ସୁରତରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ପାଇଁ ଖୁସି ଖବର,ଏଣିକି ପ୍ରତିଦିନ ଚଳାଚଳ କରିବ ଅମୃତ ଭାରତ ଏକ୍ସପ୍ରେସ୍

ସୁରତରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ପାଇଁ ଖୁସି ଖବର,ଏଣିକି ପ୍ରତିଦିନ ଚଳାଚଳ କରିବ ଅମୃତ ଭାରତ ଏକ୍ସପ୍ରେସ୍

ସୁରତରେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକ ମାନଙ୍କ ପାଇଁ ଖୁସି ଖବର । ବ୍ରହ୍ମପୁରରୁ ସୁରତ ଅଭିମୁଖେ ସପ୍ତାହକୁ ଦୁଇ ଥର ଯାଉଥିବା  ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏଣିକି ପ୍ରତିଦିନ ଚଳାଚଳ କରିବ ।  ବ୍ରହ୍ମପୁର ରେଳ ଷ୍ଟେସନ୍ ର ଚତୁର୍ଥ ପ୍ଲାଟଫର୍ମରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଅପରାହ୍ନ ୪ଟା ୩୦ରେ ଏଥି ପାଇଁ ରେଳ ଷ୍ଟେସନ୍ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ଯୋଡି ହୋଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  ।

ସେହିପରି ଆଇନ ମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା  । ଆଜି ପୁରୀରେ ରଥଯାତ୍ରା ସମନ୍ଵୟ ବୈଠକରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ପ୍ରମୁଖ ସ୍ୱତନ୍ତ୍ର ଟ୍ରେନ ଯୋଗେ ପୁରୀରୁ ବାହାରି ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚଥିଲେ ।  ସେଠାରେ ଉଦଘାଟନୀ ସଭାରେ ଯୋଗଦାନ କରିଥିଲେ ।

Posted in ରାଜ୍ୟ.