ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଯୁଧିଷ୍ଠିର ଦାସ

ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଯୁଧିଷ୍ଠିର ଦାସ

ବଞ୍ଚିଥିଲେ ଆଜି ସ୍ବାଧୀନତା ସଂଗ୍ରାମୀ ତଥା ବ୍ୟକ୍ତିଗତ ଭାବେ ଆମର ପରମ ସମ୍ମାନନୀୟ, ଆଚରଣ ଓ ଉଚ୍ଚାରଣସିଦ୍ଧ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ , ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଯୁଧିଷ୍ଠିର ଦାସ ଶହେ ଦୁଇ ବର୍ଷ ଅତିକ୍ରମ କରି ଶହେ ତିନି ବର୍ଷରେ ପଦାର୍ପଣ କରିଥାନ୍ତେ । ସେହିପରି ଆଜି ମହାନ୍ ସ୍ବାଧୀନତା ସଂଗ୍ରାମୀ ଜୟକୃଷ୍ଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ଏବଂ ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ନରସିଂହ ପ୍ରସାଦ ନନ୍ଦଙ୍କର ଆଜି ଜୟନ୍ତୀ । ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କ ଏହି ସୁଯୋଗ୍ୟ ସନ୍ତାନ ମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ବ୍ୟକ୍ତିଗତ ଭାବେ ଆମେ ବରେଣ୍ୟ ଯୁଧିଷ୍ଠିର ଦାସଙ୍କୁ ଯୁଝିଆନା ବୋଲି ସମ୍ବୋଧନ କରିଥାଉ । ୧୯୮୦ ରୁ ୨୦୧୪, ଦୀର୍ଘ ୩୪ ବର୍ଷର ଘନିଷ୍ଠ ସମ୍ପର୍କର ଇତିହାସ ବ୍ୟାପକ, ଅବିସ୍ମରଣୀୟ , ତାଙ୍କର ସ୍ମୃତି ଆମ ପାଇଁ ଅମ୍ଲାନ, ଅମୃତ । ୧୯୨୩ ମସିହା, ସେପ୍ଟେମ୍ବର ୨୫ ତାରିଖରେ ଅବିଭକ୍ତ କଟକ ଜିଲ୍ଲା, ଅଧୁନା ଜଗତସିଂହପୁର ଜିଲ୍ଲାର ରାହାଡିଙ୍ଗା ଗ୍ରାମରେ ବରେଣ୍ୟ ମଧୁସୂଦନ ଦାସ ଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିବା ଯୁଧିଷ୍ଠିର ଦାସ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇଥିଲେ , ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏବଂ ସ୍ବାଧୀନତା ପରେ ସମାଜସେବା ରେ ଯୋଗ ଦେଇ ସୋସିଆଲିଷ୍ଟିକ ପାର୍ଟିର ସଙ୍ଗଠକ ହୋଇଥିଲେ । ଆମେ ଜାଣିବାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ୭ ମାସ କାରାବରଣ ବ୍ୟତୀତ ବିଭିନ୍ନ ଗଣ ଆନ୍ଦୋଳନରେ ସେ ଶତାଧିକ ଥର କାରାବରଣ କରିଥିଲେ । ରାଜନୈତିକ ଜୀବନରେ ସେ ରାଜ୍ୟର ଲୋକଦଳ ର ସଭାପତି , ପରବର୍ତ୍ତୀ ସମୟରେ ୧୯୮୯ ମସିହାରେ ନବ ଗଠିତ ( ଜନତା ପାର୍ଟି + ଲୋକଦଳ+ ଜନମୋର୍ଚ୍ଚା) ଜନତାଦଳର ଉପ ସଭାପତି ହୋଇଥିଲେ । ତାଙ୍କର ଅଗୋଚରରେ ସେ ହୋଇଥିଲେ ୧୯୯୦ ରେ କିଶନନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତାଦଳର ପ୍ରାର୍ଥୀ । ଏହି ପ୍ରାର୍ଥୀତ୍ବ ପୃଷ୍ଠଭୂମିରେ ରହିଛି ଏକ ଅନାଲୋଚିତ ଇତିହାସ । ଆମେ ଯେତେବେଳେ ପାନ ପାଇଁ ଓଡିଶା ନିବାସ ଛକ ଓଡ଼ିଆ ଦୋକାନରେ ଠିଆ ହୋଇଥିଲୁ , ସେତେବେଳେ ସେ ହଠାତ୍ ଆସି ପହଞ୍ଚିଲେ, ସେତେବେଳେ ଆମେ ତାଙ୍କୁ କହିଲୁ ଯେ ଆପଣ କିଶନନଗରରୁ ପ୍ରାର୍ଥୀ ହେଉଛନ୍ତି , ସେତେବେଳେ ସେ ଆମ ପିଠିକୁ ସ୍ନେହରେ ଗୋଟିଏ ବିଧା ମାରି କରିଥିଲେ , ତୁ କ’ଣ ସକାଳୁ ସକାଳୁ ଥଟ୍ଟା କରୁଛୁ ? ଏଇମିତିଆ କ’ଣ ଥଟ୍ଟା ମଜା କରାଯାଏ । ସେତେବେଳେ ସେ ଓଡ଼ିଶା ଜନତା ଦଳର ସଂସଦୀୟ କମିଟି ( ପାର୍ଲିଆମେଣ୍ଟାରୀ ବୋର୍ଡର) ର ସମସ୍ତ ନଥିପତ୍ର ଦାୟିତ୍ଵରେ ଥିଲେ । ଆମେ ତାଙ୍କୁ କହିଲୁ , ଚିତ୍ତ ଭାଇ ( ଚିତ୍ତରଞ୍ଜନ ମହାନ୍ତି) ଙ୍କ ଟିକେଟ କାଟିବାକୁ ଓ କେନ୍ଦ୍ରୀୟ ସଂସଦୀୟ କମିଟି ସଦସ୍ୟ ( ଦେବୀ ଲାଲ୍ ଙ୍କ ଅଧ୍ୟକ୍ଷତାରେ ଗଠିତ ସେଣ୍ଟ୍ରାଲ ପାର୍ଲିଆମେଣ୍ଟାରୀ ବୋର୍ଡ) ଅଜିତ ସିଂହ ଙ୍କ ସମର୍ଥନ ପାଇବା ପାଇଁ ବିଜୁ ବାବୁ ଯେଉଁ ଯୋଜନା କରିଛନ୍ତି , ସେହି ଆଧାରରେ ଆପଣ ପ୍ରାର୍ଥୀ ହେବେ । ସେ କହିଲେ ତୁ ତ ପାନୁଆ, ଗଞ୍ଜେଇ ଅଭ୍ୟାସ କେବେଠୁ କଲାଣୁ ? ସକାଳୁ ସକାଳୁ କୋଉ ଗଞ୍ଜେଇ ଖଟି ରୁ ଆସିଲୁ ? ହସିଦେଇ ବିଜୁ ବାବୁ ଙ୍କ ଡାକରା ପାଇ ଓଡ଼ିଶା ଭବନକୁ ପଳେଇଲେ । ଏହା ପରେ ଅଛି ଅନେକ ଅନାଲୋଚିତ ଇତିହାସ । ସେ ପ୍ରାର୍ଥୀ ହେଲେ ଓ ବିଜୟ ଲାଭ କଲେ, ପ୍ରଥମ ଥର ପାଇଁ ସେ ବିଧାନ ସଭା ଭିତରେ ପ୍ରବେଶ କଲେ , ସେ ଦିନ ଥିଲା ମାର୍ଚ୍ଚ ୯ ତାରିଖ, ୧୯୯୦, ଦଶମ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ଭାବେ ଶପଥଗ୍ରହଣ କରିଥିଲେ , ୨୨ ମାର୍ଚ୍ଚ ,୧୯୯୫ ପର୍ଯ୍ୟନ୍ତ ସେ ଦୀର୍ଘ ପାଞ୍ଚ ବର୍ଷ ର କାର୍ଯ୍ୟକାଳ ରେ ଯେଭଳି ଭୂମିକା ନିର୍ବାହ କରିଥିଲେ, ତାହା ପୁଣି ବିଜୁ ବାବୁଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ, ତାହା ପରବର୍ତ୍ତୀ ସମୟରେ ବିଧାନ ସଭାର କାର୍ଯ୍ୟକ୍ରମ ର ଆହରଣୀୟ ଦର୍ଶନ । ୧୯୯୫ ରେ ସେ ପୁନଃ କିଶନ ନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତାଙ୍କର ସଚ୍ଚୋଟ ପଣିଆ ବା ନିର୍ମଳ ଭାବମୂର୍ତ୍ତି ଯେପରି ଅତୁଳନୀୟ, ଠିକ୍ ସେହିପରି ତାଙ୍କର ଓଡ଼ିଆ ଭାଷା ପ୍ରାଣ ବି ଅତୁଳନୀୟ । ଚିର କୁମାର ଯୁଝିଆନାଙ୍କ ସେହି କଲମ , ଯାହା ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀଙ୍କ ଭିନ୍ନ ଏକ ବିବାହ ସମାବେଶରେ ଅଧ୍ୟକ୍ଷତା କରୁଥିବା ସମୟରେ ତାଙ୍କ ପକେଟ୍ ରୁ ଥଟ୍ଟା ମଜା ରେ ଟାଣି ଆଣିଥିଲୁ , ସେହି କଲମ ଟି ପ୍ରତି ମୁହୂର୍ତ୍ତରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି କୁ ଉଜ୍ଜୀବିତ କରୁଛି । ବିଶ୍ବ ଓଡ଼ିଆ ସମ୍ମିଳନୀ ଦର୍ଶନ ପ୍ରଦାତା ଯୁଝିଆନା ଆମ ପାଇଁ ଚିର ସ୍ମରଣୀୟ, ବନ୍ଦନୀୟ । ସେହିପରି ଅନ୍ୟତମ ମହାନ୍ ଓଡିଆ ନରସିଂହ ପ୍ରସାଦ ନନ୍ଦ, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଗ୍ରାମ ରେ ୧୯୨୭ ମସିହା, ସେପ୍ଟେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନରେ ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ନେତା ଭାବେ ଯୋଗଦେଇଥିଲେ ଏବଂ ଗଡ଼ଜାତ ଆନ୍ଦୋଳନରେ ନେତୃତ୍ବ ନେଇଥିଲେ । ରାଜ୍ୟର ଜଣେ ଜନାଦୃତ ଅଧିବକ୍ତା ଭାବେ ପରିଚିତ ବରେଣ୍ୟ ନନ୍ଦ ୧୯୭୭ ମସିହାରେ କଙ୍ଗ୍ରେସ ଦଳ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ନିଜର ପ୍ରତିଭାର ପରିଚୟ ଦେଇଥିଲେ ।

କ୍ରମଶଃ

ସାର୍ ହେନେରୀ ରିକେଟସ୍

ସାର୍ ହେନେରୀ ରିକେଟସ୍

ସାର୍ ହେନେରୀ ରିକେଟସ୍ ଓ ଆଜିର ଦିନ । ଠିକ୍ ୧୮୯ ବର୍ଷ ତଳେ, ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ୧୦୧ ବର୍ଷ ତଳେ, ୧୮୩୭ ମସିହା, ସେପ୍ଟେମ୍ବର ୨୨ ତାରିଖରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରର ଆୟୁକ୍ତ ଅର୍ଥାତ୍ କମିଶନର ଓଡ଼ିଶାର ବାସ୍ତବ ସ୍ଥିତି ସମ୍ପର୍କରେ ଯେଉଁ ପତ୍ର ଲେଖିଥିଲେ, ତାହା ଏକ ଐତିହାସିକ ଦଲିଲ୍ ଏବଂ ଏଥିରେ ତାଙ୍କର ଓଡ଼ିଆପ୍ରୀତିର ପରିଚୟ ମିଳେ । ୧୮୩୭ ମସିହାରେ ଓଡ଼ିଶାରେ କମ୍ପାନୀ ସରକାରଙ୍କ ଦ୍ବାରା ଗୋଟିଏ ବିଦ୍ୟାଳୟ ବା ସ୍କୁଲ ପୁରୀ ଇଂରାଜୀ ବିଦ୍ୟାଳୟ ବା ପୁରୀ ଇଙ୍ଗିଲିସ୍ ସ୍କୁଲ ଥିବା ବେଳେ ମିଶନାରୀ ମାନେ କେତୋଟି ନିମ୍ନ ଶ୍ରେଣୀର ବିଦ୍ୟାଳୟ ଖୋଲିଥିଲେ । ଓଡ଼ିଶାର ତଦାନୀନ୍ତନ ଶିକ୍ଷା ର ଅନଗ୍ରସରତା ପର୍ଯ୍ୟବେକ୍ଷଣ କରି ଶିକ୍ଷା ପ୍ରସାର ଦିଗରେ ଅଧିକ ଅର୍ଥ ବ୍ୟୟ ପାଇଁ ଆୟୁକ୍ତ ବା କମିଶନର ରିକେଟସ୍ ଯେଉଁ ପତ୍ର ଲେଖିଥିଲେ, ସେଥିରେ ଶାସକର ଅପଶାସନ ହେତୁ ଓଡ଼ିଶାର ଅବନତି ର ଗତି ପରିସଂଖ୍ୟାନ ଚିତ୍ର ଦେଖିବାକୁ ମିଳେ । ଅଧିକାଂଶ ଶ୍ରଦ୍ଧେୟ ବନ୍ଧୁ ବର୍ଗଙ୍କ ପାଠକୀୟ ମାନସିକତା ଅବଧି ସମ୍ପର୍କରେ ସଚେତନ ଥିବାରୁ ଏହାର କେତେକାଂଶ ନିମ୍ନରେ ସେହି ଭାଷାରେ ଅବିକଳ ଭାବେ ଉପସ୍ଥାପନ କରୁଛୁ । ଆମେ ଭଲ ଭାବରେ ଅବଗତ ଅଛୁ ଯେ ଆମର ଦୀର୍ଘ ଉପସ୍ଥାପନର ପାଠକ ସଂଖ୍ୟା ଖୁବ୍ ସ୍ବଳ୍ପ ସତ୍ୟ ମାତ୍ର, ସେହିମାନେ ହିଁ ଆମର ପ୍ରେରଣା ପ୍ରଦାୟକ ।
” We owe this province a date which will be best paid by liberaly supporting the proposed school ( at Balasore ). At the conquest we found the orihas in a state of great degradation and to our shame,be it recorded, our policy was to perpetutate the degeneracy which prevailed among them.Mr Sterling says a striking proof of the estimation in which theri capacity has been ever held in the past, that in all ages and in all governments since the downfall of the orissan monarchy, the principal official employment throughout the province has been engrossed by foreigners.
We followed the example of the Afghans, Moguls and the Mahrattas for many years. Orihas were admitted only to the lowest situations : Bengalees held every office of emolument and trust in the province. The name of Wilkinson is familiar to the lips of the natives of this province as the most familiar of the natir appellatious,and richy he deserves theri esteemed gratitude, for he it was won first hazarded the experiment of placing Oriyahs in trust of difficulty and importance ” .
ବିଶ୍ବାସ ଓ ଗୁରୁତ୍ୱପୂର୍ଣ୍ଣ କର୍ମରେ ନିଯୁକ୍ତ ହେବାକୁ ହେଲେ ଓଡ଼ିଆମାନଙ୍କର ଶିକ୍ଷାଗତ ଯୋଗ୍ୟତା ଉନ୍ନତ ହେବା ଆବଶ୍ୟକ । ଶିକ୍ଷା ପ୍ରସାର ଦିଗରେ ଅଧିକ ଅର୍ଥ ବ୍ୟୟ ର ପ୍ରସ୍ତାବ ସରକାରୀ କଳରେ ନିଯୁକ୍ତି ପାଇଁ କେବଳ କରାଯାଇଥିଲା । ରିକେଟସ୍ ନିଜ ଜୀବନରେ ଯାହା କରିଥିଲେ ତାହା ପଢନ୍ତୁ ‌
When I was appointed magistrate and collector of Balasore in 1828,I found all the native officers Bengalees. At the end of eight years I left enarly all offices filled by Orihas and right faithfully they served me.
କ୍ରମଶଃ

ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ପରଲୋକରେ ବିଜେପି ରାଜ୍ୟ ସଭାପତିଙ୍କ ଶୋକ ପ୍ରକାଶ

ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ପରଲୋକରେ ବିଜେପି ରାଜ୍ୟ ସଭାପତିଙ୍କ ଶୋକ ପ୍ରକାଶ

ଜଣାଶୁଣା ଆଦିବାସୀ ନେତା ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କ ଆକସ୍ମିକ ଦେହାନ୍ତ ଖବର ଶୁଣି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ଶ୍ରୀ ସାମଲ କହିଛନ୍ତି ଯେ, ସ୍ୱର୍ଗତଃ ତିର୍କି କେବଳ ଜଣେ ଦକ୍ଷ ରାଜନୀତିଜ୍ଞ ନ ଥିଲେ ବରଂ ଜନଜାତି ସମୁଦାୟର ଅଧିକାର ଓ ସ୍ୱାର୍ଥ ସଂରକ୍ଷଣରେ ଏକ ଅଗ୍ରଣୀ ଯୋଦ୍ଧା ଥିଲେ। ସ୍ୱର୍ଗତଃ ତିର୍କିଙ୍କ ବିୟୋଗରେ ଓଡ଼ିଶାର ଆଦିବାସୀ ସମୁଦାୟ ଏକ ମହାନ ନେତାଙ୍କୁ ହରାଇଲେ ଏବଂ ରାଜନୀତି କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହେଲା। ଏହି ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ, ଆତ୍ମୀୟସ୍ୱଜନଙ୍କୁ ଶ୍ରୀ ସାମଲ ଗଭୀର ସମବେଦନା ଜଣାଇଛନ୍ତି।

ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ ବିଧାନସଭା ପକ୍ଷରୁ ଗାର୍ଡ ଅଫ୍‌ ଅନର

ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ ବିଧାନସଭା ପକ୍ଷରୁ ଗାର୍ଡ ଅଫ୍‌ ଅନର

ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କି ଛାତ୍ରଜୀବନରୁ ନିଜର ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ । ଅବିଭକ୍ତ ସୁନ୍ଦରଗଡ଼ ଜିଲ୍ଲା ସମେତ ଝାଡ଼ଖଣ୍ଡରେ ମଧ୍ୟ ତାଙ୍କର ବିଶେଷ ଲୋକପି୍ରୟତା ଥିଲା । ବୀରମିତ୍ରପୁର ବିଧାନସଭାରୁ ୪ ଥର ନିର୍ବାଚିତ ହେବା ତାଙ୍କ ଲୋକପି୍ରୟତାର ପରିଚୟ ଦିଏ । ଜନଜାତିଙ୍କ କଲ୍ୟାଣ ନିମନ୍ତେ ତାଙ୍କର ପ୍ରୟାସ ଓ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । ବାଚସ୍ପତି ଶ୍ରୀମତୀ ପାଢ଼ୀ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।


ଆଜି ପୂର୍ବାହ୍ନ ୧୧ଟା ସମୟରେ ସ୍ୱର୍ଗତ ଜର୍ଜ ତିର୍କିଙ୍କ ମରଶରୀର ବିଧାନସଭା ପରିସରରେ ପହଞ୍ଚିବା ପରେ ବିଧାନସଭା ପକ୍ଷରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ବିଧାନସଭା ପରିସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଜେଡ଼ି ବିଧାୟକ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ବିଧାୟକବୃନ୍ଦ, ପୂର୍ବତନ ମନ୍ତ୍ରୀ ଓ ବିଧାୟକଗଣ, ବିଧନାସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କ ସମେତ ବିଧାନସଭାର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ସ୍ୱର୍ଗତ ତିର୍କିଙ୍କ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ବିଜେପିକୁ ଯିବେ ନା କଂଗ୍ରେସକୁ ଶ୍ରୀମୟୀ

ବିଜେଡି ନେତୃତ୍ବକୁ ପରୋକ୍ଷରେ ଟାର୍ଗେଟ୍‌ କରି ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିବା ନେତ୍ରୀ ଶ୍ରୀମୟୀ ମିଶ୍ର ଖୁବ୍‌ଶୀଘ୍ର
କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ଶ୍ରୀମୟୀ କିଛି ସ୍ପଷ୍ଟ କରୁ ନ ଥିବାବେଳେ କଂଗ୍ରେସ ଦ୍ବାର ସମସ୍ତଙ୍କ ପାଇଁ ଖୋଲାଥିବା ଦଳର ନେତାମାନେ କହିଛନ୍ତି।
କିଛିଦିନ ହେଲା ଦଳୀୟ ନେତୃତ୍ବ ବିରୋଧରେ ଶ୍ରୀମୟୀଙ୍କ ଟାର୍ଗେଟ୍‌ ବିଜେଡି ରାଜନୀତିକୁ ହଲଚଲ କରିଛି।  କାହା ନାଁ ଉଲ୍ଲେଖ ନ କରି କେତେବେଳେ ସେ ମହାଭାରତର ‘ଧୃତରାଷ୍ଟ୍ର ଓ ଦୁ​‌ର୍ଯେ୍ୟାଧନ’ କଥା କହୁଛନ୍ତି ତ ଆଉ କେତେବେଳେ ‘ଆଶ୍ରମ’ ୱେବ୍‌ସିରିଜ୍‌ର ଭଣ୍ଡ ସନ୍ନ୍ୟାସୀ ବିଷୟରେ ବ୍ୟାଖ୍ୟା କରୁଛନ୍ତି। ପରୋକ୍ଷରେ ଶ୍ରୀମୟୀ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କୁ ନିଶାଣ କରୁଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା- ଶ୍ରୀମୟୀଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ନେଇ ଗଣମାଧ୍ୟମରେ ହେଉଥିବା ବିଭିନ୍ନ ଆଲୋଚନାକୁ ସେ ଏପର୍ଯ୍ୟନ୍ତ ଖଣ୍ଡନ କରିନାହାନ୍ତି କିମ୍ବା ଆପତ୍ତି ଉଠାଇ ନାହାନ୍ତି। ଏହାର ଅର୍ଥ ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚାରେ ସତ୍ୟତା ରହିଥିବା ବୁଝି ନେବାକୁ ହେବ। ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକଟରୁ ବଞ୍ଚିତ ହେବା ପରେ ଶ୍ରୀମୟୀ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଛନ୍ତି। ଶ୍ରୀମୟୀ ଏବେ ବିଜେଡିର ମୁଖପାତ୍ର, ସାଧାରଣ ସମ୍ପାଦକ ସହ ମହିଳା ବ୍ୟାପାରର ସାଧାରଣ ସମ୍ପାଦକ ଅଛନ୍ତି। କିନ୍ତୁ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି।

ଟିକଟ ନ ମିଳିବା ପରଠାରୁ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଦୀର୍ଘଦିନ ନିରବ ରହିବା ପରେ କିଛିଦିନ ହେଲା ସାମାଜିକ ଗଣମାଧ୍ୟମରେ ତାଙ୍କର ବିଭିନ୍ନ ଉପାଖ୍ୟାନ ଦେଖିବାକୁ ମିଳୁଛି। ସେ ବିଜେଡି ଛାଡ଼ି ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାରେ ସତ୍ୟତା କେତେ ତାହା ଆଗକୁ ସ୍ପଷ୍ଟ ହେବ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଶ୍ରୀମୟୀ ଯଦି କଂଗ୍ରେସ ଆସିବାକୁ ଇଚ୍ଛା କରିବେ ପିସିସି ସଭାପତି ଏହା ଉପ‌େ‌ର ନିଷ୍ପତ୍ତି ନେବେ। ସେ ଜଣେ ଭଲ ନେତ୍ରୀ। କଂଗ୍ରେସ ଦଳକୁ ଆସିଲେ କିଛି ଅସୁବିଧା ହେବନି। ତାଙ୍କୁ ଦଳ ସ୍ବାଗତ କରିବା  ଏ ସମ୍ପର୍କରେ ଶ୍ରୀମୟୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇ ନଥିଲେ।

କୋଣାର୍କ-ଭୁବନେଶ୍ୱର ନୂଆ ରେଳପଥ : ନିମାପଡା ଓ ଗୋପରେ ହେବ ଲୋକେଶନ ସର୍ଭେ

 ବହୁ ପ୍ରତିକ୍ଷିତ କୋଣାର୍କ-ଭୁବନେଶ୍ୱର ରେଳପଥକୁ ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର ମିଳିଛି । ଏହି ଉପଲବ୍ଧି ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବକୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଏହି ରେଳ ପଥକୁ ନିମାପଡା ଓ ଗୋପ ଦ୍ଵାରା ସଂଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏହାଦ୍ୱାରା ନିମାପଡା ଓ ଗୋପ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବିକାଶ ହେବା ସହ ଆଞ୍ଚଳିକ ପରିବହନ ଓ ଯୋଗାଯୋଗ ମଧ୍ୟ ସୁଗମ ହୋଇପାରିବ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଚିଠିରେ ଉଲ୍ଲେଖ କରିଥିଲେ।
ଏହି ଚିଠିର ଉତ୍ତର ଦେଇ ରେଳ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ କୋଣାର୍କ ଭୁବନେଶ୍ୱର ରେଳପଥର ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ରିପୋର୍ଟ ପାଇଁ ଗୋପ ଓ ନିମାପଡାରେ ଫାଇନାଲ ଲୋକେଶନ ସର୍ଭେ ପାଇଁ ମଞ୍ଜୁରୀ ଦେଇଛନ୍ତି ।ଏହି ମଞ୍ଜୁରୀ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା, କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରିଛନ୍ତି।

ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ

ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ

ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସକାଳେ ବାଲେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ବେତନଟୀ ଦେଇ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୟୂରଭଞ୍ଜ ବାରିପଦା ଅଭିମୁଖେ ଯାତ୍ରା କରିଥିଲେ । ଶ୍ରୀ ପ୍ରଧାନଙ୍କୁ ବାଲେଶ୍ଵର, ରେମୁଣା, ବଡ଼ସାହି, ମୋରଡ଼ା ଓ ବେତନଟୀ ସମେତ ଅନେକ ସ୍ଥାନରେ ସାଧାରଣ ନାଗରିକ ଓ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ । ଗସ୍ତକାଳରେ ଶ୍ରୀ ପ୍ରଧାନ ବାରପିଦାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବାରିପଦାରେ ‘ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ’ର ପ୍ରଶାସନିକ ଭବନ ଉଦଘାଟନ, ବାରିପଦା ଛଉ ପେଣ୍ଡାଲ ପ୍ରକଳ୍ପ ଓ ବାରିପଦାରେ ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ପୁନଃ ନବୀକରଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର । ବାରିପଦାରେ ‘ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ’ର ପ୍ରଶାସନିକ ଭବନ ଆମର ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ତଥା କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।  ମୟୂରଭଞ୍ଜର ସାଂସ୍କୃତିକ ପରମ୍ପରାର ପ୍ରତୀକ ହେଉଛି ଛଉ ନୃତ୍ୟ । ବାରିପଦା ଛଉ ପେଣ୍ଡାଲ ସହ ପାର୍ଶ୍ୱରେ ଥିବା ପଡ଼ିଆର ଉନ୍ନତିକରଣ ହେବ । ଆଗାମୀ ଦିନରେ ଏହି ପ୍ରକଳ୍ପ ଛଉ ନୃତ୍ୟ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ସୁନ୍ଦର ଭିତ୍ତିଭୂମି ଯୋଗାଇବ । ମୟୂରଭଞ୍ଜର ବାରିପଦାରେ ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ପୁନଃ ନବୀକରଣ ପ୍ରକଳ୍ପ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଏହି ସ୍ଥାନକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବ ।

ବାରିପଦାରେ ଜନଜାତି ସମ୍ପ୍ରଦାୟର ଭଉଣୀମାନଙ୍କ ସହିତ ପାରମ୍ପରିକ ନୃତ୍ୟ ‘କରମା ନାଚ’ରେ ସାମିଲ ହୋଇ ଖୁସିବ୍ୟକ୍ତ କରିଥିଲେ ।

ପୂର୍ଣ୍ଣିଆ: ଏବେ ଦେଶର ବିମାନ ମାନଚିତ୍ରର ଏକ ଅଂଶ – ପ୍ରଧାନମନ୍ତ୍ରୀ

ପୂର୍ଣ୍ଣିଆ: ଏବେ ଦେଶର ବିମାନ ମାନଚିତ୍ରର ଏକ ଅଂଶ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ବିହାରର ପୂର୍ଣ୍ଣିଆରେ ପ୍ରାୟ ୪୦,୦୦୦  କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ତାଙ୍କର ସମ୍ମାନଜନକ ଶୁଭେଚ୍ଛା ଜଣାଇଛନ୍ତି। ସେ ମତ ଦେଇଥିଲେ ଯେ ପୂର୍ଣ୍ଣିଆ ହେଉଛି ମା’ ପୂର୍ଣ୍ଣ ଦେବୀ, ଭକ୍ତ ପ୍ରହଲ୍ଲାଦ ଏବଂ ମହର୍ଷି ମେହି ବାବାଙ୍କ ଭୂମି। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଏହି ମାଟି ଫଣୀଶ୍ୱରନାଥ ରେଣୁ ଏବଂ ସତୀନାଥ ଭାଦୁରିଙ୍କ ଭଳି ସାହିତ୍ୟିକ  ବ୍ୟକ୍ତିମାନଙ୍କୁ ଜନ୍ମ ଦେଇଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହା ବିନୋବା ଭାବେଙ୍କ ଭଳି ସମର୍ପିତ କର୍ମଯୋଗୀଙ୍କ କର୍ମଭୂମି ଏବଂ ଏହି ଭୂମି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ପୁନଃପ୍ରକାଶ କରିଥିଲା।

ବିହାର ପାଇଁ ପ୍ରାୟ ୪୦,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଘୋଷଣା କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ – ରେଳ, ବିମାନବନ୍ଦର, ବିଦ୍ୟୁତ୍ ଏବଂ ଜଳ – ସୀମାଞ୍ଚଳର ଆକାଂକ୍ଷା ପୂରଣ କରିବାର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିବ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୪୦,୦୦୦ ରୁ ଅଧିକ ହିତାଧିକାରୀମାନେ  ସ୍ଥାୟୀ ବାସଗୃହ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଆଜି ଏହି ୪୦,୦୦୦  ପରିବାରଙ୍କ ଜୀବନରେ ଏକ ନୂତନ ଆରମ୍ଭ ହୋଇଛି । ସେ ଉଲ୍ଲେଖ କରିଥିଲେ ଯେ ଧନତେରସ, ଦୀପାବଳି ଏବଂ ଛଟ ପୂଜା ପୂର୍ବରୁ ଏକ ସ୍ଥାୟୀ ଘର ପ୍ରବେଶ କରିବା ଏକ ମହାନ ସୌଭାଗ୍ୟର କଥା। ସେ ଏହି ସମସ୍ତ ପରିବାରକୁ ତାଙ୍କର ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଥିଲେ।

‘ଜ୍ଞାନ ଭାରତମ୍ ମିଶନ୍’ ର ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ ପ୍ରତି ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରୀୟ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ

‘ଜ୍ଞାନ ଭାରତମ୍ ମିଶନ୍’ ର ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ ପ୍ରତି ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରୀୟ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ‘‘ଜ୍ଞାନ ଭାରତମ୍ ମିଶନ୍”ର ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀରେ ଖୁସି ବ୍ୟକ୍ତ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଏହା ଅତ୍ୟନ୍ତ ଆନନ୍ଦର ବିଷୟ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟି ସହିତ ଆରମ୍ଭ ହୋଇଥିବା ‘ଜ୍ଞାନ ଭାରତମ୍ ମିଶନ’ ର ପ୍ରଥମ ଆନ୍ତର୍ଜାତୀୟ ସମ୍ମିଳନୀ ଭାରତର ଜ୍ଞାନ, ବିଜ୍ଞାନ, ପାଣ୍ଡୁଲିପି, ଭୁଜ ପତ୍ର, ତାମ୍ର ପତ୍ର, ଶିଳାଲେଖ ଏବଂ ରେକର୍ଡରେ ସଂଗୃହିତ ଅନୁସନ୍ଧାନକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ପାଇଁ ନୂଆଦିଲ୍ଲୀରେ ଆୟୋଜିତ ହେଉଛି। ସେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ବିଶ୍ୱର ସମୃଦ୍ଧ ଜ୍ଞାନ ପରମ୍ପରା ସହିତ ଜଡ଼ିତ ବିଦ୍ୱାନ, ଗବେଷକ ଏବଂ ଯୁବକମାନଙ୍କୁ ଏକ ସାଧାରଣ ମଞ୍ଚ ପ୍ରଦାନ କରୁଛି। ଶ୍ରୀ ଶାହ କହିଥିଲେ ଯେ ‘ଜ୍ଞାନ ଭାରତମ୍ ମିଶନ’ ୪୮୩ କୋଟି ଟଙ୍କା ବ୍ୟୟରେ ସାରା ଦେଶରେ ୧ କୋଟିରୁ ଅଧିକ ପାଣ୍ଡୁଲିପିର ସର୍ଭେ, ଡକ୍ୟୁମେଣ୍ଟିଂ ଏବଂ ବିଶ୍ଳେଷଣ କରି ସମଗ୍ର ବିଶ୍ୱକୁ ଭାରତର ଅକଲ୍ପନୀୟ ଜ୍ଞାନ ଐତିହ୍ୟ ସହିତ ପୁଣି ଯୋଡ଼ିବା ପାଇଁ ଯାଉଛି।