ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ତଥା ଇତିହାସସିଦ୍ଧ ଯଶସ୍ବୀ ବାଚସ୍ପତି, ସମ୍ବିଧାନ ବିଶେଷଜ୍ଞ , ସମାଜ ସମ୍ପାଦକ, ପ୍ରବୀଣ ସାରସ୍ବତ ସାଧକ, ଗବେଷକ,ଆଦର୍ଶ ଗୁରୁ, ବାଗ୍ମୀ ପ୍ରବକ୍ତା ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ ତମ ଜୟନ୍ତୀ ତାଙ୍କର ମହାଡାକପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସତ୍ୟବାଦୀର ମାନ୍ୟବର ବିଧାୟକ ଓମ୍ ପ୍ରକାଶ ମିଶ୍ର ଙ୍କ ସମେତ ଅନେକ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା, କବି କାମଦେବ ମହାପାତ୍ର ଓ ପ୍ରାଚାର୍ଯ୍ୟ ରଙ୍ଗାଧର ସାହୁ ଙ୍କୁ “ପଣ୍ଡିତ ନୀଳକଣ୍ଠ ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ସ୍ବରଚିତ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କବି କାମଦେବ ମହାପାତ୍ର ଓ କବୟିତ୍ରୀ ସରୋଜିନୀ ମିଶ୍ର । ଏହାପରେ ବିଧାନ ସଭା ପରିସରରେ ପାଳିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଙ୍କ ସମେତ ଅନେକ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଅଧିକ ଖବର
-
କୋଟିଆ ବିବାଦ: ଓଡ଼ିଶାର ସାର୍ବଭୌମତ୍ୱ ରକ୍ଷା ଓ ସ୍ଥାୟୀ ସମାଧାନର ବାସ୍ତବବାଦୀ ମାର୍ଗ
November 4, 2026 -
ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ପୁଞ୍ଜିନିବେଶ ପ୍ରସ୍ତାବ,ବିଭିନ୍ନ ସଂସ୍ଥା ସହ ୧୮ଟି ଏମ୍ ଓୟୁ ସ୍ୱାକ୍ଷରିତ
November 3, 2026 -
ଚିକିତ୍ସା ବିଜ୍ଞାନର ଉଜ୍ଜ୍ୱଳ ନକ୍ଷତ୍ର ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର: ଏକ ଚିରନ୍ତନ ପ୍ରେରଣା
November 3, 2026
