ସତ୍ୟମେବ ଜୟତେ ଅଭିଯାନ

ସତ୍ୟମେବ ଜୟତେ ଅଭିଯାନ

ପଟିଆ, ଭୁବନେଶ୍ୱର:- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂସ୍ଥା ୯୦ବର୍ଷ ଈଶ୍ୱରୀୟଯାତ୍ରା ପୁରଣକରିବା ଅବସରରେ ବ୍ରହ୍ମାକୁମାରୀ ପ୍ରତିଷ୍ଠାନ ୨୦୨୬-୨୭ବର୍ଷକୁ ବିଶ୍ୱସେବା ମହୋତ୍ସବ ପାଳନକରୁଛି । ବ୍ରହ୍ମାକୁମାରୀ ସଂସ୍ଥାର ରାଜନେତା ସେବା ପ୍ରଭାଗ ରାଜନୈତିକ ନେତାମାନଙ୍କୁ ଚିନ୍ତା, ଶଦ୍ଦ ଏବଂ କାର୍ଯ୍ୟରେ ସତ୍ୟର ଅନନ୍ତ ମୂଲ୍ୟ । (ସତ୍ୟ)କୁ ଗ୍ରହଣ କରିବାକୁ ପ୍ରେରଣା ଦେବାପାଇଁ ଏକ ଜାତୀୟ ଅଭିଯାନ “ସତ୍ୟମେବ ଜୟତେ” ଆୟୋଜନ କରୁଛି ଯାହାଦ୍ୱାରା ବିଶ୍ୱାସ, ଅଖଣ୍ଡତା ଏବଂ ନୈତିକ ଶାସନର ମୁଳଦୂଆ ସୃଷ୍ଟି ହେବ ।

ଏହାର ଉଦ୍ଦେଶ୍ୟ- ଜନସାଧାରଣଙ୍କ ବିଶ୍ୱାସ ଶାସନରେ ଉତର ଦାୟିତ୍ୱ ଏବଂ ସ୍ୱଚ୍ଛତା ଉନ୍ନତି କରିବା । ବ୍ୟକ୍ତିଗତ ସଚ୍ଚୋଟତା ଏକ ରାଜନୈତିକ ରଣନୀତି ନୁହେଁ, ଏହା ହେଉଛି ଜନସାଧାରଣଙ୍କ ବିଶ୍ୱାସର ମୁଳଦୁଆ । ରାଜଯୋଗୀନୀ ବ୍ରହ୍ମାକୁମାରୀ ଗୋଲାପ ପଟିଆ ସେବା କେନ୍ଦ୍ରରେ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଈଶ୍ୱରୀୟ ଉପହାର ପ୍ରଦାନ କରିଥିଲେ ।

ବରିଷ୍ଠ ରାଜଯୋଗୀ ଶିକ୍ଷକ, ମାଉଂଟଆବୁ, ରାଜସ୍ଥାନ ବ୍ରହ୍ମାକୁମାର ରାମନାଥ ଭାଇଜୀ ମୁଖ୍ୟବକ୍ତା, ବିଶିଷ୍ଟ ଅତିଥି ଭୁବନେଶ୍ୱର ବ୍ରହ୍ମାକୁମାରୀ ଉପକ୍ଷେତ୍ର ନିର୍ଦ୍ଦେଶିକା ବ୍ରହ୍ମାକୁମାରୀ ଲୀନା ଦିଦିଜୀ, ସମ୍ମାନତି ଅତିଥି ସାଂସଦ ଡଃ ରବିନ୍ଦ୍ର ନାରାୟଣ ବେହେରା, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ବରଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ଗୋଲକ ମହାପାତ୍ର, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟକ ରାଘବ ସେଠୀ, କର୍ପୋରେଟର୍ ମିହିର କୁମାର ରାଉତ, କର୍ପୋରେଟର ମୋନାଲିସା ବେହେରା, କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡା, କର୍ପୋରେଟର୍ ସୁଶମା ସାହୁ, ସମାଜସେବୀ ଇଞ୍ଜିନିୟର ଦିଲ୍ଲିପ କୁମାର ସାହୁ, ସମିତି ସଭ୍ୟ ଭୁବନମୋହାନ ଦାସ ଓ ସମାଜ ସେବୀ ରଙ୍କନିଧି ରାଉତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ।

Posted in ରାଜ୍ୟ.