‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’କୁ ସଫଳ କରିବା ପାଇଁ ନେବା ଦୃଢ଼ ସଂକଳ୍ପ – ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ ଶୁଭାରମ୍ଭ ହୋଇଯାଇଛି । ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହା କେବଳ ଏକ ଅଭିଯାନ ନୁହେଁ, ବରଂ ଆମର ଯୁବଶକ୍ତି, ସମାଜ ଏବଂ ରାଷ୍ଟ୍ର ପ୍ରତି ଏକ […]
Continue readingCategory Archives: Uncategorized
ରେକର୍ଡ କୋଚ୍ ଉତ୍ପାଦନ ସହିତ ସୁଲଭ ଯାତ୍ରାକୁ ସୁଦୃଢ଼ କରିଛି ଭାରତୀୟ ରେଳବାଇ
ଭାରତୀୟ ରେଳବାଇ ସାଧାରଣ ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ତାହାର ଭିତ୍ତିଭୂମି ଓ ସେବାର ଆଧୁନିକୀକରଣ କରୁଛି। ଏହାର ଲକ୍ଷ୍ୟ ହେଉଛି ଟ୍ରେନ୍ ଯାତ୍ରାକୁ ଅଧିକ ସୁବିଧାଜନକ, ନିରାପଦ ଓ ସୁଲଭ କରିବା। ପୁଞ୍ଜି ନିବେଶ, ପରିଚାଳନା ସଂସ୍କାର ଓ ନୂତନ ପ୍ରଯୁକ୍ତି ମାଧ୍ୟମରେ ରେଳବାଇ ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ ଯାତ୍ରୀ-ପ୍ରଥମ ଆଭିମୁଖ୍ୟକୁ ଆହୁରି ସୁଦୃଢ଼ କରୁଛି।ସୁଲଭ ମୂଲ୍ୟରେ ଯାତ୍ରା ସୁବିଧା ବଢ଼ାଇବାକୁ ଭାରତୀୟ ରେଳବାଇ ଅତ୍ୟାଧୁନିକ ସାଧାରଣ ଓ ଅଣ-ଶୀତତାପ ନିୟନ୍ତ୍ରିତ କୋଚଗୁଡ଼ିକର ରେକର୍ଡ ଉତ୍ପାଦନ […]
Continue readingଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ସହ ଡ଼ି.ପି.ଆଇ.ଏ.ଏସ.ଇ, ବ୍ରହ୍ମପୁର ଏବଂ ଡ଼ି.ଆଇ.ପି.ଏସ.ଇ.ଆର ବୁଝାମଣାପତ୍ର ସ୍ୱାକ୍ଷର
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଦିବାକର ପଟ୍ଟନାୟକ ଅଗ୍ରଗ୍ରାମୀ ଶିକ୍ଷା ପ୍ରତିଷ୍ଠାନ, ବ୍ରହ୍ମପୁର, ଓଡିଶା ଏବଂ ଦେବସଂଘ ବୃତ୍ତିଗତ ଅଧ୍ୟୟନ ଏବଂ ଶିକ୍ଷା ଗବେଷଣା ସଂସ୍ଥାନ, ଦେଓଘର, ଝାଡ଼ଖଣ୍ଡ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ବୁଝାମଣାପତ୍ର ଶିକ୍ଷକ ଶିକ୍ଷା କ୍ଷେତ୍ରରେ ଗବେଷଣା, ଶୈକ୍ଷିକ ଆଦାନପ୍ରଦାନ ଏବଂ ଶୈକ୍ଷିକ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ ସହଯୋଗକୁ ସୁଦୃଢ଼ କରିବ I ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଏହି ଅବସରରେ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ନିରନ୍ତର […]
Continue readingସନ୍ଥ ଶିଶୁ ଅନନ୍ତ
ପଞ୍ଚ ସଖା ଯୁଗର ଶେଷ ସାଧକ ଅନନ୍ତ ମହାନ୍ତି ଓରଫ ଅନନ୍ତ ଦାସ, ଓରଫ୍ ଶିଶୁ ଅନନ୍ତଙ୍କ ଆଜି ୫୫୪ ତମ ଜୟନ୍ତୀ ତିଥି । ଅନେକ ଗବେଷକ ତାଙ୍କ ଜନ୍ମ ସମ୍ଭବତଃ ୧୪୯୩ରେ କୋଣାର୍କ ନିକଟବର୍ତ୍ତୀ କୈାଣସି ଗ୍ରାମରେ ବୋଲି ଉଲ୍ଲେଖ କରିଥିବା ସମୟରେ କେତେକ ଗବେଷକ ୧୪୭୨ ବୋଲି ଉଲ୍ଲେଖ କରିଛନ୍ତି । ଅନେକ ଗବେଷକ ଶିଶୁ ଅନନ୍ତଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମା’ଙ୍କ ନାମ ଗୌରୀ ଓ ତାଙ୍କ ଜନ୍ମ […]
Continue readingଚଷା ସମାଜକୁ ସାମ୍ବିଧାନିକ ପ୍ରଦତ୍ତ ଅଧିକାର ପ୍ରଦାନ କରିବା ପାଇଁ ଆମେ ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
ଚଷା ସମାଜକୁ ସାମ୍ବିଧାନିକ ପ୍ରଦତ୍ତ ଅଧିକାର ପ୍ରଦାନ କରିବା ପାଇଁ ଆମ ସରକାର ବଦ୍ଧ ପରିକର ବୋଲି ଆଜି ଅନୁଗୋଳ ଜିଲ୍ଲା ବାମୁର ଠାରେ ଆୟୋଜିତ ‘ରାଜ୍ୟସ୍ତରୀୟ ଚଷା ମହାସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ସମାଜର ସାମଗ୍ରିକ ବିକାଶ ପାଇଁ ଏହି ସମ୍ମିଳନୀରେ ଅନେକ ଗଠନମୂଳକ ପ୍ରସ୍ତାବ ଆସିବା ସହ ସାମ୍ବିଧାନିକ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାର ଉପରେ ଗୁରୁତ୍ୱାରୋପ କରାଯାଇଛି, ଯାହା ଆଗାମୀ […]
Continue reading“ବ୍ୟକ୍ତିତ୍ୱ ବିକାଶର ମୁକ୍ତ ବିଶ୍ୱବିଦ୍ୟାଳୟ ହେଉଛି ବିଦ୍ୟାର୍ଥୀ ପରିଷଦ” – ଧର୍ମେନ୍ଦ୍ର ପ୍ରଧାନ
ରାଉରକେଲାରେ ଏବିଭିପିର ସ୍ୱର୍ଣ୍ଣିମ ଜୟନ୍ତୀ ଓ ରାଜ୍ୟ ଅଧିବେଶନ: ରାଉରକେଲା : ଇସ୍ପାତ ସହର ରାଉରକେଲାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଓଡ଼ିଶା ପଶ୍ଚିମର ୫୦ତମ ପ୍ରାନ୍ତ ଅଧିବେଶନ ତଥା ସ୍ୱର୍ଣ୍ଣିମ ଜୟନ୍ତୀ ଉତ୍ସବ ଅତି ଆଡ଼ମ୍ବରରେ ଆରମ୍ଭ ହୋଇଯାଇଛି। ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ଏହି ତିନି ଦିନିଆ ଅଧିବେଶନକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଉଦଘାଟନୀ ଅଭିଭାଷଣରେ ଶ୍ରୀ […]
Continue readingଅଟଳଜୀଙ୍କ ପ୍ରେରଣାକୁ ପାଥେୟ କରି ଓଡ଼ିଶାକୁ ଶ୍ରେଷ୍ଠ ଓ ସମୃଦ୍ଧଶୀଳ ରାଜ୍ୟ ଭାବେ ଗଢ଼ି ତୋଳିବା: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ଭାରତ ବିଶ୍ୱଗୁରୁ ହେବ ବୋଲି ସ୍ୱାମୀ ବିବେକାନନ୍ଦ ଦିନେ କହିଥିଲେ। ବାସ୍ତବରେ ଏହାର ମୂଳଦୁଆ ପକାଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀଜୀ। ଏହାକୁ ବାସ୍ତବତାରେ ପରିଣତ କରିବାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ପଣ କରିଛନ୍ତି। ନିରନ୍ତର ପ୍ରୟାସ ଫଳରେ ଆମେ ଏହି ସ୍ୱପ୍ନକୁ ବାସ୍ତବତାର ରୂପ ଦେଇପାରିବା ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତଃ ବାଜପେୟୀଙ୍କ ୧୦୧ ତମ ଜନ୍ମ ଦିବସ ତଥା ଜନ୍ମ ଶତବାର୍ଷିକ ପାଳନ […]
Continue readingଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ଓ ତାଳଚେର-ବିମଳାଗଡ଼ ସହ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମ୍ବଲପୁର ରେଳ ଡିଭିଜନର ‘ଡିଭିଜନାଲ ବୈଠକ’ରେ ଆଜି ଓଡ଼ିଶାର ପଶ୍ଚିମାଞ୍ଚଳ ଓ ପଡ଼ୋଶୀ ଛତିଶଗଡ଼ର ଲୋକସଭା ସାଂସଦମାନଙ୍କ ଉପସ୍ଥିତିରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ଛତିଶଗଡ଼ର ସାଂସଦମାନେ ଯୋଗଦେଇ ଅଞ୍ଚଳର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ […]
Continue readingସମ୍ବଲପୁରରେ ‘ମାରୱାଡ଼ ମହୋତ୍ସବ- ୨୦୨୫’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଐତିହାସିକ ସମ୍ବଲପୁରରେ ପାଞ୍ଚ ଦିନ ଧରି ଆୟୋଜିତ ହୋଇଥିବା ‘ମାରୱାଡ଼ ମହୋତ୍ସବ- ୨୦୨୫’ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’କୁ ପ୍ରତିଫଳିତ କରିଛି ବୋଲି ସୋମବାର ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାରୱାଡ଼ି ଯୁବା ମଞ୍ଚ, ଖେତରାଜପୁର ଏବଂ ରାଜସ୍ଥାନ ଫାଉଣ୍ଡେସନ, ଓଡ଼ିଶା ସୌଜନ୍ୟରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସମ୍ବଲପୁରର ସାଂସ୍କୃତିକ ବିବିଧତା ଏବଂ […]
Continue readingମା’ ସମଲେଶ୍ୱରୀଙ୍କ ଶରଣରେ ୩ ହେଭିୱେଟ୍: ଦର୍ଶନ କଲେ ଓମ୍ ବିର୍ଲା, ଧର୍ମେନ୍ଦ୍ର ପ୍ରଧାନ ଓ ଭଜନ ଲାଲ୍ ଶର୍ମା
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ତିନି ଜଣ ପ୍ରମୁଖ ଜନପ୍ରତିନିଧି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ୍ ଶର୍ମା ମା’ଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ମା’ଙ୍କ ମନ୍ଦିରରେ ତିନି ଜଣ ଶୀର୍ଷ ନେତା ପହଞ୍ଚିବା ପରେ ସେଠାରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]
Continue reading







