ଆସନ୍ତାକାଲି ରାୟଗଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲି ରାୟଗଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲି ରାୟଗଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର ସମାରୋହରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।  ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ଏବଂ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତି ରହିବେ ।  କାର୍ଯ୍ୟକ୍ରମରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତିପତ୍ର ହସ୍ତାନ୍ତର କରାଯିବ ।

ରାୟଗଡା ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ ହେବ ।  ଏଥି ପାଇଁ ୫୬୨କୋଟି ଟଙ୍କା ବ୍ୟୟ ହେବ ।  ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଜନବସତିକୁ ଯୋଗାଯୋଗ ହୋଇପାରିବ ବୋଲି କୁହାଯାଇଛି ।  ସେହିପରି ଜିଲ୍ଲାରେ ନୂତନ ଭାବରେ ୫୫୨ କିମି ନୂତନ ରାସ୍ତା ନିର୍ମାଣ ହେବ ।  ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ରେ ରାୟଗଡ଼ା ଜିଲ୍ଲାରେ ଓଡିଶାର ସର୍ବାଧିକ ପ୍ରକଳ୍ପ ରହିଛ ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

Posted in ରାଜ୍ୟ and tagged .