ବେଙ୍ଗଲ ଶାସନ ଗାଦିରେ ‘ଓଡ଼ିଆ’ ଅସ୍ମିତା: ଶୁଭେନ୍ଦୁଙ୍କ ବିଜୟ ଓ ମେଦିନୀପୁରର ଇତିହାସର ହେବ ପୁନଃ ଲେଖନ

ବେଙ୍ଗଲ ଶାସନ ଗାଦିରେ ‘ଓଡ଼ିଆ’ ଅସ୍ମିତା: ଶୁଭେନ୍ଦୁଙ୍କ ବିଜୟ ଓ ମେଦିନୀପୁରର ଇତିହାସର ହେବ ପୁନଃ ଲେଖନ

ପଶ୍ଚିମବଙ୍ଗର ନବମ ମୁଖ୍ୟମନ୍ତ୍ରୀ, ବିଶେଷ କରି ପ୍ରଥମ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଶ୍ରଦ୍ଧେୟ ଶୁଭେନ୍ଦୁ ଅଧିକାରୀଙ୍କୁ ଜଣାଉଛି ଅନେକ ଅନେକ ଅଭିନନ୍ଦନ, ଶୁଭେଚ୍ଛା । ଜଣେ ଓଡ଼ିଆ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବା,ବିଶେଷ କରି ୧୭୫୭ ମସିହା, ଜୁନ ୨୨ ପରବର୍ତ୍ତୀ ଇତିହାସ ଆଧାରରେ ବହୁବିଧ ଦୃଷ୍ଟିକୋଣରୁ ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସୁବାର୍ତ୍ତା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନ ସମୟରେ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ମେଦିନୀପୁରକୁ ବଙ୍ଗୀୟ କର୍ମଚାରୀ ଙ୍କ ଚକ୍ରାନ୍ତରେ ପ୍ରଭାବିତ ହୋଇ କମ୍ପାନୀ ଶାସନ ଅଙ୍ଗ ଛେଦନ କରିଥିଲା । ମେଦିନୀପୁର ଥିଲା ଉତ୍କଳ ଜନନୀ ଙ୍କ ଡାହାଣ ହାତ , ବିଜୟନଗର ଥିଲା ବାମହାତ, ଜଗଦଳପୁର, ବିଳାସପୁର,ବସ୍ତର ଆଦି ଅଞ୍ଚଳ ଥିଲା ବାମ ଗୋଡ଼, ଷଢେ଼ଇକଳା, ଖରସୂଆଁ, ସିଂହ ଭୂମି, ଚକ୍ରଧରପୁର ଆଦି ଅଞ୍ଚଳ ଥିଲା ଡ଼ାହାଣ ଗୋଡ । ଚାରି ପ୍ରମୁଖ ଅଙ୍ଗ ଛେଦନ କରି ଚାରି ଦିଗକୁ ଫୋପଡ଼ା ଯିବା ପରେ ଉତ୍କଳ ଜନନୀ ଙ୍କ ରକ୍ତାକ୍ତ ଗଣ୍ଡି ର ଚିତ୍କାର ୨୨୩ ବର୍ଷ ଧରି ପ୍ରତିଧ୍ଵନିତ ହୋଇ ଆସୁଛି । ମେଦିନୀପୁର ରେ ଅନେକ ଜେନା ମାନେ ଜାନା, ମହାନ୍ତି ମାନେ ମାଇତି, ସାହୁ ମାନେ ସାହା , ଆଚାର୍ଯ୍ୟ ମାନେ ଭଟ୍ଟାଚାର୍ଯ୍ୟ ଆଦିରେ ପରିବର୍ତ୍ତନ ହୋଇସାରିଲେଣି । ସେ ଯାହା ହେଉ ସ୍ବାଧୀନତା ପୂର୍ବରୁ ଓ ପରେ ବହୁସଂଖ୍ୟକ ବଙ୍ଗୀୟ ମାନେ କ୍ଷମତା ରାଜନୀତି ଠାରୁ ଆରମ୍ଭ କରି ସମାଜର ଅନେକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ସମ୍ପର୍କରେ ଇତିହାସ ଶତମୁଖର , ମାତ୍ର ବିଶ୍ବମ୍ବର ମିଶ୍ର ଓରଫ ଚୈତନ୍ୟ ଠାରୁ ଆରମ୍ଭ କରି ଗୋପାଳ ଉଡ଼େ ଡମ୍ବରୁଧର ଦକ୍ଷିଣ କବାଟ ମାନଙ୍କ ଭଳି ଅନେକଙ୍କ ଓଡ଼ିଆ ପୃଷ୍ଠଭୂମି ଅନାଲୋଚିତ । ଶୁଭେନ୍ଦୁ ଅନେକ ସମୟରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରନ୍ତି। ମେଦିନୀପୁରର ପ୍ରତିଟି ଘରେ ଜଗନ୍ନାଥଙ୍କ ପୂଜା ପାଉଛନ୍ତି । ଓଡ଼ିଆ ପରମ୍ପରା ବଞ୍ଚି ରହିବା ପଛରେ ତାଙ୍କ ଭଳି ଅନେକ ନେତାଙ୍କର ଏକ ପ୍ରକାର ନୈତିକ ସମର୍ଥନ ସବୁବେଳେ ରହିଆସିଛି। ମେଦିନୀପୁରରେ ଓଡ଼ିଆ ଭାଷାଭାଷୀଙ୍କ ସୁରକ୍ଷା ଏବଂ ସେମାନଙ୍କ ସାମାଜିକ ଅଧିକାର ପାଇଁ ଶୁଭେନ୍ଦୁଙ୍କ ପରିବାର ସବୁବେଳେ ସଚେତନ ରହିଛି। ଶୁଭେନ୍ଦୁଙ୍କ ଶାସନରେ ଓଡ଼ିଆ ଅସ୍ମିତାକୁ ଏକ ନୂଆ ସମ୍ମାନ ମିଳିବା ନିଶ୍ଚିତ। ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ଅନେକ ସୀମାନ୍ତ ବିବାଦ ରହିଛି। ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ସବୁ ସମସ୍ୟାର ସମାଧାନ ଏକ ପଡ଼ୋଶୀ ସୁଲଭ “ଭାଇଚାରା” ମଧ୍ୟରେ ଶୀଘ୍ର ସମାଧାନ ହୋଇପାରିବ ବୋଲି ଆଶା କରାଯାଏ। ଏହା ସହିତ ଦୁଇ ରାଜ୍ୟ ଭିତରେ ବାଣିଜ୍ୟ ସଂପର୍କରେ ସୁଧାର ଆସିପାରେ ।

ରବୀନ୍ଦ୍ର ଜୟନ୍ତୀ ଅବସରରେ କୋଲକାତାର ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହିତ NDA ଶାସିତ ୨୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି। ବିଶେଷ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏଠାରେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବିଜେପି ଦେଇ ଓଡ଼ିଶାର ଟେକ ରଖିଛି ।

ନୂଆ ସରକାରରେ ଅନେକ ପ୍ରଭାବଶାଳୀ ନେତା ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚା ହେଉଛି। ଏମାନଙ୍କ ମଧ୍ୟରୁ ଅନେକ ଓଡ଼ିଶା ପ୍ରତି ଭାବଗତ ସଂପର୍କ ରଖିଛନ୍ତି । ମମତା ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା ଭବାନୀପୁର ଆସନରୁ ବିଜୟୀ ହୋଇ ଶୁଭେନ୍ଦୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ରାଜ୍ୟ ରାଜନୀତିରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଏବଂ ସାଙ୍ଗଠନିକ ଦକ୍ଷତା ତାଙ୍କୁ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚୟ ଦେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଆଗାମୀ ଦିନରେ ଶୁଭେନ୍ଦୁ ସରକାର ଲୋକଙ୍କ ବିଶ୍ବାସ କେତେ ଜିତିପାରୁଛନ୍ତି ତାହାକୁ ଅପେକ୍ଷା

Posted in ଦେଶ ବିଦେଶ, ରାଜନୀତି and tagged .