ଆଜି ପବିତ୍ର ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି କୁ ଓଡ଼ିଆ ନବବର୍ଷ ଭାବରେ ଧୂମଧାମରେ ପାଳନ କରାଯାଇଛି । ‘ନମାମି ମନ୍ଦାକିନୀ ନବବର୍ଷ ମହୋତ୍ସବ’ ଆନୁକୂଲ୍ୟରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଆୟୋଜିତ ଭବ୍ୟ ନବ ବର୍ଷ ମହୋତ୍ସବ ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। “ସଂସ୍କୃତି, ପରମ୍ପରା ଏବଂ ଆଧ୍ୟାତ୍ମିକତାର ଏହି ଅପୂର୍ବ ତ୍ରିବେଣୀ ସଙ୍ଗମରେ ଓଡ଼ିଆ ନବବର୍ଷ ମହୋତ୍ସବ ଏକ ଭିନ୍ନ ରୂପ ନେଇଥିଲା। ବରିଷ୍ଠ ସାମ୍ବାଦିକ ତଥା ବାଗ୍ମୀ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀଙ୍କ ସୁଚିନ୍ତିତ ଓ ଶାଣିତ ସଂଚାଳନା କାର୍ଯ୍ୟକ୍ରମରେ ପ୍ରାଣଭରି ଦେଇଥିଲା। ଓଡ଼ିଆ ନବବର୍ଷରେ ଓଡ଼ିଆ ଅସ୍ମିତାକୁ ନେଇ ଗଭୀର ବିଶ୍ଳେଷଣ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ସମଗ୍ର ପରିବେଶକୁ ଉତ୍ସବମୁଖର କରି ଗଢ଼ିତୋଳିଥିଲା।”
ଉତ୍ସବର ପ୍ରାରମ୍ଭରେ ପ୍ରାତଃ ସମୟରେ ଓଡ଼ିଶାର ବରପୁତ୍ର ବିଶ୍ୱମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ମହାରାଜା ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ଓଡ଼ିଶାର ଗୌରବମୟ ଐତିହ୍ୟକୁ ସ୍ମରଣ କରାଯିବା ସହ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ବୁଦ୍ଧ ମନ୍ଦିର ପରିସରରେ ଦିନତମାମ ଚାଲିଥିବା ଭଜନ, ସଂକୀର୍ତ୍ତନ ଓ ସାହିତ୍ୟିକ ପରିବେଷଣ ଶ୍ରଦ୍ଧାଳୁଙ୍କୁ ଭକ୍ତିରସରେ ବିମୋହିତ କରିଥିଲା। ପାରମ୍ପରିକ ରୀତି ଅନୁଯାୟୀ, ଅପରାହ୍ନରେ ଆୟୋଜିତ ସାର୍ବଜନୀନ ପଣା ବଣ୍ଟନ କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଉତ୍ସାହର ସହ ପଣା ସେବନ କରିଥିଲେ।
ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲା। ପାଲା ଓ ସଙ୍ଗୀତ ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିର ଜୟଗାନ କରାଯାଇଥିଲା। ଏହାପରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।
ଉପସ୍ଥିତ ଅତିଥିମାନେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଓ ଅତିଥିଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ସମ୍ମାନିତ କରାଯାଇଥିବା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ନାମ
- ଶ୍ରୀଯୁକ୍ତ ସାରଙ୍ଗଧର ରାୟଗୁରୁ,( ଭା. ପୋ ସେ) –ବାଙ୍କୀ
- ଡାକ୍ତର ଶୁଭବ୍ରତା ପରିଡ଼ା- ଚକ୍ଷୁପଟଳ ବିଶେଷଜ୍ଞା –କୋରାପୁଟ
- ଶ୍ରୀଯୁକ୍ତ ଭବାନୀ ଶଙ୍କର ମହାପାତ୍ର- ଦୃଶ୍ୟ- ଶ୍ରାବ୍ୟ ସଂଚାଳକ-ପୁରୀ
- ଶ୍ରୀଯୁକ୍ତ ନାରାୟଣ ଓଝା- ସଂଯୋଜକ ପୂଜ୍ୟପୂଜା -ଯାଜପୁର
- ପଣ୍ଡିତ ସୁମନ୍ତ ଶତପଥୀ- କାକଟପୁର,ପୁରୀ
- ବାବା ଦିବ୍ୟ ଚୈତନ୍ୟ ଦାସ- କରମଳା
- ଶ୍ରୀଯୁକ୍ତ ଶ୍ରୀକର ପାଢ଼ୀ-ଗଜଲ କଣ୍ଠଶିଳ୍ପୀ
- ବିଜୟ କୁମାର ପ୍ରଧାନ- ପ୍ରତିଷ୍ଠାତା, ସଶକ୍ତ ଓଡ଼ିଶା
- ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ- କଟକ
- ଶ୍ରୀଯୁକ୍ତ ଲଳିତ ମୋହନ ପଟ୍ଟନାୟକ-ବାଲୁଗାଁ, ଖୋରଧା
- ପଣ୍ଡିତ ଗଦାଧର ଦାଶ- ସଂସ୍କୃତ ପାଲାଗାୟକ, ପୁରୀ
- ଶବ୍ଦବ୍ରହ୍ମ ପରିପୋଷକ ଲମ୍ବୋଦର ବେହେରା
- ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ବାରିକ-ଢ଼େଙ୍କାନାଳ
- ଶ୍ରୀଯୁକ୍ତ ପ୍ରତାପ ପାଢ଼ୀ- ରାଉରକେଲା
- ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ରଣା –ବାଙ୍କୀ
- ଶ୍ରୀଯୁକ୍ତ ଜଗନ୍ନାଥ ଶତପଥୀ- କୋରାପୁଟ
- ଶ୍ରୀଯୁକ୍ତ ବସନ୍ତ କୁମାର ଜେନା-କଟକ
- ଶ୍ରୀଯୁକ୍ତ ପ୍ରଭାତ କୁମାର ସ୍ବାଇଁ –ନୃତ୍ୟ ଗୁରୁ
- ଶ୍ରୀଯୁକ୍ତ ରାଧାମୋହନ ସାହୁ- ବୋଲଗଡ଼- ଖୋରଧା
- ଶ୍ରୀଯୁକ୍ତ ଅଭୟ ସେନାପତି- କେନ୍ଦ୍ରାପଡ଼ା
- ଶ୍ରୀଯୁକ୍ତ ପ୍ରଦୀପ କୁମାର ବାରିକ- ବେଗୁନିଆ,ଖୋରଧା
- ଶ୍ରୀଯୁକ୍ତ ସନ୍ତୋଷ କୁମାର ଲେଙ୍କା-କଟକ
- ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପରିଡ଼ା-ଯାଜପୁର
- ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମହାପାତ୍ର-ବେଗୁନିଆ
- ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ମଲ୍ଲିକ- ଭୁବନେଶ୍ୱର
- ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପରିଡ଼ା- ନିରାକାରପୁର,ଖୋରଧା
ସାମାଜିକ ସଙ୍ଗଠନର ସଭ୍ୟ ଏସିଆନ ଇନଷ୍ଟିଚ୍ୟୁଟ ଅଫ ହେଲଥ ପ୍ରମୋସନ
ସ୍ବତନ୍ତ୍ର ସମ୍ବର୍ନ୍ଧନା
ଶ୍ରୀଯୁକ୍ତ ପାଗଳ ଜେନା-ଯାଜପୁର
ଶ୍ରୀଯୁକ୍ତ ବାବନ ମଲ୍ଲିକ-ଭୂବନ , ଢ଼େଙ୍କାନାଳ
ଶ୍ରୀଯୁକ୍ତ ବୈକୁଣ୍ଠ ନାୟକ-ଖଣ୍ଡପଡ଼ା,ନୟାଗଡ଼
ଶ୍ରୀଯୁକ୍ତ ଦ୍ବିଜରାଜ ମହାପାତ୍ର-ସାକ୍ଷୀଗୋପାଳ, ପୁରୀ
ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମଲ୍ଲିକ-ରାୟପୁର, ଜଗତସିଂହପୁର
ଶ୍ରୀଯୁକ୍ତ ଶିବ ପ୍ରସାଦ ମଲ୍ଲିକ-କେନ୍ଦ୍ରାପଡ଼ା
ଶ୍ରୀଯୁକ୍ତ ବୈକୁଣ୍ଠ ମଲ୍ଲିକ- କେନ୍ଦ୍ରପଡ଼ା
ଶ୍ରୀଯୁକ୍ତ ରାଧାଶ୍ୟାମ ମଲ୍ଲିକ-ବରୀ, ଯାଜପୁର
ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକ-ନୟାଗଡ଼
ଶ୍ରୀଯୁକ୍ତ ବେଦାନ୍ତ ଭକ୍ତ ହରିଜନ-କୋରାପୁଟ
ଶ୍ରୀଯୁକ୍ତ ଲଡ଼ୁ କିଶୋର ନାୟକ- ଗଞ୍ଜାମ
ଶିଶୁ ପ୍ରତିଭା ସମ୍ବର୍ଦ୍ଧନା –ସୁଶ୍ରୀ ମର୍ଯ୍ୟାଦା ଶତପଥୀ
