ପ୍ରସିଦ୍ଧ ଓଡ଼ିଆ ଲେଖକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ରଚିତ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗ୍ରନ୍ଥ “ଶ୍ରୀ ରାମାୟଣ” ଏବଂ “ଜଗନ୍ନାଥ ବିଳାସ ଚନ୍ଦ୍ରିକା”ର ଲୋକାର୍ପଣ ଉତ୍ସବ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ଅନୁଷ୍ଠିତ ହୋଇଛି। ପୂର୍ଣ୍ଣଚନ୍ଦ୍ର ଦାଶଙ୍କ “ଶ୍ରୀ ରାମାୟଣ” ଗ୍ରନ୍ଥରେ ବାଲ୍ମୀକି ରାମାୟଣର ମୂଳ ଭାବଧାରାକୁ ଓଡ଼ିଆ ଭାଷାର ସରଳତା ଓ ମଧୁରତାରେ ଉପସ୍ଥାପନ କରାଯାଇଛି, ଯାହା ଆଧୁନିକ ପାଠକଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ହେବ। ଅନ୍ୟପକ୍ଷରେ “ଜଗନ୍ନାଥ ବିଳାସ ଚନ୍ଦ୍ରିକା” ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ଦାର୍ଶନିକ, […]
Continue readingTag Archives: dharmendra pradhan
ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ରଚିତ ପ୍ରଥମ ଉପନ୍ୟାସ ‘ପାର୍ଶ୍ୱସ୍ରୋତ’ ଉନ୍ନୋଚିତ
ଖୋର୍ଦ୍ଧା ଜିଲ୍ଲାପାଳ ତଥା ଆଇଏଏସ୍ ଅଧିକାରୀ ଅମ୍ରିତ ଋତୁରାଜଙ୍କ ରଚିତ ପ୍ରଥମ ଉପନ୍ୟାସ ‘ପାର୍ଶ୍ୱସ୍ରୋତ’ର ଉନ୍ମୋଚନ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିୟମ ପରିସରରେ ଅନୁଷ୍ଠିତ ହୋଇଛି । ଶ୍ରୀ ଅମ୍ରିତ ଋତୁରାଜ ଜଣେ ଅଭିଜ୍ଞ ପ୍ରଶାସକ ଭାବେ ପରିଚିତ ହେଲେ ମଧ୍ୟ ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରତିଭା ଅନନ୍ୟ। ‘ପାର୍ଶ୍ୱସ୍ରୋତ’ ଉପନ୍ୟାସଟି କୁଟିଆ କନ୍ଧ ଜନଜାତିର ଜୀବନଶୈଲୀ, ସଂସ୍କୃତି, ପରମ୍ପରା ଓ ପ୍ରକୃତି ସହିତ ସମ୍ପର୍କକୁ ଅତ୍ୟନ୍ତ ସୁନ୍ଦର ଓ ପ୍ରାମାଣିକ ଭାବେ ଚିତ୍ରଣ କରିଛି। […]
Continue readingଏକତା, ଅଖଣ୍ଡତା ଏବଂ ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିବା – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଗର୍ବର ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ପବିତ୍ର ଅବସରରେ ସେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଚେତନାକୁ ସମ୍ମାନ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, “ଆଜିର ଏହି ଦିନ ଆମର ଗଣତାନ୍ତ୍ରିକ ଆଦର୍ଶକୁ ପାଳନ କରିବା, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ଏବଂ […]
Continue readingଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ
ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଏହାଦ୍ୱାରା ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ଏନେଇ ଅନେକ ଆକଳନ କରାଯାଉଥିବା ବେଳେ ଉଭୟ ଦେଶ ପାଇଁ ବଡ ଅର୍ଥନୈତିକ ପରିବର୍ତ୍ତନ ଆଶା କରାଯାଉଛି । ଏହି ଚୁକ୍ତି ପରେ ପ୍ରାୟ ୯୫% ୟୁରୋପୀୟ କମ୍ପାନୀ ଆଗାମୀ ୫ ବର୍ଷ ମଧ୍ୟରେ ଭାରତରେ ନିବେଶ କରି ନିଜର ବ୍ୟବସାୟ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି […]
Continue readingସଂପ୍ରସାରଣ ହେବ ସମ୍ବଲପୁର ଲପଙ୍ଗା ସ୍ଥିତ ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟ – ମୁଖ୍ୟମନ୍ତ୍ରୀ
ସଂପ୍ରସାରଣ ହେବ ସମ୍ବଲପୁର ଲପଙ୍ଗା ସ୍ଥିତ ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟ । ୨୭ହଜାର କୋଟି ଟଙ୍କା ବ୍ୟୟରେ ହେବ ସଂପ୍ରସାରଣ । ଏହା ମାଧ୍ୟମରେ ୫୦୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସମ୍ବଲପୁର ଲପଙ୍ଗା ହିଣ୍ଡୋଲକୋ ଆଲୁମିନା ପ୍ଲାଣ୍ଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତ୍ୟାଧୁନିକ ଫ୍ଲାଟ ରୋଲଡ ପ୍ରଡକ୍ଟ ୟୁନିଟର ଲୋକାର୍ପଣ କରିଛନ୍ତି । ଏହା ଭାରତର ପ୍ରଥମ ଫ୍ଲାଟ ରୋଲଡ ପ୍ରଡକ୍ଟ ୟୁନିଟ । ଏହାର ଲୋକାର୍ପଣ କରି ଓଡ଼ିଶାର ନୂଆ ଶିଳ୍ପ ବିପ୍ଲବ ସୃଷ୍ଟି […]
Continue reading୭୭ତମ ସାଧାରଣତନ୍ତ୍ର ଦିବସ: ବାରବାଟୀରେ ପତକା ଉତ୍ତଳନ କଲେ ମୁଖ୍ୟମନ୍ତ୍ରୀ
ବାରବାଟୀରେ ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ଯେ ଅଗଷ୍ଟ ୧୫, ୧୯୪୭ ମସିହାରେ ପରାଧୀନତାର ଜଞ୍ଜିରରୁ ମୁକ୍ତ ହୋଇ ଭାରତମାତାକୁ ମିଳିଥିଲା ସ୍ଵାଧୀନତା। କିନ୍ତୁ, ସେଇ ସଂଗ୍ରାମ ସେଇଠି ସମାପ୍ତ ହୋଇ ନ ଥିଲା। ବରଂ ସ୍ଵାଧୀନତା ପରେ ଦୁଇଟି ବଡ ଆହ୍ଵାନର ସମ୍ମୁଖୀନ ହୋଇଥିଲା ଆମ […]
Continue readingଦେଶ ପାଳିଛି ୭୭ତମ ସାଧାରଣ ତନ୍ତ୍ର ଦିବସ,ଦିଲ୍ଲୀ କର୍ତ୍ତବ୍ୟପଥରେ ଓଡ଼ିଲା ତ୍ରିରଙ୍ଗା
ଦେଶ ପାଳଛି ୭୭ତମ ସାଧାରଣ ତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଛି ଶୌର୍ଯ୍ୟ, ଶକ୍ତି ଓ ସଂସ୍କୃତିର ଅପୂର୍ବ ସମନ୍ୱୟ । ମାଟିକୁ ଥରାଇଥିଲା ଗୋଟିକ ପରେ ଗୋଟିଏ ପରେଡ୍, ଆକାଶ ଚିରିଥିଲା ବାୟୁସେନାର ଲଢ଼ୁଆ ବିମାନ । ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ କରାଯାଇଥିବା ବେଳେ, ପ୍ରତିଟି ଓଡ଼ିଆଙ୍କୁ […]
Continue readingଓଡ଼ିଆ କଳା ଜଗତ ପାଇଁ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାର ଜନପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ଅକାଳ ବିୟୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, “ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ନିଜର ନିଆରା ସଙ୍ଗୀତ ଶୈଳୀ ଓ ସୃଜନଶୀଳତା ମାଧ୍ୟମରେ ସେ ଦୀର୍ଘ ଦଶନ୍ଧି […]
Continue reading‘ରିଲ୍’ ମସ୍ତିଷ୍କକୁ କିଛି ସମୟ ପାଇଁ ପ୍ରଭାବିତ କରେ କିନ୍ତୁ ଭଲ ବହି ସାରା ଜୀବନକୁ ପ୍ରଭାବିତ କରେ – ଧର୍ମେନ୍ଦ୍ର ପ୍ରଧାନ
ପୁସ୍ତକ ମେଳା ବିଚାର ଓ ଆଚାରର ଏକ ଉତ୍ସବ । ବହି ପଢ଼ିବା ଦ୍ୱାରା ଜ୍ଞାନର ଗଭୀରତା ବଢ଼େ ଏବଂ ଆଗକୁ ଯିବାର ପଥ ମିଳେ । ଆଜିକାଲିର ମୋବାଇଲ ଓ ୩୦ ସେକେଣ୍ଡର ‘ରିଲ୍’ ମସ୍ତିଷ୍କକୁ କିଛି ସମୟ ପାଇଁ ପ୍ରଭାବିତ କରିପାରେ, କିନ୍ତୁ ଗୋଟିଏ ଭଲ ବହି ସାରା ଜୀବନକୁ ପ୍ରଭାବିତ କରିଥାଏ । ଯିଏ ପଢ଼େ, ସେ କେବଳ ଟ୍ରେଣ୍ଡ୍ ବନାଏ ନାହିଁ, ସେ ଇତିହାସ ବନାଏ । ଗାନ୍ଧିଜୀ ଯଦି ଗୀତା […]
Continue readingମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ , ନିଜେ ନବୀନ ବାବୁ ମିଛ କହୁଛନ୍ତି – ନିଲମ୍ବନ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର
ନିଲମ୍ବନ ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର l ଶନିବାର ନିଜ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅରବିନ୍ଦ କହିଛନ୍ତି, ମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ l ନିଜେ ନବୀନ ବାବୁ ମିଛ କହୁଛନ୍ତି l ମୋ ସମ୍ପର୍କରେ ବିଜେଡି ନେତାମାନେ ୮ ପ୍ରକାରରୁ ଅଧିକ ମିଛ କହିଥିବା ଅରବିନ୍ଦ ମହାପାତ୍ର କହିଛନ୍ତି […]
Continue reading








