୯୮% ସାମଗ୍ରୀ କିଣାଯିବ ସ୍ୱଦେଶୀ କମ୍ପାନୀରୁ ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ସ୍ୱାବଲମ୍ବୀ କରିବା ଏବଂ ସେନାବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ’ (DAC) ବୈଠକରେ ଭାରତୀୟ ସେନା ପାଇଁ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର କ୍ରୟ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ମେଗା ଅଧିଗ୍ରହଣର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, […]
Continue readingMonthly Archives: September 2026
ସରିଲା ରାଜ୍ୟ କାର୍ଯ୍ୟକାରିଣୀ,ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଗାଁକୁ ଫୋକସ କରିବାକୁ ପରାମର୍ଶ ଦେଲେ କେନ୍ଦ୍ରୀୟ ନେତୃତ୍ୱ
ସରିଲା ରାଜ୍ୟ କାର୍ଯ୍ୟକାରିଣୀ | ଦିଲ୍ଲୀ ଗଲେ ଶୀର୍ଷ ନେତୃତ୍ୱ, ଗାଁକୁ ବାହାରିଲେ ନେତା | ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେଲା ରାଜ୍ୟ ବିଜେପିର ତିନି ମାସିଆ ରୋଡ଼ ମ୍ୟାପ | ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଗାଁକୁ ଫୋକସ କରିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ରୀୟ ନେତୃତ୍ୱ | ପଂଚାୟତ ପୌର ନିର୍ବାଚନକୁ ମାସ କେଇଟା ବାକି ଥିବାବେଳେ ଏବେଠାରୁ ଗାଁ ମୁହାଁ ହେଲେଣି ବିଜେପି ନେତା | ଆଗାମୀ ପଂଚାୟତ, […]
Continue reading୨୦୨୯ ସୁଦ୍ଧା ଭାରତ ହେବ ନିଶା ମୁକ୍ତ- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
୨୦୨୯ ସୁଦ୍ଧା ଭାରତ ହେବ ନିଶା ମୁକ୍ତ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ୨୦୨୯ ସୁଦ୍ଧା ଭାରତକୁ ନିଶାମୁକ୍ତ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି, ନିଶାଦ୍ରବ୍ୟ ବିରୋଧରେ ଲଢ଼େଇକୁ ଜାତୀୟ ସୁରକ୍ଷା ପ୍ରାଥମିକତା ବୋଲି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ଶାହ କହିଥିଲେ ଯେ, ନିଶା ନିବାରଣ ବିରୋଧରେ ଲଢ଼େଇ ଏବେ ସମନ୍ୱିତ ଜାତୀୟ ଅଭିଯାନରେ ପରିଣତ ହୋଇଛି । ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ […]
Continue readingବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଦ୍ଵିତୀୟ ଦିବସ : ଯେମିତି ରାଜ୍ୟରେ ବିଜେପି ସରକାର କରିବ ସେ ନେଇ ଗୁରୁମନ୍ତ୍ର ଦେଲେ ବି ଏଲ ସନ୍ତୋଷ
ଆମେ ଏଠାରେ କାହିଁକି ଅଛୁ ? ଆମେ ଏଠାରେ କଣ କରୁଛୁ ? ଆମେ ଅନ୍ୟମାନଙ୍କଠାରୁ କେତେ ଭିନ୍ନ ? ଏଭଳି କିଛି କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ପ୍ରଶ୍ନ କରି ଆତ୍ମସମୀକ୍ଷା କରିବାକୁ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ | ଅନେକ ଦିନ ପରେ ରାଜ୍ୟରେ ଦଳ କ୍ଷମତାକୁ ଆସିଛି, ଆଗାମୀ ଦିନରେ ସରକାର ଯେମିତି ରିପିଟ କରିବ ଏବଂ ଲମ୍ବା ସମୟ ଧରି ରାଜ୍ୟରେ ବିଜେପି ସରକାର କରିବ ସେ ନେଇ […]
Continue readingସୋସିଆଲ ମିଡିଆରେ ସମୟ ନଷ୍ଟ ନକରି ପାଠପଢ଼ାରେ ଫୋକସ୍ କରିବାକୁ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ
କାହିଁ କେଉଁ କାଳରୁ ରହିଆସିଛି ଗୁରୁ-ଶିଷ୍ୟ ମହାନ ପରମ୍ପରା । ଆଜି ସବୁ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ ହୋଇଛି। ଏହି ଅବସରରେ କଟକରେ ରାଜ୍ୟସ୍ତରୀୟ ସମାରୋହକୁ ସମ୍ୱୋଧିତ କରି ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଜି ଗୁରୁ ଦିବସ ପରେ ସ୍କୁଲ ଛୁଟି ନହୋଇ ପାଠପଢ଼ା ହୋଇଥିବା ବେଳେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ସ୍କୁଲରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି ।ସ୍କୁଲକୁ ଗଲେ […]
Continue readingଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
ଭାରତରେ ପ୍ରତିବର୍ଷ ସେପ୍ଟେମ୍ବର ୫ରେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ‘ଗୁରୁ ଦିବସ’ ଭାବେ ପାଳନ କରାଯାଏ । ସେ ଜଣେ ବିଶିଷ୍ଟ ଦାର୍ଶନିକ, ମହାନ ଶିକ୍ଷକ ଏବଂ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଥିଲେ । ୧୮୮୮ ମସିହାରେ ଜନ୍ମଗ୍ରହଣ କରିଥିବା ଡକ୍ଟର ରାଧାକୃଷ୍ଣନ ଶିକ୍ଷାବିତ୍ ଭାବରେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ । ସେ କଲିକତା ବିଶ୍ୱବିଦ୍ୟାଳୟ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସମେତ ଅନେକ ପ୍ରତିଷ୍ଠିତ ଅନୁଷ୍ଠାନରେ ଅଧ୍ୟାପନା କରିଥିଲେ । ଯୁବପିଢ଼ିଙ୍କ ମାନସିକତା ଗଠନ […]
Continue readingଇଓଏସ୍-୦୫ ସାଟେଲାଇଟର ଉତକ୍ଷେପଣ କଲା ଇସ୍ରୋ,ଭାରତୀୟ ଉପ ମହାଦ୍ୱୀପକୁ ଲଗାତାର ନିରୀକ୍ଷଣ କରିବ
ଭାରତୀୟ ମହାକାଶ ଅନୁସଂଧାନ ସଂସ୍ଥା ବା ଇସ୍ରୋର ଇତିହାସ । ଇସ୍ରୋ ସତୀଶ ଧାଓ୍ୱନ ସ୍ପେଶ୍ ସେଣ୍ଟରରୁ ଜିଏସଏଲଭି-ଏଫ୍ ୧୭ ରକେଟରୁ ଇଓଏସ୍-୦୫ ସାଟେଲାଇଟର ଉତକ୍ଷେପଣ କରିଛି । ଏହି ସାଟେଲାଇଟ୍ ଜିଆଇସାଟ୍ ୭ଏ ନାମରେ ପରିଚିତ । ଏହାର ଓଜନ ପ୍ରାୟ ୨୩୬୭ କେଜି । ଏହାକୁ ଶୁକ୍ରବାର ସ୍ପେଶ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚ୍ ପ୍ୟାଡରୁ ମହାକାଶକୁ ପଠାଯାଇଛି । ଏହା ଜିଏସଏଲଭିର ୧୯ ତମ ଉଡାଣ ଅଟେ । ଏହାକୁ ଏବେସୁଦ୍ଧା ସବୁଠାରୁ ଓଜନିଆ […]
Continue readingଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା ।
ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ OUAT କୃଷି ସଦନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଇଚ ଟିପି ଅର୍ଥ ପ୍ରଦାନ କରିଛନ୍ତି । CM-KISANର ୫ମ କିସ୍ତି ଭାବେ ଚାଷୀଙ୍କ ଖାତାକୁ ଦୁଇ ହଜାର ଟଙ୍କା ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । CM-KISAN ଯୋଜନାର ପଞ୍ଚମ କିସ୍ତି ବାବଦରେ ୪୧ ଲକ୍ଷରୁ ଅଧିକ ଚାଷୀ […]
Continue readingଭାରତୀୟ ବାୟୁସେନାରୁ ବିଦାୟ ନେଇ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ନିଜର ନୂଆ ଇନିଂସ ଆରମ୍ଭ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ
୨୦୧୯ର ଭାରତ-ପାକିସ୍ତାନ ଆକାଶ ଲଢ଼େଇ ପରେ ସାରା ଦେଶରେ ପରିଚିତ ହୋଇଥିବା ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ ଏବେ ଭାରତୀୟ ବାୟୁସେନାରୁ ବିଦାୟ ନେଇଛନ୍ତି। ପ୍ରାୟ ୨୨ ବର୍ଷର ସେବା ପରେ ସେ ୨୦୨୬ ମାର୍ଚ୍ଚ ୩୧ରେ ସମୟ ପୂର୍ବରୁ ଅବସର ନେଇଥିଲେ। ଏବେ ସେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ନିଜର ନୂଆ ଇନିଂସ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁସାରେ, ଅଭିନନ୍ଦନ ଅଗଷ୍ଟରେ ଗୋଆ ଭିତ୍ତିକ ଆଞ୍ଚଳିକ ବିମାନ କମ୍ପାନୀ FLY91ରେ କମର୍ସିଆଲ୍ ପାଇଲଟ୍ ଭାବେ […]
Continue readingପୁରୀ ଗସ୍ତରେ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଭିନ୍ନ ପ୍ରସଙ୍ଗରେ ଜଗଦଗୁରୁଙ୍କ ସହିତ କଲେ ଆଲୋଚନା
ପୁରୀ ଗସ୍ତରେ ଆସି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋବର୍ଦ୍ଧନ ପୀଠ ଯାଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ଧର୍ମେନ୍ଦ୍ରଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ। ତେବେ ଉଭୟ ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଜଗଦଗୁରୁଙ୍କ ସହିତ ଆଲୋଚନା କରି ମାର୍ଗଦର୍ଶନ ନେଇଥିଲେ। ବିଶେଷ କରି ଜଣେ ସାମାଜିକ କାର୍ଯ୍ୟକର୍ତ୍ତାର କାର୍ଯ୍ୟ କିଭଳି […]
Continue reading









