ସରିଲା ନିଟ୍-ୟୁଜି ପୁନଃ ପରୀକ୍ଷା, ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଓଏମଆର ସିଟ୍ ରେ ବନ୍ଦ

ସରିଲା ନିଟ୍-ୟୁଜି ପୁନଃ ପରୀକ୍ଷା, ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଓଏମଆର ସିଟ୍ ରେ ବନ୍ଦ

ଡାକ୍ତରୀ ପାଠ୍ୟକ୍ରମରେ ଆଡମିସନ ସହ ଜଡ଼ିତ ନିଟ୍-ୟୁଜି ପୁନଃ ପରୀକ୍ଷା ସାରା ଦେଶରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଅପ୍ଟିକାଲ ମାର୍କ ରିକଗ୍ନିଶନ (ଓଏମଆର) ସିଟ୍ ରେ ବନ୍ଦ ହୋଇଛି। ଏହି ପରୀକ୍ଷା ପେନ-ପେପର ଏବଂ ଓଏମଆର ମାଧ୍ୟମରେ ହୋଇଛି। ତେବେ ଆାଗାମୀ ବର୍ଷରୁ ଏହି ପରୀକ୍ଷା କମ୍ପ୍ୟୁଟର ବେସଡ୍ (ସବିଟି) କରାଇବାକୁ ନିଷ୍ପତ୍ତି ନିଆଯାଇଛି।

ଏହା ପୂର୍ବରୁ ନିଟ୍-ୟୁଜୀ ପରୀକ୍ଷା ଗତ ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ତେବେ ପରେ ପେପର ଲିକ୍ ମାମଲା ସାମ୍ନାକୁ ଆସିବା ପରେ ପରୀକ୍ଷା ବାତିଲ କରିଦିଆଯାଇଥିଲା। ଏହି ପରୀକ୍ଷାର ଆୟୋଜନ କରୁଥିବା ଏନଟିଏ ଅନୁସାରେ ନିଟ୍-ୟୁଜି ଦ୍ୱିତୀୟବାର ପରୀକ୍ଷା ସାରା ଦେଶର ୫୫୧ ସହରରେ ୫୪୪୦ ପରୀକ୍ଷା କେନ୍ଦ୍ର ଓ ବିଦେଶରେ ୧୪ ସହରରେ କରାଯାଇଥିବା ପରୀକ୍ଷା କେନ୍ଦ୍ରରେ ଏକ ସଙ୍ଗରେ ଅନୁଷ୍ଠିତ ହୋଇଛି। ଏନଟିଏ ନିର୍ଦ୍ଧାରିତ ପ୍ରୋଟକଲ ଅନୁସାରେ କରାଯାଇଥିବାର ଦାବି କରିଛନ୍ତି। ପ୍ରଶ୍ନପତ୍ର ଯେପରି କଡ଼ା ସୁରକ୍ଷା ମଧ୍ୟରେ ପହଞ୍ଚା ଯାଇଥିଲା ଓଏମଆର ସିଟ୍ କୁ ମଧ୍ୟ କଡ଼ା ପ୍ରୋଟକଲରେ ନିଆଯାଇଛି। ଏଥି ଲାଗି ଭାରତୀୟ ଡାକ ବିଭାଗ ଓ ବାୟୁସେନାର ସହାୟତା ନିଆଯାଇଛି।

ପରୀକ୍ଷା ମାଫିଆଙ୍କ ସକ୍ରିୟତା ଓ ପରୀକ୍ଷାକୁ ନେଇ ପ୍ରସାରିତ ହେଉଥିବା ଗୁଜବକୁ ନଜରରେ ରଖି ଏନଟିଏ ପରୀକ୍ଷା ସୁରକ୍ଷା ଲାଗି କଡ଼ା ବ୍ୟବସ୍ଥା କରିଥିଲେ। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସ୍ଥାନୀୟ ପୋଲିସ ସହିତ କେନ୍ଦ୍ରୀୟ ସୁରକ୍ଷା ବଲଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ଏହା ଛଡା ପ୍ରତ୍ୟେକ ସହରରେ ସାଇବର କମାଣ୍ଡୋ ମଧ୍ୟ ମୁତୟନ ଥିଲେ। ହିନ୍ଦୀ, ଇଂରାଜୀ ସହିତ ମୋଟ ୧୩ଟି ଭାରତୀୟ ଭାଷାରେ ଅନୁଷ୍ଠିତ ନିଟ୍-ୟୁଜି ପରୀକ୍ଷା ଉପରେ କେନ୍ଦ୍ରୀୟ ଏଜେନ୍ସୀଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କଡ଼ା ନଜର ରଖିଥିଲେ।

ନିଟ୍ ୟୁଜିର ରବିବାର ଅନୁଷ୍ଠିତ ପରୀକ୍ଷାର ପରୀକ୍ଷାର୍ଥୀଙ୍କୁ ଏଥର ୧୫ ମିନିଟ୍ ଅତିରିକ୍ତ ସମୟ ଦିଆଯାଇଛି। ପରୀକ୍ଷା ଦେଇ ବାହାରକୁ ଆସିବା ପରେ ଛାତ୍ରଛାତ୍ରୀ ଅତିରିକ୍ତ ୧୫ ମିନିଟ୍ ସମୟ ପାଇଁ ବେଶ୍ ଖୁସି ବ୍ୟକ୍ତି କରିଛନ୍ତି। ମଧ୍ୟାହ୍ନ ୨ଟା ବେଳେ ଆରମ୍ଭ ହୋଇଥିବା ପରୀକ୍ଷା ସନ୍ଧ୍ୟା ୫ଟା ୧୫ ମିନିଟ୍ ରେ ସମାପ୍ତ ହୋଇଛି। ଦ୍ୱିତୀୟବାର ଅନୁଷ୍ଠିତ ପରୀକ୍ଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଛାତ୍ରଛାତ୍ରୀଙ୍କ ସୁବିଧା ପ୍ରତି ଧ୍ୟାନ ରଖିଛନ୍ତି। ପରୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ କୋଲକାତାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଯୋଗଦିବସ କାର୍ଯ୍ୟକ୍ରମ ସମାପ୍ତ କରି ମଧ୍ୟାହ୍ନ ଗୋଟାଏ ୧୫ ମିନିଟ୍ ରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲେ। ତେବେ ଛାତ୍ରଛାତ୍ରୀ ସଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚନ୍ତୁ ସେଥି ପାଇଁ ପ୍ରଧାନମନ୍ତ୍ରୀ ୪୫ ମିନିଟ୍ ବିମାନ ବନ୍ଦରରେ ପ୍ରତୀକ୍ଷା କରିଥିଲେ। ଏୟାରପୋର୍ଟରୁ ପ୍ରଧାନମନ୍ତ୍ରୀ ଆବାସ ପହଞ୍ଚିବା ରାସ୍ତା ଜାମ ହୋଇଯିବା ଆଶଙ୍କାରେ ପ୍ରଧାନମନ୍ତ୍ରୀ ଏୟାରପୋର୍ଟରେ ଅଟକି ରହିଥିଲେ।

Posted in ଦେଶ ବିଦେଶ and tagged .