ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ତଥା ଇତିହାସସିଦ୍ଧ ଯଶସ୍ବୀ ବାଚସ୍ପତି, ସମ୍ବିଧାନ ବିଶେଷଜ୍ଞ , ସମାଜ ସମ୍ପାଦକ, ପ୍ରବୀଣ ସାରସ୍ବତ ସାଧକ, ଗବେଷକ,ଆଦର୍ଶ ଗୁରୁ, ବାଗ୍ମୀ ପ୍ରବକ୍ତା ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୩ ତମ ଜୟନ୍ତୀ ତାଙ୍କର ମହାଡାକପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସତ୍ୟବାଦୀର ମାନ୍ୟବର ବିଧାୟକ ଓମ୍ ପ୍ରକାଶ ମିଶ୍ର ଙ୍କ ସମେତ ଅନେକ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା, କବି କାମଦେବ ମହାପାତ୍ର ଓ ପ୍ରାଚାର୍ଯ୍ୟ ରଙ୍ଗାଧର ସାହୁ ଙ୍କୁ “ପଣ୍ଡିତ ନୀଳକଣ୍ଠ ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ସ୍ବରଚିତ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କବି କାମଦେବ ମହାପାତ୍ର ଓ କବୟିତ୍ରୀ ସରୋଜିନୀ ମିଶ୍ର । ଏହାପରେ ବିଧାନ ସଭା ପରିସରରେ ପାଳିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଙ୍କ ସମେତ ଅନେକ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଅଧିକ ଖବର
-
ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସୂଚୀ ବଦଳିଲା,ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ
September 18, 2026 -
ସେମିକନ ଇଣ୍ଡିଆ-୨୦୨୬: ବିଶ୍ବସ୍ତରୀୟ କମ୍ପାନୀ ଇଣ୍ଟେଲ ଓ 3DGS ମଧ୍ୟରେ ଏମଓୟୁ ସ୍ବାକ୍ଷର,ଓଡ଼ିଶାରେ ବ୍ୟାପକ ନିବେଶ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ
September 18, 2026 -
ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ,୨୧ ବର୍ଷ ବୟସ ହୋଇଥିବ ହିତାଧିକାରୀ କରିପାରିବେ ଆବେଦନ
September 16, 2026
