ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ ‘ନମାମି ମନ୍ଦାକିନୀ ଓ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ନିଷ୍ଠା ଓ ଓଡ଼ିଶା ପ୍ରତି ଥିବା ସେବା ପାଇଁ “ସୁଯୋଗ୍ୟ ଓଡ଼ିଆ ସମ୍ମାନ-୨୦୨୬” ରେ ସମ୍ମାନିତ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଓଡ଼ିଆ ପରମ୍ପରା ଅନୁଯାୟୀ ସ୍ୱାଗତ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଙ୍କୁ ଉତ୍ତରୀୟ, ପଗଡ଼ି, ସାଲ୍, ଟ୍ରଫି, ପୁଷ୍ପଗୁଚ୍ଛ ଏବଂ ପୁସ୍ତକ ପ୍ରଦାନ କରାଯାଇଥିଲା
ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେବା ସହ ତାଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରିଥିଲେ।
ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଭାଷାପ୍ରାଣ ସଞ୍ଜୟ ବେହୁରା, ପ୍ରଶାନ୍ତ ପରିଡ଼ା, ସାମ୍ବାଦିକ ଚିରଞ୍ଜିବୀ ସେଠି ଏବଂ ସନ୍ତୋଷ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସମ୍ମାନ ପ୍ରଦାନ କରିଥିଲେ।
ସମ୍ବର୍ଦ୍ଧନା ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡ଼ିଶାର ବିକାଶମୂଳକ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସେ ନିଜ ମତ ବ୍ୟକ୍ତ କରିଥିଲେ

ମୁଖ୍ୟମନ୍ତ୍ରୀଙ୍କୁ ‘ନମାମି ମନ୍ଦାକିନୀ’ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା
Posted in ରାଜ୍ୟ and tagged dharmendra pradhan.