କଂଗ୍ରେସରୁ ୪୧ ନେତାଙ୍କ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ । ସେ କହିଛନ୍ତି କିଛି ମାସ ପୂର୍ବରୁ ଦଳରୁ ବିଦା ହୋଇଥିବା ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ସମର୍ଥକ ମାନେ ଦଳରୁ ଯାଇଛନ୍ତି । ଯେଉଁମାନେ ଆଜି ସାମ୍ବାଦିକ ସମ୍ମିଳନୀ କରୁଥିଲେ ସେମାନେ କଂଗ୍ରେସର ନୁହନ୍ତି । ତେଣୁ ସେମାନେ ଗଲେ କି ରହିଲେ କଂଗ୍ରେସର କିଛି ଫରକ ପଡ଼ିବାରେ ନାହିଁ । ପିସିସି ସଭାପତି ଭକ୍ତ ଚରଣ […]
Continue readingTag Archives: dharmendra pradhan
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ଆମେରିକା
ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି । ପୂର୍ବରୁ ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ୍ ହୁରେ ଅନିୟମିତତା ହେଉଥିବା ନେଇ ୟୁଏସକୁ ଦୂରେଇବାକୁ ଘୋଷଣା କରିଥିଲେ । ଏବେ ବିଦ୍ଧିବଦ୍ଧ ଭାବେ ଆମେରିକା ଏହି ସଙ୍ଗଠନରୁ ନିଜକୁ ଦୂରେଉ ଦେଇଛି । ଆମେରିକାର ସ୍ୱାସ୍ଥ୍ୟ ଏବଂ ବୈଦେଶିକ ବିଭାଗ ଏନେଇ ଘୋଷଣା କରିଛି । ଏହାସହ ଜେନେଭାରେ ହୁ’ର କାର୍ଯ୍ୟାଳୟ ବାହାରେ ଲାଗିଥିବା ନିଜ ଦେଶର ପତାକାକୁ ମଧ୍ୟ ଆମେରିକା ହଟାଇ ଦେଇଛି । […]
Continue readingଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ
ହସ୍ତେ ସ୍ଫଟିକମାଳିକାଂ ବିଦଧତିଂ, ପଦ୍ମାସନେ ସଂସ୍ଥିତାଂ, ବନ୍ଦେତାଂ ପରମେଶ୍ୱରୀ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାଂ । ସରସ୍ୱତୀ ମହାଭାଗେ ବିଦ୍ୟେ କମଳଲୋଚନେ ବିଦ୍ୟାରୂପେ ବିଶାଳାକ୍ଷି ବିଦ୍ୟାଂ ଦେହି ନମୋସ୍ତୁତେ । ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଭକ୍ତିର ସହ ପୂଜା କରୁଛନ୍ତି । ମା’ ସରସ୍ବତୀଙ୍କୁ […]
Continue readingନବୀନ ନିବାସ ଆଗରେ ଭିଡ଼ ଲଗାଇଛନ୍ତି ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ
ନବୀନ ନିବାସ ଆଗରେ ଭିଡ଼ ଲଗାଇଛନ୍ତି ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । କାହିଁକି ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଗଲା ତାହାକୁ ନେଇ ଜବାବ ଜାଣିବାକୁ ଆସିଛନ୍ତି ସମର୍ଥକ । ପାଟକୁରାକୁ ନ୍ୟାୟ ଦିଅ ବୋଲି ସମର୍ଥକ ମାନେ କହିଛନ୍ତି । ଅରବିନ୍ଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ସମର୍ଥକ । ବିରାଟ ପଟୁଆରରେ ପାଟକୁରାରୁ ଶହ ଶହ ସମର୍ଥକ ଆସି ଭିଡ ଲଗାଇଛନ୍ତି । ନବୀନଙ୍କୁ ଭେଟିବାକୁ ଆସିଛନ୍ତି […]
Continue readingନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି
କଟକରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ କଟକ ଯାଇଛନ୍ତି । ନିର୍ଦ୍ଧାରିତ ସମୟର ୨୫ ମିନିଟ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ । ଏହା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଅବସରରେ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଉପରାଷ୍ଟ୍ରପତି । ଏହି ଅବସରରେ ସେ […]
Continue readingପ୍ରତ୍ୟେକ ଶିଶୁଙ୍କୁ ସମ୍ମାନଜନକ ଭବିଷ୍ୟତ ଦେବା ସମାବେଶୀ ଶିକ୍ଷାର ମୂଳ ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ତିନି ଦିନିଆ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ ଶିଶୁଙ୍କ ପାଇଁ ଏକ ସମାନ, ସମ୍ମାନଜନକ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ନିଶ୍ଚିତ କରିବା । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମାବେଶୀ ଶିକ୍ଷା କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଏହା ଏକ […]
Continue readingଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି ମୋଦି କ୍ୟାବିନେଟ
ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ ଯୋଜନା (APY) ଜାରି ରଖିବା ଏବଂ ୨୦୩୦-୩୧ ପର୍ଯ୍ୟନ୍ତ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ବୃଦ୍ଧିକୁ ମଧ୍ୟ ଅନୁମୋଦନ କରିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ (SIDBI)କୁ ୫,୦୦୦ କୋଟି ଟଙ୍କାର ଇକ୍ୱିଟି ସହାୟତା ମଞ୍ଜୁର କରିଛି। […]
Continue reading୫୬,୪୯୫ ଜଣ ପରୀକ୍ଷାର୍ଥୀ ଦେଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା
ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମୋଟ ୫୬,୪୯୫ ଜଣ ପରୀକ୍ଷାର୍ଥୀ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେଇଛନ୍ତି। ହାଇସ୍କୁଲ୍ ଶିକ୍ଷକ ହେବା ପାଇଁ ଆଶାୟୀ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ପ୍ରମୁଖ ପରୀକ୍ଷା। ସୁରୁଖୁରୁରେ ପରିଚାଳିତ ହେଲା ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ […]
Continue readingନବୀନ ନିବାସରେ ଦଳର ବଡ ବୈଠକ,ବୈଠକ ପରେ ପ୍ରୀତିରଞ୍ଜନ ଘଡାଇଙ୍କ ବିସ୍ପୋରକ ବୟାନ
ବିଜେଡିରେ ପୁଣି ହଲଚଲ । କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି । ଏହି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନାଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ନିକଟରେ ଦଳ ଦୁଇ ଜଣ ସିଟିଂ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଦଳରେ କମ୍ପନ ସୃଷ୍ଟି ହୋଇଥିଲା । ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କୁ ନିଲମ୍ବନ କରାଯିବା ପରେ ଆଜି ନବୀନ ନିବାସରେ ଏହି ବଡ […]
Continue readingଓଡ଼ିଶାରେ ଏପ୍ରିଲ୍ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ
ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଗଣନା । ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ । ତେବେ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା କେବେ ହେବ ସେନେଇ ତାରିଖ ଘୋଷଣା କରାଯାଇ ନାହିଁ । ଜନଗଣନା କାର୍ଯ୍ୟ ପାଇଁ ରାଜ୍ୟରେ ପ୍ରାୟ ଏକ ଲକ୍ଷ […]
Continue reading









