ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ସମସ୍ତ କାର୍ଯ୍ୟକ୍ରମ ସ୍ଥଳ ଓ ଫଙ୍କସନ୍ ସାଇଟ୍କୁ ନୋ ଡ୍ରୋନ୍ ଜୋନ୍ ବା ନୋ ଫ୍ଲାଇଙ୍ଗ୍ ଜୋନ୍’ ଘୋଷଣା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲାଦଣ୍ଡାଧୀଶଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପତ୍ରରେ କୁହାଯାଇଛି ଯେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯିବା ଏହି ସମୟରେ କୌଣସି ମିଡ଼ିଆ କର୍ମୀ, ଇଭେଣ୍ଟ ମ୍ୟାନେଜମେଣ୍ଟ ଟିମ୍ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଡ୍ରୋନ୍ କ୍ୟାମେରା ବ୍ୟବହାର କରିବା ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି ରହିବା ମୁଖ୍ୟ ନିର୍ଦ୍ଦେଶନାମା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଉପଯୁକ୍ତ ଡିସପ୍ଲେ ଓ ସାଇନବୋର୍ଡ ଲଗାଇ ସ୍ପଷ୍ଟ ଭାବେ ନୋ ଡ୍ରୋନ୍ ଜୋନ୍ ଜଣାଇ ଦିଆଯିବ।ଏହି ନିର୍ଦ୍ଦେଶ ଉଲ୍ଲଙ୍ଘନ କଲେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶା ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କ ପତ୍ର ଅନୁଯାୟୀ ଏହି ସୂଚନା ସମସ୍ତ ଇଲେକ୍ଟ୍ରୋନିକ୍ ମିଡ଼ିଆ କର୍ମୀଙ୍କ ମଧ୍ୟରେ ପ୍ରଚାର କରାଯିବାକୁ କୁହାଯାଇଛି ଏହାକୁ ଭିଭିଆଇପି ଅର୍ଜେଣ୍ଟ’ ବୋଲି ବିବେଚନା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର,ଏୟାରଷ୍ଟ୍ରିପ,ପାହାଡପୁର, ବାଦାମପାହାଡ ସମେତ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବାରୁ ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ବିଭାଗ ଉଚ୍ଚ ସତର୍କତା ଅବଲମ୍ବନ କରୁଛନ୍ତି ।
