କିର୍ଗିସ୍ତାନର ରାଜଧାନୀ ବିଶକେକ୍ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ସମୟରେ ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଯୁଦ୍ଧର ପ୍ରତ୍ୟେକ ଦିନ ମାନବତାକୁ ପଛକୁ ଠେଲିଦିଏ’। ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଦୋହରାଇଛନ୍ତି ଯେ, କୌଣସି ସମସ୍ୟାର ସମାଧାନ ଯୁଦ୍ଧକ୍ଷେତ୍ରରେ […]
Continue readingMonthly Archives: August 2026
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ଅବସର ନେବା ତାଙ୍କ ପାରିବାରିକ ଓ ବ୍ୟକ୍ତିଗତ କାରଣ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଛାଇ ଭଳି ରହୁଥିବା ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଭାରତୀୟ ସେନାରୁ ସମୟପୂର୍ବ ଅବସର ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କ ଏଡ-ଡି-କ୍ୟାମ୍ପ (ଏଡିସି) ଭାବେ କାମ କରି ସୋସିଆଲ ମିଡିଆରେ ସାରା ଦେଶରେ ଚର୍ଚ୍ଚାର ପାତ୍ର ପାଲଟିଥିଲେ। ଋଷଭ ସିଂହ ଔପଚାରିକ ଭାବେ ପଦ ଛାଡିବା ପରେ ଅଗଷ୍ଟ ୨୧ ତାରିଖ ଦିନ ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। […]
Continue readingଜିଏମ୍ୟୁରେ C-DAC କେନ୍ଦ୍ର ପ୍ରତିଷ୍ଠା ସହ STPIର ସମ୍ପ୍ରସାରଣ ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର
ଓଡ଼ିଶାର ଶିକ୍ଷା, ଆଇଟି ଏବଂ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବା ପାଇଁ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇଟି ପୃଥକ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସଡ କମ୍ପ୍ୟୁଟିଂ’ (C-DAC)ର ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା କରିବା […]
Continue readingଭାରତୀୟ ସମ୍ପ୍ରଦାୟ ହେଉଛନ୍ତି ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଏକ ଜୀବନ୍ତ ସେତୁ – ମୋଦୀ
ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଯୋଗ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ରାଜଧାନୀ ତାସକେଣ୍ଟରେ ଉଜବେକିସ୍ତାନ ଯୋଗ ଫେଡେରେସନ ଦ୍ୱାରା ଆୟୋଜିତ ଏକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ସେ ଲୋକଙ୍କ ସହିତ ସମୟ ବିତାଇଥିଲେ ଏବଂ ନିଜେ ଅନେକ ଯୋଗାସନ କରିଥିଲେ। ଉଜବେକିସ୍ତାନରେ ଯୋଗ ବହୁତ ଲୋକପ୍ରିୟ। ପ୍ରଧାନମନ୍ତ୍ରୀ ଅଧିବେଶନର ଏକ ଛୋଟ ଭିଡିଓ ସେୟାର କରି ଲେଖିଛନ୍ତି, ଉଜବେକିସ୍ତାନ ଯୋଗକୁ ଭଲ ପାଏ। ବୈଦେଶିକ ମନ୍ତ୍ରଣାଳୟ କହିଛି,ଉଜବେକିସ୍ତାନରେ ଯୋଗ ଲୋକପ୍ରିୟ। […]
Continue readingନବୀନଙ୍କ ଚିଠିର ଜବାବ ଦେଲେ ଧର୍ମେନ୍ଦ୍ର; କହିଲେ- ତଥ୍ୟକୁ ଗୋପନ ରଖି ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଅନୁଚିତ
ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ଅଧିନିୟମ, ୨୦୨୬ (MMDR Amendment Act, 2026)କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତଥ୍ୟକୁ ଗୋପନ ରଖି ଏବଂ ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ପତ୍ରରେ ପ୍ରକାଶ କରିଛନ୍ତି। ଖଣି ଓ ଖଣିଜ (ବିକାଶ […]
Continue readingସେପ୍ଟେମ୍ବର ୮–୯ରେ ଦୁବାଇ ଇନଭେଷ୍ଟର୍ସ ମିଟ୍ ,ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେପ୍ଟେମ୍ବର ୮–୯ରେ ଦୁବାଇ ଇନଭେଷ୍ଟର୍ସ ମିଟ୍ । ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା ପାଇଁ ପୁଣି ଏକ ବଡ଼ ପ୍ରୟାସ। ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ୟୁଏଇର ଦୁବାଇରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶ୍ୱର ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଦୁବାଇରେ ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବିଦେଶୀ ନିବେଶକଙ୍କ ସମ୍ମୁଖରେ ରଖିବେ ମୁଖ୍ୟମନ୍ତ୍ରୀ। […]
Continue readingରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ: ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ୧୦ ପରାମର୍ଶ, ଅପରାଧ ପ୍ରତି ଜିରୋ ଟଲରାନ୍ସ
ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର ପୋଲିସିଂ ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି । ପୋଲିସ ସଂସ୍କାର ପାଇଁ ପ୍ରତ୍ୟେକ ପ୍ରସ୍ତାବ ଓ ଗୁରୁତ୍ଵପୂର୍ଣ୍ଣ ଦିଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେବା ସହିତ ଏଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସମସ୍ତ ସାଧନ, ଅନୁଦାନ ଓ ପ୍ରଶାସନିକ ସହଯୋଗ […]
Continue readingନେପାଳ ବନ୍ୟା : ମୃତ୍ୟୁ ସଂଖ୍ୟା ୫୪୭ ଟପିଲାଣି,୩୨୦ରୁ ଅଧିକ ଭାରତୀୟ ନିଖୋଜ
ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ ୫୪୭ ଟପିଲାଣି । ଆହୁରି ବଢ଼ିବା ଆଶଂକା । ଅନେକ ଲୋକ ନିଖୋଜ ରହିଛନ୍ତି । ପ୍ରାୟ ୧୫ ଶହ ଲୋକ ନିଖୋଜ ଥିବା ଏପର୍ଯ୍ୟନ୍ତ ଆକଳନ କରାଯାଇଛି । ନେପାଳରେ ୯୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ସେହିଭଳି ତିବ୍ବତର ଗିରୋଙ୍ଗ କାଉଣ୍ଟିରେ ୫୫୦ରୁ ଅଧିକ ନିଖୋଜ । ଜୀବନ ସନ୍ଧାନରେ ସମୟ ବିପକ୍ଷରେ ଦୌଡ଼ୁଛନ୍ତି ଉଦ୍ଧାରକାରୀ । ନେପାଳ-ତିବ୍ବତରେ ବିଶାଳ ସର୍ଚ୍ଚ […]
Continue readingକେନ୍ଦ୍ର ସରକାରଙ୍କ ଉପରେ ଖୁସି ଅଛନ୍ତି ଭୋଟର
ଏବେ କେମିତି ଅଛି ଭୋଟରଙ୍କ ମୁଡ୍ । କେନ୍ଦ୍ର ସରକାରଙ୍କ ଉପରେ ଖୁସି ଅଛନ୍ତି ନା ବଦଳାଇବାକୁ ଚାହୁଁଛନ୍ତି ସରକାର । ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ସେମାନଙ୍କର କେତେ ଭରସା ଅଛି । ନା ବିରୋଧୀ ଦଳଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ଜେନ୍-ଜିଙ୍କ ସମେତ ଭୋଟର । କିଛି ଏପରି ପ୍ରଶ୍ନକୁ ନେଇ ଆସିଛି ସର୍ଭେ ରିପୋର୍ଟ । ଯେଉଁଥିରେ ଜନତାଙ୍କ ମୁଡ୍ ଜଣାପଡିଛି । ରିପୋର୍ଟ ଅନୁସାରେ, ସର୍ଭେ କରିଛି ଇଣ୍ଡିଆ ଟୁଡେ ଏବଂ […]
Continue readingଶେଷରେ IPS ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟ ସରକାର
ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିଛି। ଶେଷରେ IPS ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୨୦୧୩ ବ୍ୟାଚର ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କରିବା ସହ ରାଜ୍ୟ ସରକାର ଇସ୍ତଫାପତ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି। ସୂଚନାଥାଉକି, ଗତ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଚାକିରିରୁ ଇସ୍ତଫା ଦେଇଥିଲେ। ରାଜ୍ୟ ସରକାରଙ୍କୁ ଇସ୍ତଫା ପତ୍ର ପଠାଇବା ପରେ, କାହିଁକି ଜଗମୋହନ ଚାକିରିରୁ ଇସ୍ତଫା ଦେଉଛନ୍ତି ତାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଜାତୀୟ ଗଣମାଧ୍ୟମରେ […]
Continue reading









