ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ

ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ

ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କଲେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ। ଏହି ଅବସରରେ ବିଭିନ୍ନ ସାଙ୍ଗଠନିକ ଏବଂ ସମସାମୟିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ।

ସେ ଆହୁରି ଲେଖିଛନ୍ତି ଏହି ବୈଠକରେ ଓଡ଼ିଶାରେ ସଂଗଠନକୁ ଆହୁରି ସୁଦୃଢ଼ କରିବା, କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ଭୂମିକା, ଜନସେବାମୂଳକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସକାରାତ୍ମକ ମତ ବିନିମୟ ହୋଇଥିଲା । ତାଙ୍କର ମାର୍ଗଦର୍ଶନ ଓ ମୂଲ୍ୟବାନ ପରାମର୍ଶ ଆଗାମୀ ଦିନରେ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାରେ ନିଶ୍ଚିତ ଭାବେ ପ୍ରେରଣାଦାୟକ ହେବ ବୋଲି କହିଛନ୍ତି ମନମୋହନ।

Posted in ରାଜ୍ୟ.