ଆସନ୍ତା ୧୭ରୁ ଆରମ୍ଭ ହେବ ‘ଗୁରୁପ୍ରସାଦ ମେମୋରିଆଲ ନାଇଟ୍ ଟୁର୍ନାମେଣ୍ଟ
ନିରାକାରପୁର: ନିଜ ପ୍ରିୟ ବନ୍ଧୁ ଗୁରୁପ୍ରସାଦ (ଗଗି)ଙ୍କ ଅମ୍ଲାନ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଆୟୋଜିତ ହେବାକୁ ଯାଉଛି ଏକ ଭବ୍ୟ ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ। ଆସନ୍ତା ଜାନୁୟାରୀ ୧୭ ତାରିଖ (ଶନିବାର) ସନ୍ଧ୍ୟାରେ ଏହି ‘ଗୁରୁପ୍ରସାଦ ମେମୋରିଆଲ ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ’ର ଶୁଭାରମ୍ଭ ହେବ। କ୍ରିକେଟର ରୋମାଞ୍ଚ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଦେଖିବାକୁ ମିଳିବ। ୧୭ ତାରିଖ ସନ୍ଧ୍ୟା ୫ଟାରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ରାତିରେ ଫ୍ଲଡ୍-ଲାଇଟ୍ ଆଲୁଅରେ କ୍ରିକେଟର କଡ଼ା ମୁକାବିଲା ଦେଖିବାକୁ ମିଳିବ। ଏଥିରେ ଆପଣମାନେ ମାଗଣା ଲଟେରୀ ଧମାକାର ଲାଭ ପାଇପାରିବେ । ଦର୍ଶକଙ୍କ ପାଇଁ ଏହି ଟୁର୍ନାମେଣ୍ଟରେ ସ୍ୱତନ୍ତ୍ର ଭାବେ ‘ମାଗଣା ଲଟେରୀ’ର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ରହିଛି।
ଆୟୋଜକ ବନ୍ଧୁମାନଙ୍କ ପକ୍ଷରୁ ସ୍ଥାନୀୟ କ୍ରୀଡ଼ାପ୍ରେମୀ ଓ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ସାହାଯ୍ୟ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ବନ୍ଧୁତା ଓ କ୍ରୀଡ଼ାର ଏହି ମହାମିଳନ ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ଆୟୋଜକ ବନ୍ଧୁମାନେ ଆଶା କରାଯାଉଛି।
