ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆରଟି), ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ଏକ ସ୍ୱୟଂଶାସିତ ସଂସ୍ଥା, ଯାହା ୧୯୬୧ ମସିହାରେ ସ୍କୁଲ ଶିକ୍ଷା ଓ ଶିକ୍ଷକ ଶିକ୍ଷାର ଗୁଣବତ୍ତା ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ ଓ ପରାମର୍ଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରେ ଅବସ୍ଥିତ ଏନ୍ସିଇଆରଟିର ନଅଟି ଏକକ- ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଅଜମେର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ,ଭୋପାଳ, ଆଞ୍ଚଳିକ ଶିକ୍ଷା […]
Continue readingCategory Archives: Uncategorized
ଆସାମରେ ବିଜେପିର ହ୍ୟାଟ୍ରିକ୍ ବିଜୟ: ଭାଙ୍ଗିଲା ସବୁ ପୁରୁଣା ରେକର୍ଡ, ଫିକା ପଡ଼ିଲା କଂଗ୍ରେସର ହାତ
ଉତ୍ତର-ପୂର୍ବ ଭାରତର ପ୍ରବେଶ ଦ୍ୱାର କୁହାଯାଉଥିବା ଆସାମରେ ପୁଣି ଥରେ କମଳ ଫୁଟିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ଆସାମବାସୀ। ଏହି ବିଜୟ କେବଳ ଏକ ସାଧାରଣ ବିଜୟ ନୁହେଁ, ବରଂ ବିଜେପି ନେତୃତ୍ୱାଧୀନ ଏନଡିଏ (NDA) ଏଠାରେ ନିଜର ପୁରୁଣା ସମସ୍ତ ରେକର୍ଡକୁ ଭାଙ୍ଗି ଏକ ନୂଆ ଇତିହାସ ରଚନା କରିଛି। ଆସାମର ୧୨୬ ବିଧାନସଭା ଆସନରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି […]
Continue readingବେଙ୍ଗଲ ଓ ଆସାମରେ ‘ଭାଜପା’ ଝଡ଼; କେରଳରେ ୟୁଡିଏଫ୍ର କମବ୍ୟାକ୍ ଓ ପୁଡୁଚେରୀରେ ଏନଆରସି ଆଗୁଆ
ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ପ୍ରାଥମିକ ଟ୍ରେଣ୍ଡ ଏବଂ ବର୍ତ୍ତମାନର ପରିସଂଖ୍ୟାନ ଅନୁଯାୟୀ, କେଉଁଠି ପରିବର୍ତ୍ତନର ଲହର ଖେଳିଯାଇଛି ତ କେଉଁଠି ଶାସକ ଦଳ ନିଜର ଗଡ଼ ରକ୍ଷା କରିବାରେ ସଫଳ ହୋଇଛନ୍ତି। ପଶ୍ଚିମବଙ୍ଗର ୨୯୩ଟି ଆସନର ଟ୍ରେଣ୍ଡ ଅନୁଯାୟୀ, ଭାରତୀୟ ଜନତା ପାର୍ଟି (BJP) ଏକ ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ବିଜେପି: ୧୯୨ ଆସନ। ଟିଏମସି: ୯୬ ଆସନ। ଅନ୍ୟାନ୍ୟ: ୦୫ ଆସନ। […]
Continue readingପଶ୍ଚିମବଙ୍ଗ ନିର୍ବାଚନ: ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷାକୁ ନେଇ ରାଜନୈତିକ ଝଡ଼
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ପୂର୍ବରୁ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ ହୋଇପଡ଼ିଛି। ବିଶେଷ କରି ଇଭିଏମ୍ (EVM) ରଖାଯାଇଥିବା ଷ୍ଟ୍ରଙ୍ଗ୍ ରୁମ୍ର ସୁରକ୍ଷାକୁ ନେଇ ଶାସକ ଟିଏମସି ଏବଂ ବିରୋଧୀ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଷ୍ଟ୍ରଙ୍ଗ୍ ରୁମ୍ ଭିତରେ ଇଭିଏମ୍ ବଦଳାଯିବାର ବା ଟ୍ୟାମ୍ପରିଂ ହେବାର ଭୟ ଦର୍ଶାଇ କେନ୍ଦ୍ରୀୟ ବାହିନୀର ନିରପେକ୍ଷତା ଉପରେ ଦଳ ପ୍ରଶ୍ନ ଉଠାଇଛି। ବିଜେପି ଦାବି କରିଛି ଯେ, ନିଜର ପରାଜୟ ସୁନିଶ୍ଚିତ ଜାଣି ମମତା […]
Continue readingସ୍ୱତନ୍ତ୍ର ଓଡ଼ିଶାର ବିନ୍ଧାଣି ମହାରାଜା କୃଷ୍ଣଚନ୍ଦ୍ର ଗଜପତି: ଏକ ଶ୍ରଦ୍ଧାଞ୍ଜଳି
କୃଷ୍ଣଚନ୍ଦ୍ର ଗଜପତି ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ(୧୯୩୭), ଅକଳ୍ପନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ( ୨୬-୦୪- ୧୮୯୨- ୨୫-୦୫-୧୯୭୪)ଙ୍କ ୧୩୫ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି। ବିଶେଷ କରି ୧୯୧୩ ମସିହା, ଆଜିର ଦିନରେ ୨୧ ବର୍ଷ ପୂରଣ କରି ୨୨ ବର୍ଷରେ […]
Continue readingଇଏମଏଲ୍ ବେଙ୍ଗାଲୁରୁରେ ‘ଆଦିତ୍ୟ’ କଂପ୍ଲେକ୍ସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ
କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁର ବିଇଏମଏଲ୍ ଟିପ୍ପାସାନ୍ଦ୍ରା କ୍ୟାମ୍ପସ ପରିଦର୍ଶନ କରି ହାଇ-ସ୍ପିଡ୍ ରେଳ ନିର୍ମାଣ ପାଇଁ ଉତ୍ସର୍ଗୀକୃତ ଏକ ସ୍ୱତନ୍ତ୍ର କମ୍ପ୍ଲେକ୍ସ, ଆଦିତ୍ୟକୁ ଉଦଘାଟନ କରିଛନ୍ତି। ଏହି ଗସ୍ତ ସମୟରେ, ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ହାଇ-ସ୍ପିଡ୍ ରେଳ ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ସୂକ୍ଷ୍ମ ଏବଂ ଜଟିଳ। ଆମ ଦେଶ ମଧ୍ୟରେ ଏହାର ବିକାଶ ସ୍ୱଦେଶୀ ଇଞ୍ଜିନିୟରିଂ ପାଇଁ ଏକ […]
Continue readingପୋଲିସର ସେବା ମନୋଭାବ ଜନତାଙ୍କ ଭରସା ବଢ଼ାଇବ – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୋଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ‘ବଣ୍ଟନ ମେଳା’ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କ ସେବା ଦିଗରେ ଏକ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସମୟରେ ହଜିଯାଇଥିବା ବା ଚୋରି ହୋଇଥିବା ମୋବାଇଲ ଫୋନ୍ ଏବଂ ବାଇକ୍ଗୁଡ଼ିକୁ ଉଦ୍ଧାର କରାଯାଇ ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ସମ୍ମାନର ସହ ଫେରସ୍ତ କରାଯାଇଛି […]
Continue readingସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍ -ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭାରତର ଅଗ୍ରଣୀ ଇସ୍ପାତ ନିର୍ମାତା ଜେଏସଡବ୍ଲୁ ଏବଂ ଜାପାନର ପ୍ରସିଦ୍ଧ ଜେଏଫଇ ଷ୍ଟିଲ୍ କର୍ପୋରେସନ ମଧ୍ୟରେ ଶୁକ୍ରବାର ଯୌଥ ଉଦ୍ୟମ (Joint Venture) ସ୍ଥାପନର ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ‘ଜେଏସଡବ୍ଲୁ ଜେଏଫଇ ଷ୍ଟିଲ୍ ଲିମିଟେଡ’ର ଏହି ବିକାଶମୂଳକ ପ୍ରକଳ୍ପ ଦ୍ୱାରା ସମ୍ବଲପୁର ଓ ଝାରସୁଗୁଡ଼ା ସମେତ […]
Continue readingଐତିହାସିକ ମତଦାନ; ଭାଙ୍ଗିଲା ଦଶନ୍ଧିର ରେକର୍ଡ: କାହାକୁ ମିଳିବ ଫାଇଦା ?
କାହା ସପକ୍ଷରେ ଯାଇଛି ଭୋଟ ? ନିର୍ବାଚନୀ ଇତିହାସରେ ନୂଆ ଅଧ୍ୟାୟ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ରେକର୍ଡ ଭାଙ୍ଗିଲା ମତଦାନ, ଭୋଟରଙ୍କ ‘ବମ୍ପର’ ଉତ୍ସାହ ଦେଶର ଦୁଇ ପ୍ରମୁଖ ରାଜ୍ୟ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବିଧାନସଭା ନିର୍ବାଚନରେ ଗୁରୁବାର ଏକ ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ୱାଧୀନତା ପରଠାରୁ ଏହି ଦୁଇ ରାଜ୍ୟରେ ଏବେ ସୁଦ୍ଧା ସର୍ବାଧିକ ମତଦାନ ରେକର୍ଡ କରାଯାଇଛି, ଯାହା ଗଣତନ୍ତ୍ର ପାଇଁ ଏକ ବଡ଼ ସଙ୍କେତ। ବେଙ୍ଗଲରେ ପ୍ରଥମ ପର୍ଯ୍ୟାୟରେ ମୋଟ ୨୯୪ଟି […]
Continue readingଏଣିକି ଚିନାବାଦାମ, ସୂର୍ଯ୍ୟମୁଖୀ, ସୋରିଷଭଳି ତୈଳବୀଜ ସହ ମୁଗ ବିରି ଭଳି ଶସ୍ୟକୁ ମିଳିବ ସର୍ବନିମ୍ନ ସହାୟକ ମୂଲ୍ୟ
ଏଣିକି ଚିନାବାଦାମ, ସୂର୍ଯ୍ୟମୁଖୀ, ସୋରିଷଭଳି ତୈଳବୀଜ ସହ ମୁଗ ବିରି ଭଳି ଶସ୍ୟକୁ ମିଳିବ ସର୍ବନିମ୍ନ ସହାୟକ ମୂଲ୍ୟ। କେନ୍ଦ୍ର ସରକାର ରାଜ୍ୟର ଚାଷୀମାନଙ୍କଠାରୁ ଏହି ୫ ଶସ୍ୟକୁ କିଣିବେ। ଏ ନେଇ ରାଜ୍ୟର ବହୁତ ଦିନର ଦାବିକୁ ଗ୍ରହଣ କରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କୃଷକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଚାଷୀମାନଙ୍କୁ ୧,୪୨୮.୩୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସହାୟତା ମିଳିବ। ଆଜି ନୂଆଦିଲ୍ଲୀର […]
Continue reading









