ଯୁଦ୍ଧର ହେଲା ଅନ୍ତ । ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ। ଯୁଦ୍ଧ ଶେଷ କରିବା ପାଇଁ ଚୁକ୍ତି ସ୍ବାକ୍ଷର କଲେ ଉଭୟ ଦେଶ। ଚୁକ୍ତିନାମାରେ ସ୍ବାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପେଜେସ୍କିଆନ। ଫ୍ରାନ୍ସର ଭର୍ସାଇଲ୍ସଠାରେ ରାତ୍ରୀ ଭୋଜନ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ବ୍ୟକ୍ତିଗତ ଭାବେ ସ୍ୱାକ୍ଷର କରିଥିବା ନେଇ ସୂଚନା ରହିଛି। ଉଭୟ ଦେଶ ସେମାନଙ୍କର ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଫଳରେ ବନ୍ଦ ହୋଇଥିବା ହର୍ମୁଜ୍ ପ୍ରଣାଳୀ […]
Continue readingDaily Archives: June 18, 2026
ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ପାଇଁ ର୍ନିର୍ଦ୍ଦେଶ
ଖୋର୍ଦ୍ଧା ଜିଲ୍ଲା ରେ ସକାଳୁଆ ସ୍କୁଲ୍ । ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ନିର୍ଦ୍ଦେଶ ଦିଆଯାଇଛି । ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍ । ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଖରା ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଖୋର୍ଦ୍ଧା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ, […]
Continue reading୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଦୀର୍ଘଦିନ ଧରି ଡାକ୍ତରଖାନା ନଆସି, ରୋଗୀ ସେବାରୁ ବିରତ ରହୁଥିବା ଡାକ୍ତର ମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି । ସେମାନଙ୍କ ସ୍ଥିତି ବିଷୟରେ ଜଣାଇବା ପାଇଁ ଖବରକାଗଜରେ ଇସ୍ତାହାର ମଧ୍ୟ ଦିଆଯାଇଥିଲା । ସେମାନଙ୍କର ଏହି ଅନଧିକୃତ ଉପସ୍ଥିତି ପାଇଁ […]
Continue readingବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲା: ନିଲମ୍ବିତ ହେଲେ ବରିଷ୍ଠ IPS ଅଫିସର ଦୟାଲ ଗଙ୍ଗୱାର
ବରିଷ୍ଠ IPS ଅଫିସର ଦୟାଲ ଗଙ୍ଗୱାର ନିଲମ୍ବିତ । ନିଲମ୍ବନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ହୋଇଥିଲେ ବିବାଦୀୟ । ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୃହ ବିଭାଗର ଓଏସଡି ଥିଲେ ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର । ସୂଚନାଯୋଗ୍ୟ ଯେ, ଜିଆରପି (GRP) କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାକୁ ନେଇ ଦୟାଲ ଗଙ୍ଗୱାର ବିବାଦରେ ଛନ୍ଦି […]
Continue reading



