର ଏକ ସ୍ୱଚ୍ଛ ଏବଂ ବିଶ୍ୱସନୀୟ ସୁବିଧା ମଧ୍ୟ ଉପଲବ୍ଧ କରାଯିବ।ଭୁବନେଶ୍ୱରର ଅଳଙ୍କାର ପ୍ରେମୀମାନଙ୍କ ପାଇଁ ଏହା ଏକ ଶ୍ରେଷ୍ଠ ସୁଯୋଗ ବୋଲି ବିବେଚନା କରାଯାଉଛି।

Posted in ରାଜ୍ୟ.