ଆମେରିକା ଶେଷରେ ଦ୍ବିତୀୟ ପାଇଲଟଙ୍କୁ ଉଦ୍ଧାର କରିଛି । ଉଭୟ ପାଇଲଟଙ୍କ ସୁରକ୍ଷିତ ଉଦ୍ଧାର ସମ୍ପର୍କରେ ସୂଚନା ମିଳିଛି । ସ୍ପଷ୍ଟୀକରଣ କଲେ ରାଷ୍ଟ୍ରପତି ଟ୍ରମ୍ପ । ସୂଚନାନୁଯାୟୀ, ସାମରିକ ଅଭିଯାନ ସମୟରେ ଇରାନ ଏକ ଆମେରିକୀୟ ଏଫ-୧୫ଇ ବିମାନକୁ ଗୁଳି କରି ଖସାଇ ଦେଇଥିଲା । ଉଭୟ ପାଇଲଟ ଖସିଯାଇଥିଲେ । ଜଣେ ପାଇଲଟଙ୍କୁ ଆମେରିକୀୟ ସେନା ତୁରନ୍ତ ଉଦ୍ଧାର କରିଥିଲା । କିନ୍ତୁ ଅନ୍ୟ ପାଇଲଟଙ୍କ ସନ୍ଧାନ ଜାରି ରହିଛି। ନିଖୋଜ ଆମେରିକୀୟ ପାଇଲଟଙ୍କୁ […]
Continue readingTag Archives: dharmendra pradhan
ରାଘବ ଚଢା ଆପ ଛାଡି ଭାରତୀୟ ଜନତା ପାର୍ଟି ବିଜେପି ରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ରାଜନୈତିକ ମହଲରେ ଘୂରି ବୁଲୁଛି
ରାଘବ ଚଢା ଆମ ଆଦମୀ ପାର୍ଟି (ଆପ) ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବେ। ଏପରି କଳ୍ପନାଜଳ୍ପନା ବର୍ତ୍ତମାନ ରାଜନୈତିକ ମହଲରେ ଘୂରି ବୁଲୁଛି। ସଞ୍ଜୟ ସିଂହଙ୍କ ପରେ, ସୌରଭ ଭରଦ୍ୱାଜ ଏହି କଳ୍ପନାଜଳ୍ପନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ସେ ରାଘବ ଚଢାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ମଧ୍ୟ କରିଛନ୍ତି। ସୌରଭ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଲେଖିଛନ୍ତି। ରାଜ୍ୟସଭାରେ ଉପନେତା ପଦରୁ ହଟାଇବା ପରେ ରାଘବ ଚଢା ମଧ୍ୟ […]
Continue readingସମାଜର ଅନ୍ତିମ ଶ୍ରେଣୀରେ ଥିବା ପ୍ରତିଭାମାନଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ଐତିହାସିକ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ କ୍ୟାବିନେଟ୍ର ଐତିହାସିକ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି, ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତ୍ତିକ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ସୀମା ବୃଦ୍ଧି ନିଷ୍ପତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ପ୍ରତିଭାମାନଙ୍କୁ ସ୍ୱପ୍ନକୁ ପୂରଣ କରିବା ଦିଗରେ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । […]
Continue readingନୂଆପଡ଼ା ଓ ବଲାଙ୍ଗୀର ପାଇଁ ଖୁସି ଖବର, ଓଡ଼ିଶାରେ ନୂଆ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ୪୪୭ କୋଟି ଟଙ୍କା
ନୂଆପଡ଼ା ଓ ବଲାଙ୍ଗୀର ପାଇଁ ଖୁସି ଖବର । ଓଡ଼ିଶାରେ ନୂଆ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ୪୪୭ କୋଟି ଟଙ୍କା । ଓଡ଼ିଶାରେ ସଡ଼କ ଯୋଗାଯୋଗକୁ ଅଧିକ ମଜବୁତ କରିବା ପାଇଁ ସରକାର କୁରୁମପୁରୀରୁ ରାଜଖରିଆର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୪୪୭.୧୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲା ଦେଇ ଯାଇଥିବା NH-353 ଏବଂ NH-59 ର ମୋଟ ୧୦୩.୫୨ କିଲୋମିଟର […]
Continue readingଯଦି କୌଣସି ବ୍ୟକ୍ତି ଶତ୍ରୁର ସୈନିକକୁ ଧରାଇଦିଏ ତେବେ ୫୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ – ଇରାନ
ଇରାନ ଆମେରିକାର ଏଫ୧୫ ଲଢୁଆ ବିମାନକୁ ଖସାଇଥିବା ଦାବି କରିଛି । ଏହ ଘଟଣା ପରେ ଆମେରିକା ପାଇଲଟ ଇରାନରେ ନିଖୋଜ ରହିଛନ୍ତି । ଇରାନ ସେନା ଏବଂ ଇସଲାମିକ ରିଭୋଲୁନାରୀ ଗାର୍ଡ କପର୍ସ ଏବେ ପାଇଲଟକୁ ଖୋଜୁଛି । ଆଉ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ କହିଛି କି, ଯଦି କୌଣସି ବ୍ୟକ୍ତି ଶତ୍ରୁର ସୈନିକକୁ ଧରାଇଦିଏ କିମ୍ବା ମାରିଦିଏ, ତେବେ ତାକୁ ପୁରସ୍କାର ମିଳିଛି । ଇରାନର ଏଭଳି ଘୋଷଣା ଆମେରିକାର ଚିନ୍ତା ବଢାଇଛି । […]
Continue readingଅନ୍ନପୂର୍ଣ୍ଣା ଯୋଜନାରେ ରାସନକାର୍ଡ ହିତାଧିକାରୀଙ୍କୁ ମୁଣ୍ଡପିଛା ଆଉ ୫ କେଜି ଚାଉଳ ମିଳିବ – ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକରେ ୧୬ ପ୍ରସ୍ତାବକୁ ଅନୁମୋଦନ। ଶନିବାର ସନ୍ଧ୍ୟାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯେଉଁଥିରେ ଶିକ୍ଷାନୁଷ୍ଠାନରେ SC/ST, SEBC ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ନୀତିର ସଂଶୋଧନ। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଭଳି ବଡ଼ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାସନକାର୍ଡ ହିତାଧିକାରୀଙ୍କୁ ମୁଣ୍ଡପିଛା ଆଉ ୫ କେଜି ଚାଉଳ ଦେବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସେହିଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀ […]
Continue readingପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ
ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର, ଯେଉଁଠାରେ ବିଜ୍ଞାନ ଓ ଆଧ୍ୟାତ୍ମିକତାର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳେ ବୋଲି ଆଜି ବାବା ମହାକାଳଙ୍କ ପବିତ୍ର ନଗରୀ ଉଜ୍ଜୟିନୀ (ଅବନ୍ତୀକା)ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁରେଶ ସୋନୀଙ୍କ […]
Continue readingରାଜ୍ୟରେ ୭୦ ରୁ ୮୦ ପ୍ରତିଶତ ଗାଡି ପିୟୁସିସି କରିଛନ୍ତି । ଆଉ ୨୦ ପ୍ରତିଶତ ଅମାନିଆ ରହିଛନ୍ତି-ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
ରାଜ୍ୟରେ ୭୦ ରୁ ୮୦ ପ୍ରତିଶତ ଗାଡି ପିୟୁସିସି କରିଛନ୍ତି । ଆଉ ୨୦ ପ୍ରତିଶତ ଅମାନିଆ ରହିଛନ୍ତି । ତେବେ ସରକାରଙ୍କ ନିର୍ଦ୍ଦେଶକୁ ମାନି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଅବମାନନା କରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡେଡ୍ ଲାଇନ ମାର୍ଚ୍ଚ ମାସ ୩୧ ତାରିଖ ଦିଆଯାଇଥିଲା । ଅବଧି ସରିଲା, ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପ୍ରିଲ ୨ ତାରିଖଠାରୁ […]
Continue readingଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ – ୬୩ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲାରେ କୋଇଲା ପରିବହନ ଏବଂ ଶିଳ୍ପ ଭିତ୍ତିଭୂମିକୁ ସଦୃଢ଼ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଏହି ସମ୍ପର୍କରେ ଏକ ପତ୍ର ଲେଖି ଶ୍ରୀ ପ୍ରଧାନ ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ (ଏସଏଚ- ୬୩) ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ପାଇଁ ପ୍ରସ୍ତାବ ଦେବା ସହ ଛେଣ୍ଡିପଦା-ଜରପଡ଼ା ଜିଲ୍ଲା ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ପାଇଁ ଅନୁରୋଧ କରିଛନ୍ତି […]
Continue readingତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅର୍ଥାତ୍ ୨୦୨୬-୨୭ ଶିକ୍ଷା ବର୍ଷର ପ୍ରଥମ ଦିନରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂତନ ‘କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (ସିଟି ଏବଂ ଏଆଇ) ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପାଠ୍ୟକ୍ରମ ଜାତୀୟ ଶିକ୍ଷା ନୀତି -୨୦୨୦ ର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଏକ ପ୍ରମୁଖ […]
Continue reading







