ଚିନ୍ତା ବଢାଇଲା ଚାଇନିଜ୍ ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ

ଚିନ୍ତା ବଢାଇଲା ଚାଇନିଜ୍ ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ

ସରିଛି ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ । ଯୁଦ୍ଧବିରତି ନେଇ ଉଭୟ ଦେଶ ରାଜି ହୋଇଛନ୍ତି । ୩୮ ଦିନ ଧରି ଲାଗି ରହିଥିବା ମହାସଂଗ୍ରାମରେ ବିରାମ ଲାଗିଛି । ହେଲେ ଏବେ ଚିନ୍ତା ବଢାଇଛି ଚାଇନିଜ୍ ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ । ସେ ଏପରି କିଛି ଭବିଷ୍ୟବାଣୀ କରିଛନ୍ତି ଯାହାକୁ ନେଇ ସବୁଠି ଭୟର ମାହୋଲ ।

ଚାଇନାର ନଷ୍ଟ୍ରାଡମ୍ସ ହେଲେ ପେଶାରେ ଜଣେ ପ୍ରଫେସର । ସେ ପୂର୍ବରୁ ଅନେକ ଭବିଷ୍ୟବାଣୀ କରିଛନ୍ତି । ଯାହା ସତ ହୋଇଛି । ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ଅନେକ କଥା କୁହନ୍ତି । ଯାହା ପରେ ବାସ୍ତବତାର ରୂପ ନେଇଥାଏ । ଆମେରିକା ଏବଂ ଇରାନକୁ ନେଇ ସେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ଯାହା ସତ ପ୍ରମାଣିତ ହୋଇଥିଲା । ଏବେ ସେ ପୁଣି ଏମିତି କିଛି କହିଛନ୍ତି ।

ନୂଆ ଭବିଷ୍ୟବାଣୀ

‘ପ୍ରେଡିକ୍ଟିଭ୍ ହିଷ୍ଟ୍ରି’ ନାଁରେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଚଲାଉଥିବା ଜିୟାଙ୍ଗ୍ ପୂର୍ବରୁ କହିଥିଲେ ଯେ, ଇରାନ ସହ ଯୁଦ୍ଧ ପାଇଁ ଆମେରିକା ସମସ୍ୟାର ସାମ୍ନା କରିବ । ଟ୍ରମ୍ପ୍ ବଡ ଧମକ ଦେବେ । ହେଲେ ପଛକୁ ହଟିବେ । ଟ୍ରମ୍ପ୍ ମଧ୍ୟ ଅନେକ ଥର ଡେଡ୍ ଲାଇନ୍ ଦେଇଥିଲେ । ପରେ ଯୁଦ୍ଧ ଶେଷ ନେଇ ନିଜେ ଘୋଷଣା କରିଥିଲେ ।

ଏବେ ଜିୟାଙ୍ଗ୍ କହିଛନ୍ତି ଯେ, ଆମେରିକା ଇରାନରେ ନିଜ ସୈନ୍ୟକୁ ଓହ୍ଲାଇବ । ଫଳରେ ଯୁଦ୍ଧ ବେଶି ଭୟଙ୍କର ହେବ । କେବଳ ଆକାଶ ମାର୍ଗରୁ ଆକ୍ରମଣ ଯଥେଷ୍ଟ ହେବନାହିଁ । ଇରାନ ପାଖରେ ଆମେରିକା ଭଳି ସାମରିକ ଶକ୍ତି ନଥିଲେ ବି ଇରାନ ସାବଧାନ ରହିଛି । ଆମେରିକା ଏକ ଯୋଜନା ଅନୁସାରେ ଆଗକୁ ବଢୁଛି । କିନ୍ତୁ ଯାହା ପାଖରେ ଅଧିକ ରଣନୀତି ରହିବ ସେ ହିଁ ଯୁଦ୍ଧ ଜିତିବ ।

ପୂର୍ବରୁ ଅନେକ କଥା ହୋଇଛି ସତ

ସୂଚନାଯୋଗ୍ୟ, ପୂର୍ବରୁ ଜିୟାଙ୍ଗ ଟ୍ରମ୍ପ୍ ଜିତିବା ନେଇ ଭବିଷ୍ୟବାଣୀ କରିଥିଲେ । ଆମେରିକା ନିର୍ବାଚନରେ ଟ୍ରମ୍ପ୍ ବାଜି ମାରିବେ ବୋଲି ତିନି ବର୍ଷ ତଳେ ସେ ପ୍ରକାଶ କରିଥିଲେ । ସେହିପରି ଇରାନ ସହ ଯୁଦ୍ଧରେ ଆମେରିକା ପରାସ୍ତ ହେବ ବୋଲି କହିଥିଲେ । କେବଳ ଏତିକି ନୁହେଁ ଯୁଦ୍ଧ ବିରାମ ଲାଗୁ ହେଲେ ବି ଏହାର କିଛି ଫଳାଫଳ ମିଳିବ ନାହିଁ ବୋଲି ଜିୟାଙ୍ଗ୍ ପ୍ରକାଶ କରିଥିଲେ ।

Posted in ଦେଶ ବିଦେଶ and tagged .