ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସ୍ ଆପ୍ ଆକାଉଣ୍ଟ ହ୍ୟାକ୍

ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସ୍ ଆପ୍ ଆକାଉଣ୍ଟ ହ୍ୟାକ୍

ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସ୍ ଆପ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । ଏହାପରେ ହ୍ୟାକରମାନେ ତାଙ୍କ ନମ୍ବରରୁ ଅନେକ ଲୋକଙ୍କୁ ମେସେଜ୍ ପଠାଇ ଟଙ୍କା ମାଗିଥିଲେ । ହ୍ୟାକରମାନେ ଲେଖିଥିଲେ ଯେ, “ତାଙ୍କର ୟୁପିଆଇ କାମ କରୁନାହିଁ ଏବଂ ତାଙ୍କୁ ତୁରନ୍ତ ୬୫ ହଜାର ଟଙ୍କାର ଆବଶ୍ୟକତା ଅଛି ।”

ସଂସାଦ ସମ୍ବିତ ପାତ୍ର ଏହା ଜାଣିବା ପରେ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ସମସ୍ତଙ୍କୁ ସତର୍କ କରାଇଥିଲେ । ସେ ଲେଖିଥିଲେ, “ମୋର ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଯାଇଛି । ମୋ ନମ୍ବରରୁ ମେସେଜ୍ ପଠାଯାଇ ଟଙ୍କା ମଗାଯାଉଛି । ଏହି ସବୁ ମେସେଜ୍ ଫେକ୍ ।”

ଏ ସଂପର୍କରେ ସେ ପୋଲିସ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ । ଲୋକଙ୍କୁ ତାଙ୍କ ନମ୍ବରରୁ ଆସୁଥିବା କୌଣସି ବି ମେସେଜ୍ ବା ଟଙ୍କା ମାଗିବା ଅନୁରୋଧ ଉପରେ ବିଶ୍ୱାସ ନକରିବାକୁ ଅପିଲ୍ କରିଥିଲେ ।

ଅନେକ ୟୁଜର ଏହାର ସ୍କ୍ରିନଶଟ୍ ସେୟାର କରିଛନ୍ତି । ଜଣେ ୟୁଜରଙ୍କୁ “ହେଲୋ, ଗୋଟିଏ ଛୋଟ ସାହାଯ୍ୟ ଦରକାର” ମେସେଜ୍ ଆସିଥିଲା । ଯେତେବେଳେ ସେ ଏହାର ଉତ୍ତର ଦେଲେ, ହ୍ୟାକର ଲେଖିଥିଲା, “ମୋର ୟୁପିଆଇ କାମ କରୁନି, ଏମର୍ଜେନ୍ସିରେ ୬୫ ହଜାର ଟଙ୍କା ଦରକାର ।” ଏହାପରେ ଏକ QR କୋଡ୍ ପଠାଇ ଟଙ୍କା ଟ୍ରାନ୍ସଫର କରିବାକୁ କୁହାଯାଇଥିଲା । କିଛି ଲୋକଙ୍କୁ ଅଲଗା ଅଲଗା ପରିମାଣର ଟଙ୍କା ମଧ୍ୟ ମଗାଯାଇଥିଲା । କିନ୍ତୁ ଅଧିକାଂଶ ଲୋକ ଏହାକୁ ସନ୍ଦେହଜନକ ମନେ କରି ଟଙ୍କା ପଠାଇନଥିଲେ ।

Posted in ରାଜ୍ୟ.