​ମୁଖ୍ୟମନ୍ତ୍ରୀଙ୍କୁ ‘ନମାମି ମନ୍ଦାକିନୀ’ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

​ମୁଖ୍ୟମନ୍ତ୍ରୀଙ୍କୁ ‘ନମାମି ମନ୍ଦାକିନୀ’ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା


​ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ ‘ନମାମି ମନ୍ଦାକିନୀ ଓ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ନିଷ୍ଠା ଓ ଓଡ଼ିଶା ପ୍ରତି ଥିବା ସେବା ପାଇଁ “ସୁଯୋଗ୍ୟ ଓଡ଼ିଆ ସମ୍ମାନ-୨୦୨୬” ରେ ସମ୍ମାନିତ କରାଯାଇଛି। ​ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଓଡ଼ିଆ ପରମ୍ପରା ଅନୁଯାୟୀ ସ୍ୱାଗତ କରାଯାଇଥିଲା।​ ମୁଖ୍ୟମନ୍ତ୍ରୀ ଙ୍କୁ ଉତ୍ତରୀୟ, ପଗଡ଼ି, ସାଲ୍, ଟ୍ରଫି, ପୁଷ୍ପଗୁଚ୍ଛ ଏବଂ ପୁସ୍ତକ ପ୍ରଦାନ କରାଯାଇଥିଲା ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେବା ସହ ତାଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରିଥିଲେ। ​ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଭାଷାପ୍ରାଣ ସଞ୍ଜୟ ବେହୁରା, ପ୍ରଶାନ୍ତ ପରିଡ଼ା, ସାମ୍ବାଦିକ ଚିରଞ୍ଜିବୀ ସେଠି ଏବଂ ସନ୍ତୋଷ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସମ୍ମାନ ପ୍ରଦାନ କରିଥିଲେ। ​ସମ୍ବର୍ଦ୍ଧନା ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡ଼ିଶାର ବିକାଶମୂଳକ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସେ ନିଜ ମତ ବ୍ୟକ୍ତ କରିଥିଲେ ।

Posted in ରାଜ୍ୟ and tagged .