ତାମିଲନାଡୁ ରାଜନୀତିରେ ଏବେ ‘ଘଡ଼ିକେ ଘୋଡ଼ା ଛୁଟୁଛି’। ସିନେମା ପରଦାର ସୁପରଷ୍ଟାର୍ ତଥା ଟିଭିକେ (TVK) ମୁଖ୍ୟ ବିଜୟଙ୍କ ପାଇଁ ଶାସନ ଗାଦିର ଯାତ୍ରା ଏତେ ସହଜ ମନେହେଉ ନାହିଁ। ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କରିଥିବା ବିଜୟ ଏବେ ‘ମ୍ୟାଜିକ୍ ନମ୍ବର’ ଜାଲରେ ଫସି ଯାଇଛନ୍ତି। ଫଳରେ ଶନିବାର ହେବାକୁ ଥିବା ତାଙ୍କର ଭବ୍ୟ ଶପଥ ଗ୍ରହଣ ଉତ୍ସବ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକି ଯାଇଛି।
ତାମିଲନାଡୁ ବିଧାନସଭାରେ ସରକାର ଗଠନ ପାଇଁ ୧୧୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ମାତ୍ର ବିଜୟ ରାଜ୍ୟପାଳଙ୍କ ନିକଟରେ ମାତ୍ର ୧୧୬ ଜଣ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିଛନ୍ତି। ଅର୍ଥାତ୍ ବହୁମତ ପାଇଁ ବିଜୟଙ୍କୁ ଆଉ ମାତ୍ର ୨ ଜଣ ବିଧାୟକଙ୍କ ସମର୍ଥନ ଦରକାର। ରାଜ୍ୟପାଳ ଆର୍.ଭି. ଅର୍ଲେକର ସ୍ପଷ୍ଟ କରିଛନ୍ତି ଯେ, ସମ୍ପୂର୍ଣ୍ଣ ବହୁମତ ନ ମିଳିବା ପର୍ଯ୍ୟନ୍ତ ଶପଥ ଗ୍ରହଣ ପାଇଁ ଅନୁମତି ଦିଆଯାଇପାରିବ ନାହିଁ।
ବିଜୟଙ୍କୁ କଂଗ୍ରେସ (୫ ବିଧାୟକ) ଏବଂ ବାମପନ୍ଥୀ ଦଳ (CPI ଓ CPM – ୪ ବିଧାୟକ) ସମର୍ଥନ ଦେଇଥିଲେ ମଧ୍ୟ ସଂଖ୍ୟା ୧୧୬ରେ ଅଟକି ଯାଇଛି। ଷ୍ଟୋରିର ସବୁଠୁ ବଡ଼ ଟୁଇଷ୍ଟ ହେଉଛି VCK ଏବଂ IUML ର ଆଭିମୁଖ୍ୟ। ଏହି ଦୁଇ ଦଳ ପାଖରେ ୨-୨ ଜଣ ଲେଖାଏଁ ବିଧାୟକ ଅଛନ୍ତି। କୁହାଯାଉଛି ଯେ, ମେଣ୍ଟର ଜଣେ ବିଧାୟକ ଶେଷ ମୁହୂର୍ତ୍ତରେ ବିଜୟଙ୍କୁ ସମର୍ଥନ ଦେବାକୁ ମନା କରିଦେଇଛନ୍ତି। ବର୍ତ୍ତମାନ VCK ଏବଂ IUML କୁ ମନାଇବା ପାଇଁ ବିଜୟଙ୍କ ଶିବିରରେ ଘନ ଘନ ବୈଠକ ଚାଲିଛି।
ସରକାର ଗଢ଼ିବା ପୂର୍ବରୁ ସହଯୋଗୀ ଦଳଙ୍କ “ଡିମାଣ୍ଡ” ପୂରଣ କରିବା ବିଜୟଙ୍କ ପାଇଁ ସବୁଠୁ ବଡ଼ ପରୀକ୍ଷା ହେବ। ଶେଷ ମୁହୂର୍ତ୍ତରେ ବିଧାୟକମାନଙ୍କ ମନ ବଦଳିବା ବିଜୟଙ୍କ ସାଂଗଠନିକ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି। ଡିଏମକେ (DMK) ଏବଂ ଏଆଇଏଡିଏମକେ (AIADMK) ପରି ଶକ୍ତିଶାଳୀ ଦଳ ବିଜୟଙ୍କ ମେଣ୍ଟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରିପାରନ୍ତି।ତାମିଲନାଡ଼ୁର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ରାଜ୍ୟ ରାଜନୀତିରେ ଆସିଛି ବଡ଼ ଟୁଇଷ୍ଟ। ଟିଭିକେ ମୁଖ୍ୟ ଥାଲାପତି ବିଜୟ ଶୁକ୍ରବାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକରଙ୍କୁ ଭେଟି ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ। ହେଲେ ଟିଭିକେ ଓ ଏହାର ସହଯୋଗୀଙ୍କୁ ମିଶାଇ ସଂଖ୍ୟା ୧୧୬ରେ ପହଞ୍ଚି ପାରିଛି। ସରକାର ଗଠନ ପାଇଁ ଆବଶ୍ୟକୀୟ ‘ମ୍ୟାଜିକ୍ ନମ୍ବର’ ପହଞ୍ଚିବାରେ ବିଫଳ ହୋଇଛି।ଏହି କାରଣରୁ ରାଜ୍ୟପାଳ ଏ ପର୍ଯ୍ୟନ୍ତ ବିଜୟଙ୍କୁ ସରକାର ଗଢିବାକୁ ମଞ୍ଜୁରୀ ଦେଇ ନାହାନ୍ତି। ଫଳରେ ଶନିବାର ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବ ଏବେ ଅଟକି ଯାଇଥିବା ସୂତ୍ରରୁ ସୂଚନା ମିଳିଛି। ଏହା ପୂର୍ବରୁ ସିପିଏମ ନେତା ଦାବି କରିଥିଲେ ଯେ, ରାଜ୍ୟପାଳ ସରକାର ଗଢିବାକୁ ଟିଭିକେକୁ ଆମନ୍ତ୍ରିତ କରିଥିଲେ।
ଶୁକ୍ରବାର ସନ୍ଧ୍ୟାରେ ବିଜୟ ରାଜ୍ୟପାଳ ଆର.ଭି. ଅର୍ଲେକରଙ୍କୁ ଭେଟି ୧୧୬ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ। କିନ୍ତୁ ତାମିଲନାଡୁରେ ସରକାର ଗଠନ ପାଇଁ ୧୧୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୟ ଏପର୍ଯ୍ୟନ୍ତ ବହୁମତ ପ୍ରମାଣ କରିପାରି ନାହାନ୍ତି। ସେଥିପାଇଁ ରାଜ୍ୟପାଳ ତାଙ୍କୁ ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ ଦେଇନାହାନ୍ତି।
କଂଗ୍ରେସ ପୂର୍ବରୁ ହିଁ ବିଜୟଙ୍କୁ ସମର୍ଥନ ଦେବାକୁ ଘୋଷଣା କରିସାରିଛି। ସେହିପରି ସିପିଆଇ ଏବଂ ସିପିଏମ୍ ମଧ୍ୟ ତାଙ୍କ ସହ ରହିଛନ୍ତି। କିନ୍ତୁ VCK, AMMK ଏବଂ IUML ସହ ମେଣ୍ଟ ଗଠନ କରିବା ପ୍ରକ୍ରିୟାରେ ବାଧା ଉପୁଜିଥିବାରୁ ଶନିବାର ହେବାକୁ ଥିବା ଭବ୍ୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ତେବେ କେତେଦିନ ପର୍ଯ୍ୟନ୍ତ ବିଜୟ ସରକାର ଚାଲିବ ତାକୁ ନେଇ ଦ୍ବନ୍ଦ୍ବ ରହିଛି । ସମୟ କହିବ ତାମିଲନାଡୁ ରାଜନୀତିରେ ଏଭଳି କେତେଦିନ ସରକାର ଗଠନକୁ ନେଇ ଦ୍ବନ୍ଦ୍ବ ରହିବ ତାହା ଦେଖିବାକୁ ବାକି ରହିଲା ।
