କାଲି ଛାତ୍ର ସଂସଦ ନିର୍ବାଚନ,ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

କାଲି ଛାତ୍ର ସଂସଦ ନିର୍ବାଚନ,ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

କାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କୌଣସି ହିଂସା ନକରି ଶାନ୍ତିଶୃଙ୍ଖଳାର ସହ ମତଦାନ କରିବାକୁ କହିଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବାକୁ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହା ମାଧ୍ୟମରେ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖାଯାଉଛି । ନିରନ୍ତର ସମୀକ୍ଷା ଚାଲିଛି । ଶାନ୍ତିଶୃଙ୍ଖଳା ପାଇଁ ବିଭାଗ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧର ସମ୍ମାନ ରକ୍ଷା କରିବେ ବୋଲି ଆଶା କରାଯାଉଛି । ଶାନ୍ତିପୂର୍ଣ୍ଣ ମତଦାନ ଓ ଶୃଙ୍ଖଳିତ ନିର୍ବାଚନ ମାଧ୍ୟମରେ କ୍ୟାମ୍ପସ୍‌ରେ ଏକ ସୁସ୍ଥ ଗଣତାନ୍ତ୍ରିକ ପରିବେଶ ବଜାୟ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି ।

Posted in ରାଜ୍ୟ.