ଏଡିଜି ଦୟାଲ ଗଙ୍ଗୱାରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଓଡ଼ିଶା ପ୍ରଶାସନର ଏକ ଅନ୍ଧାରୀ ଦିଗକୁ ପଦାରେ ପକାଇଛି। ପୋଲିସ ଡିଜିଙ୍କ ଗୋପନୀୟ ରିପୋର୍ଟ ଆଧାରରେ ଗଙ୍ଗୱାରଙ୍କୁ ସସପେଣ୍ଡ ତ କରାଯାଇଛି, କିନ୍ତୁ ଏହି ଘଟଣା ସାରା ରାଜ୍ୟରେ ଏକ ବଡ଼ ବିତର୍କକୁ ଜନ୍ମ ଦେଇଛି। ଜଣେ ନିଲମ୍ବିତ ଅଧିକାରୀଙ୍କ ବାସଭବନରେ ବିନା ଅନୁମତିରେ ୮ ଜଣ ପ୍ରଶିକ୍ଷିତ କନଷ୍ଟେବଳ ଘର କାମ କରୁଥିଲେ ଏବଂ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ୮ ଜଣଙ୍କ ମଧ୍ୟରେ ଜିଆରପି […]
Continue readingDaily Archives: June 19, 2026
ରାଷ୍ଟ୍ରପତିଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଯିବେ ପ୍ରଧାନମନ୍ତ୍ରୀ:୪୭,୬୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ହେବ ଉଦଘାଟନ ଏବଂ ଶିଳାନ୍ୟାସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ୨୦ ଜୁନ୍ ୨୦୨୬ରେ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଉପସ୍ଥିତ ରହିବେ ଯାହା ରାଜ୍ୟ ପାଇଁ ଏକ ବିରଳ ତଥା ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ । ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ସମୟରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମ ପରିଦର୍ଶନ କରିବେ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଠାରେ ପ୍ରାର୍ଥନା କରିବେ ଏବଂ ଦକ୍ଷତା ବିକାଶ କେନ୍ଦ୍ର ଓ ପାହାଡପୁର ସ୍କୁଲ ବୁଲି ଦେଖିବେ । ଏହି ଗସ୍ତ ଆଦିବାସୀ ଓ ଗ୍ରାମାଞ୍ଚଳରେ ଶିକ୍ଷାଗତ ସୁଯୋଗ, ଦକ୍ଷତା ବିକାଶ ଏବଂ ସାମାଜିକ-ଆର୍ଥିକ ସଶକ୍ତିକରଣକୁ ସୁଦୃଢ଼ କରିବା […]
Continue readingରାଇରଙ୍ଗପୁରଠାରେ ଆସନ୍ତାକାଲି ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା ବିକାଶ କେନ୍ଦ୍ର ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା ବିକାଶ କେନ୍ଦ୍ର ଭବନର ସ୍ଥାୟୀ କ୍ୟାମ୍ପସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଐତିହାସିକ ସମାରୋହ ସମ୍ପର୍କରେ ଇଗ୍ନୋର କୁଳପତି ପ୍ରଫେସର ଉମା କାଞ୍ଜିଲାଲ, ରେଜିଷ୍ଟ୍ରାର ପ୍ରଫେସର ଜିତେନ୍ଦ୍ର ଶ୍ରୀବାସ୍ତବ ଏବଂ ବିତ୍ତ ଅଧିକାରୀ ଡକ୍ଟର ଜିତେନ୍ଦ୍ର ଦେବ ଗଙ୍ଗୱାର ସୂଚନା ଦେଇଛନ୍ତି […]
Continue readingଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶା ଏବଂ ସମଗ୍ର ମୟୂରଭଞ୍ଜ ଜିଲ୍ଲା ପାଇଁ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ଇତିହାସ। ନିଜର ଜନ୍ମମାଟି ପାହାଡ଼ପୁରରେ ପହଞ୍ଚିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଶୁକ୍ରବାର ଅପରାହ୍ଣରେ ସେ ନିଜ ମାଟିରେ ପାଦ ଦେଇସାରିଥିବା ବେଳେ, ଶନିବାର (ଜୁନ୍ ୨୦) ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ଜନ୍ମଦିନ ଅବସରରେ ପହଞ୍ଚୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ଦୁଇ ଶୀର୍ଷ ଜନନାୟକଙ୍କୁ ଏକାଠି ସ୍ୱାଗତ କରିବା ପାଇଁ ପୂରା ପାହାଡ଼ପୁର ଗାଁ […]
Continue reading


