ଗଙ୍ଗା ଦଶହରାରେ ସ୍ନାନ କରିବା ବେଳେ ଅଘଟଣ, ବୁଡ଼ିଗଲେ ୩୧ ଜଣ ଶ୍ରଦ୍ଧାଳୁ, ୭ ଜଣ ପ୍ରାଣ ହରାଇଥିବା ବେଳେ ଏକ ପିଲା ନିଖୋଜ

ଗଙ୍ଗା ଦଶହରାରେ ସ୍ନାନ କରିବା ବେଳେ ଅଘଟଣ, ବୁଡ଼ିଗଲେ ୩୧ ଜଣ ଶ୍ରଦ୍ଧାଳୁ, ୭ ଜଣ ପ୍ରାଣ ହରାଇଥିବା ବେଳେ ଏକ ପିଲା ନିଖୋଜ

ଗଙ୍ଗା ଦଶହରାରେ ସ୍ନାନ କରିବା ବେଳେ ସୋମବାର ବଦାୟୁଁ ଓ ବରେଲୀରେ ୩୧ ଜଣ ଶ୍ରଦ୍ଧାଳୁ ନଦୀରେ ବୁଡି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ପ୍ରାଣ ହରାଇଥିବା ବେଳେ ଏକ ପିଲା ନିଖୋଜ ଅଛି। ବାକି ଲୋକଙ୍କୁ ବୁଡ଼ାଳୀ ଉଦ୍ଧାର କରିଛନ୍ତି। ଗଙ୍ଗା ଦଶହରା ପାଇଁ ବଦାୟୁଁରେ ଡିଏମ ଅବିନାଶ ରାୟ ଓ ଏସଏସପି ଅଙ୍କିତା ଶର୍ମା ଗଙ୍ଗା ଘାଟକୁ ପହଞ୍ଚି ଲୋକଙ୍କୁ ଗଭୀର ପାଣିକୁ ନ ଯିବା ପାଇଁ ବାରମ୍ବାର ନିବେଦନ କରିଥିଲେ। ତେବେ ଲୋକେ ପ୍ରଶାସନର ନିବେଦନକୁ ବେଖାତିର କରି ଗଭୀର ପାଣିକୁ ପଶି ବୁଡି ଯାଇଛନ୍ତି।

ହାଥରସ କାନଉ ଗାଁର ଓମବୀର ତାଙ୍କ ପୁଅ ନିଲେଶ ଓ ସମ୍ପର୍କୀୟ ଗଙ୍ଗା ସ୍ନାନ ନିମନ୍ତେ କଛଲା ପହଞ୍ଚିଥିଲେ। ସେମାନେ ଗଙ୍ଗା ସ୍ନାନ ପାଇଁ ମୁଖ୍ୟ ଘାଟକୁ ଛାଡି ୧ କିଲୋମିଟର ଦୂର ଏକାନ୍ତରେ ସ୍ନାନ କରୁଥିଲେ। ଏହି ସମୟରେ ନିଲେଶ, ବିକାଶ ଓ ୪ ବର୍ଷିୟ କୃଷ୍ଣା, ନିଲେଶଙ୍କ ମାଉସୀ ଶାଲିନୀ, ୧୦ ବର୍ଷିୟା ଶିଖା ଗଭୀର ପାଣିରେ ବୁଡି ଯାଇଥିଲେ। ତେବେ ନାବିକ ଓ ବୁଡାଳୀମାନେ ତୁରନ୍ତ ନଦୀକୁ ଡେଇଁ ବିକାଶ, କୃଷ୍ଣା ଓ ଶାଲିନୀଙ୍କୁ ଉଦ୍ଧାର କରିଥିବା ବେଳେ ନିଲେଶ ଓ ରୋହିତ ପ୍ରାଣ ହରାଇଛନ୍ତି। ସେମାନଙ୍କ ଶବ ଅପରାହ୍ନ ରେ ନଦୀରୁ ଉଦ୍ଧାର କରାଯାଇଛି।

କଛଲା ଘାଟରେ ଶିରସାର ଦବରଇ ନିବାସୀ ରାଜକୁମାର ଓ ସୂରଜ ମଧ୍ୟ ପାଣିରେ ବୁଡି ଯାଉଥିଲେ। ତେବେ ବୁଡାଳୀ ଅନିଲ ଓ ଫଜଲେ ସୂରଜଙ୍କୁ ଉଦ୍ଧାର କରିଥିବା ବେଳେ ରାଜକୁମାର ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ସେହିପରି ଅଟୈନା ଘାଟରେ ମୈନପୁରୀର ପିଣ୍ଟୁ ବୁଡି ଯାଇଛନ୍ତି। ତାଙ୍କ ଭାଇଙ୍କ ଡାକଶୁଣି ଥାନା ଆଇଆଇସି ଦେବେନ୍ଦ୍ର ସିଂହ ତୁରନ୍ତ ବୁଡାଳୀଙ୍କୁ ନଦୀକୁ ପଠାଇଥିଲେ। ତେବେ ତାଙ୍କ ଶବ ମିଳିଛି। ଅପରାହ୍ନ ୩ଟା ବେଳେ ଫାରୁଖା ବାଦର ନ୍ୟୁନୈହରା ଗାଁର ଅନୁପମ ଓ ତାଙ୍କ ମାମୁଁ ଜିତେନ୍ଦ୍ର ସ୍ନାନ କରୁଥିବା ବେଳେ ନଈ ପହଁରି ପାର ହେବାକୁ ଚେଷ୍ଟା କରିଥିଲେ। ତେବେ ଭଉଁରିରେ ପଡି ଅନୁପମ ପ୍ରାଣ ହରାଇଛନ୍ତି।

ବରେଲୀର ଗୁଲାବନଗର ଗାଁରେ ଲୋକେ ବହଗୁଲ ନଦୀରେ ଗଙ୍ଗା ଦଶହରା ବୁଡ ପକାଉଥିଲେ। ଏହି ସମୟରେ ଫରିଦପୁରର ଆଦିତ୍ୟ ଠାକୁର ପାଣିରେ ବୁଡି ଯାଇଥିଲେ। ଏହା ଦେଖି ବଦାୟୁଁର ବିନାବର ନିବାସୀ ଅଭିଷେକ ତାଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁଥିଲେ। ସେ ମଧ୍ୟ ଗଭୀର ପାଣିକୁ ଚାଲି ଯାଇଥିଲେ। ୨ ଘଣ୍ଟା ପରେ ଦୁଇ ଜଣଙ୍କ ଶବ ଉଦ୍ଧାର ହୋଇଛି। ତେବେ ବୁଡାଳୀ ମାନେ ବଦାୟୁଁର କଛଲା ଘାଟରେ ହାଥରସର ରାମକେଶ, ଆନନ୍ଦ କୁମାର, ପ୍ରେମଶଙ୍କର, ଋତିକ୍, ରୋସନଲାଲ ଆଦିଙ୍କୁ ଉଦ୍ଧାର କରିଛନ୍ତି।

ସେହିପରି ମୁରାଦାବାଦ ଜିଲ୍ଲାର ରାଣୀ ଓ ପିଙ୍କି, ରାଜସ୍ଥାନର ନନ୍ଦ କିଶୋର, ପ୍ୟାରୀ ଦେବୀ, ଗୌରବ ପଟେଲ, ସୋଭିତ ଶ୍ରୀବାସ୍ତବ, ରତନଲାଲ, ନାହର ସିଂହ ଓ ରାଜୀବ ରଞ୍ଜନଙ୍କୁ ଉଦ୍ଧାର କରିଛନ୍ତି। ଏହାଛଡା ଏଟା ଜିଲ୍ଲାରେ ସିକନ୍ଦରପୁରର ଆକାଶ ତିୱାରୀ, ପ୍ରକାଶ ଓ ମୁନ୍ନି ଦେବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମୁଷାଝାଗର ଅନିତା ଦେବୀ, ପ୍ରିନ୍ସ ରାଜପୁତଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି।

Posted in ଦେଶ ବିଦେଶ and tagged .