ସଂଗଠନକୁ ଗୁରୁତ୍ବ ଦିଅ, ସଙ୍ଗଠନ ରହିଲେ ଦଳ ରହିବ ,ବିଜେପି କାର୍ଯ୍ୟାଳୟରେ  ନେତାଙ୍କୁ ସିଧା ସିଧା ଶୁଣାଇଛନ୍ତି ସୌଦାନ ସିଂ

ସଂଗଠନକୁ ଗୁରୁତ୍ବ ଦିଅ, ସଙ୍ଗଠନ ରହିଲେ ଦଳ ରହିବ ,ବିଜେପି କାର୍ଯ୍ୟାଳୟରେ ନେତାଙ୍କୁ ସିଧା ସିଧା ଶୁଣାଇଛନ୍ତି ସୌଦାନ ସିଂ

ଓଡ଼ିଶା ବିଜେପିର ସଂଗଠନ ସଜାଡ଼ିବେ ସୌଦାନ ସିଂ | ବିଜେପିର ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ଦାୟିତ୍ବ ନେବା ପରେ ତିନିଦିନିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତାଙ୍କୁ ଭେଟିଛନ୍ତି ସୌଦାନ ସିଂ | ମୁଖ୍ୟମନ୍ତ୍ରୀଙ୍କ ସହିତ  ୱାନ ଟୁ ୱାନ ଆଲୋଚନା କରିଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି, ସୌଦାନ ସିଂଙ୍କର ଦୀର୍ଘ ସାଙ୍ଗଠନିକ ଅଭିଜ୍ଞତା ଓ ମାର୍ଗଦର୍ଶନ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ | ସେପଟେ ସଂଗଠନକୁ କିପରି  ମଜବୁତ କରାଯିବ ଏବଂ ସରକାର ଓ ସଂଗଠନ ମଧ୍ୟରେ କିପରି ସମନ୍ବୟ  ରହିବ ତାଉପରେ ଗୁରୁତ୍ବ ଦେଇଛନ୍ତି ସୌଦାନ ସିଂ ।

ନେତାଙ୍କୁ ସିଧା ସିଧା ଶୁଣାଇଲେ ସୌଦାନ

ସଂଗଠନ ସହ ଚାଲ । ସଂଗଠନକୁ ଗୁରୁତ୍ବ ଦିଅ । ସଙ୍ଗଠନ ରହିଲେ ଦଳ ରହିବ ।ବିଜେପି କାର୍ଯ୍ୟାଳୟରେ ଦଳର ନେତା, ମନ୍ତ୍ରୀ ଓ ସାଙ୍ଗଠନିକ ଦାୟୀତ୍ବ ରେ ଥିବା ନେତାଙ୍କୁ ସିଧା ସିଧା ଶୁଣାଇଛନ୍ତି ସୌଦାନ ସିଂ | ବିଜେପିର ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ଦାୟିତ୍ବ ନେବା ପରେ ତିନି ଦିନିଆ ଗସ୍ତରେ ଆସି ସୌଦାନ ସିଂ  ରାଜ୍ୟ ନେତୃତ୍ବଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟର ସମସ୍ତ ମନ୍ତ୍ରୀ , ବିଧାୟକଙ୍କଠାରୁ ଆରମ୍ଭ କରି ସଂଗଠନର ନେତୃତ୍ୱଙ୍କୁ ଭେଟି ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି, ଦଳର ସାଙ୍ଗଠନିକ ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ସୌଦାନ ସିଂ | ସୌଦାନ ସିଂଙ୍କର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବର ହୋଇଥିବାରୁ ତାଙ୍କ ଫୋକସରେ ରହିଛି ଓଡିଶା |

ସିଏମଙ୍କ ସହ ୱାନ ଟୁ ୱାନ ଆଲୋଚନା

ସୌଦାନଙ୍କ ପ୍ରଥମ ଗସ୍ତରେ ସେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିଛନ୍ତି | ବୈଠକ ପରେ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି, ରାଜ୍ୟରେ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା, ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଶେଷ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚାଇବା ତଥା ରାଜ୍ୟର ସାମଗ୍ରିକ ବିକାଶ ସମ୍ପର୍କରେ ସୌଦାନ ସିଂଙ୍କ ସହ ଫଳପ୍ରଦ ବିଚାରବିମର୍ଶ ହୋଇଛି | ତାଙ୍କର ଦୀର୍ଘ ସାଙ୍ଗଠନିକ ଅଭିଜ୍ଞତା ଓ ମାର୍ଗଦର୍ଶନ ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

ସାଂଗଠନିକ ଶକ୍ତିକୁ ସୁଦୃଢ କରିବା ବଡ଼ ଆହ୍ଵାନ

ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏବେ ଦଳ ପାଇଁ ବଡ଼ ଆହ୍ୱାନ ହେଉଛି ସାଂଗଠନିକ ଶକ୍ତିକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା | ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦଳୀୟ କର୍ମୀଙ୍କୁ ସକ୍ରିୟ ରଖିବା ଉପରେ ରହିବ ଗୁରୁତ୍ୱ ଦେବା ଜରୁରୀ |  ଏସବୁ କାର୍ଯ୍ୟର ତଦାରଖ କରିବେ ସୌଦାନ ସିଂ | ଏଥିପାଇଁ ଜିଲ୍ଲାରୁ ମଣ୍ଡଳ ଏବଂ ମଣ୍ଡଳରୁ ବୁଥ୍ ସ୍ତର ପର୍ଯ୍ୟନ୍ତ ସଂଗଠନର ସ୍ଥିତି ପରଖୁଛନ୍ତି ସୌଦାନ ସିଂ | କେଉଁଠି ଦଳ ମଜଭୁତ ଅଛି, କେଉଁଠି ସଂଗଠନକୁ ଅଧିକ ସକ୍ରିୟ କରିବା ଆବଶ୍ୟକ ଏବଂ କର୍ମୀଙ୍କ ମଧ୍ୟରେ ସମନ୍ୱୟ କେତେ ରହିଛି, ସେସବୁ ଦିଗରେ ସାଂଗଠନିକ ସମୀକ୍ଷା କରୁଛନ୍ତି | ଆଗାମୀ ପୌର ଓ  ପଂଚାୟତ ନିର୍ବାଚନ ପୂର୍ବରୁ ସୌଦାନ ସିଂଙ୍କ ପ୍ରମୁଖ ଲକ୍ଷ ରହିଛି ବୁଥ୍ ସ୍ତରରେ ସଂଗଠନକୁ ଅଧିକ ସକ୍ରିୟ କରିବା ।ଏବଂ  ଦଳୀୟ କର୍ମୀଙ୍କୁ ଏକାଠି କରି ନିର୍ବାଚନୀ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବା ।

ସୌଦାନ ସିଂଙ୍କ ଗୋଟି ଚାଳନାରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା | ସେତେବେଳେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ନିଜର ସ୍ଥିତିକୁ ମଜଭୁତ କରିପାରିଥିଲା ବିଜେପି | ଏଵେ ୨୦୨୭ ପଂଚାୟତ ନିର୍ବାଚନ ପୂର୍ବରୁ ପୁଣି ସୌଦାନ ସିଂଙ୍କ ଉପରେ ଦାୟିତ୍ବ ଥିବାରୁ ପଂଚାୟତ ଓ ପୌର ପରିଷଦ କବଜା କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

Posted in ରାଜ୍ୟ.