ପଶ୍ଚିମବଙ୍ଗରେ ଦମଦାର ବିଜୟ ପରେ ବିଜେପି ବିଜୟ ଭିଡିଓ ଜାରି କରିଛି । ବିଜେପି ୨୦୭ ସିଟ୍ ରେ ଜିତି ଇତିହାସ ରଚିଛି । ମମତା ବାନାର୍ଜୀ କେବେ ବି ପରାଜୟକୁ ସ୍ବୀକାର କରିନାହାନ୍ତି । ମମତାଙ୍କ ୧୫ ବର୍ଷର କଠିନ ପରିଶ୍ରମକୁ ବିଜେପି ଗୋଟେ ଝଟକାରେ ଉଡ଼ାଇ ଦେଇଛି । ପଶ୍ଚିମବଙ୍ଗରେ ବିଜୟ ପରେ ବିଜେପିର ଖୁସି ନ କହିଲେ ଚଳେ । ପଶ୍ଚିମବଙ୍ଗରେ ବିଜେପିର ବିଜୟ ତୃଣମୂଳ ସ୍ତରରୁ ହୋଇଛି । ଏଥିପାଇଁ ବିଜେପି କଠିନ ପରିଶ୍ରମ କରିଛି ।
ପଶ୍ଚିମବଙ୍ଗରେ ବିଜେପି ଜିତିବା ପରେ ବିଜୟ ଭିଡିଓ ଜାରି କରିଛି । ଏହି ଭିଡିଓରେ ପଦ୍ମ ଫୁଟିବା ଦେଖିବାକୁ ମିଳିଛି । ସୂର୍ଯ୍ୟ ଉଦୟ ଠାରୁ ଆରମ୍ଭ କରି ବିଜେପି ପତାକା ଉଡାଇବା ଭଳି ଭିଡିଓରେ ବିଜେପିର ବିଜୟ ଯାତ୍ରା ଦେଖିବାକୁ ମିଳିଛି । ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି ।
ପଶ୍ଚିମବଙ୍ଗରେ ବିଜେପିର ବିଜୟ ସମସ୍ତେ ଦେଖିଛନ୍ତି । ପଦ୍ମ ବଟନକୁ ଭୋଟ ଦେଇ ରାଜ୍ୟର ଲୋକ ବିଜେପି ସରକାର ବାଛିଛନ୍ତି, ଭିଡିଓରେ ଦେଖିବାକୁ ମିଳିବ । ଟିଏମସି ଗୁଣ୍ଡାରାଜରୁ ମୁକ୍ତ ଠାରୁ ଆରମ୍ଭ କରି ମହିଳାଙ୍କ ଅଗ୍ରଗତି ସବୁକିଛି ଦେଖିବାକୁ ମିଳିଛି ।
ପଶ୍ଚିମବଙ୍ଗରେ ବିଜେପି ୨୦୭ ସିଟ୍ ଜିତିଛି । ଟିଏମସି ୮୧ ସିଟରେ ବିଜୟ ପାଇଛି । ବିଜେପିର ବିଜୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଯୋଗୁଁ ହୋଇଛି । ଶୁଭେନ୍ଦୁ ଅଧିକାରୀଙ୍କ କଠିନ ପରିଶ୍ରମ ଓ ଆକ୍ରାତ୍ମକ ପଦକ୍ଷେପ ଯୋଗୁଁ ପଶ୍ଚିମବଙ୍ଗରେ ବିଜେପିର ବିଜୟ ହୋଇଛି ।



