ଖଣିଜ ସମ୍ପଦରୁ ମାଇକ୍ରୋଚିପ୍, ପାରମ୍ପରିକ ଶିଳ୍ପରୁ ଆଧୁନିକ ପ୍ରଯୁକ୍ତି । ଓଡ଼ିଶା ଏବେ ବିକାଶର ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି। ଖଣି କ୍ଷେତ୍ରରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ଓଡ଼ିଶା ଦ୍ରୁତ ଅଗ୍ରଗତି କରୁଛି। ଆଗାମୀ ଦିନରେ ଓଡ଼ିଶା ନିଜର ନୂଆ ଭବିଷ୍ୟତ ନିର୍ମାଣ କରିବ ଏବଂ ରାଜ୍ୟର ଯୁବପିଢ଼ିଙ୍କ ସ୍ୱପ୍ନ ସାକାର ହେବ। ଜଟଣୀରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ ଅବସରରେ ଏଭଳି […]
Continue readingMonthly Archives: October 2026
ବିଶିଷ୍ଟ ସାହିତ୍ୟିକ ଡଃ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ସମ୍ମାନଜନକ‘ଓଡ଼ିଶା ଗୌରବ ସମ୍ମାନ’ ପ୍ରଦାନ
ନିରାକାରପୁର: ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ଡଃ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ସମ୍ମାନଜନକ ‘ଓଡ଼ିଶା ଗୌରବ ସମ୍ମାନ’ ପ୍ରଦାନ କରାଯାଇଛି।ବ୍ରହ୍ମପୁରଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ରାଜ୍ୟସ୍ତରୀୟ ସମାରୋହରେ ‘ୱାର୍ଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ’ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉତ୍ସବରେ ଉପସ୍ଥିତ ଅତିଥିମାନେ ଡଃ ଦାଶଙ୍କୁ ଉତ୍ତରୀୟ, ମାନପତ୍ର ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ […]
Continue readingବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସୃଷ୍ଟି,ବିଭିନ୍ନ ପାଣିପାଗ ମଡେଲ୍ ବାତ୍ୟାର ଭିନ୍ନ ଭିନ୍ନ ରୂପ ଦେଖାଉଛନ୍ତି
ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ । ଶନିବାର ସକାଳେ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସୃଷ୍ଟି ହୋଇଛି । ସନ୍ଧ୍ୟା ସୁଦ୍ଧା ଅବପାତ, ରବିବାର ଗଭୀର ଅବପାତ ଏବଂ ୨୬ ତାରିଖରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୨୭ ତାରିଖ ବେଳକୁ ଏହା ଶକ୍ତିଶାଳୀ ବାତ୍ୟାର ରୂପ ନେବ । ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ।ତେବେ ବିଭିନ୍ନ ପାଣିପାଗ ମଡେଲ୍ ବାତ୍ୟାର […]
Continue readingଇରାନକୁ ଟ୍ରମ୍ପଙ୍କ ପୁଣି ଆକ୍ରମଣ ଧମକ, ଏହି ସପ୍ତାହ ଶେଷରେ ହୋଇପାରେ ଆମେରିକାର ଏୟାରଷ୍ଟ୍ରାଇକ୍
ଇରାନକୁ ଟ୍ରମ୍ପଙ୍କ ପୁଣି ଆକ୍ରମଣ ଧମକ । ଏହି ସପ୍ତାହ ଶେଷରେ ହୋଇପାରେ ଆମେରିକାର ଏୟାରଷ୍ଟ୍ରାଇକ୍! । ଇରାନ ଉପରେ ପୁଣି ସାମରିକ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ସହ ଇରାନ କୌଣସି ବୁଝାମଣାରେ ପହଞ୍ଚି ନପାରିଲେ ପୁଣିଥରେ ‘ଅପରେସନ୍ ଏପିକ୍ ଫ୍ୟୁରି’ ଭଳି ସାମରିକ ଅଭିଯାନ ହୋଇପାରେ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏହି ସପ୍ତାହ ଶେଷରେ ମଧ୍ୟ ଇରାନ ଉପରେ ଆମେରିକା ଆକ୍ରମଣ […]
Continue readingଜଟଣୀରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଲା ଦ୍ୱାଦଶତମ ‘ଶାରଦୀୟ ଉତ୍ସବ ଓ ରାବଣ ପୋଡ଼ି
ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ପ୍ରତିଷ୍ଠା ନେଇ ସ୍ଥାନୀୟ ଥାନା ଛକସ୍ଥିତ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ଦ୍ୱାଦଶତମ ‘ଆମ ଜଟଣୀ ଶାରଦୀୟ ଉତ୍ସବ ଓ ଭବ୍ୟ ରାବଣ ପୋଡ଼ି କାର୍ଯ୍ୟକ୍ରମ’। ‘କର୍ମ ମନ୍ଦିର ଅନୁଷ୍ଠାନ’ର ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ଅନୁଷ୍ଠାନର ଟ୍ରଷ୍ଟି ସବିତା ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟଙ୍କ ସଂଯୋଜନାରେ ବେଶ୍ ଆଡ଼ମ୍ବରପୂର୍ଣ୍ଣ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ଚଳିତ ବର୍ଷ […]
Continue reading‘ଶାସନ ବଦଳ’ର ଷଡ଼ଯନ୍ତ୍ର: ଭାରତଠାରୁ ୟୁରୋପ ଯାଏଁ ସମାନ ଟୁଲକିଟ୍?
ସାମ୍ପ୍ରତିକ ବିଶ୍ୱ ରାଜନୀତିରେ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚିତ ସରକାରଗୁଡ଼ିକୁ ଅସ୍ଥିର କରିବା ପାଇଁ ଏକ ନୂଆ ଧରଣର ରଣନୀତି ଦେଖିବାକୁ ମିଳୁଛି। ଏହାକୁ ଅନ୍ତର୍ଜାତୀୟ ବିଶ୍ଳେଷକମାନେ ପ୍ରାୟତଃ ‘ରେଜିମ ଚେଞ୍ଜ’ ବା ଶାସନ ବଦଳ ଗ୍ୟାଙ୍ଗର ଏଜେଣ୍ଡା ବୋଲି ଅଭିହିତ କରୁଛନ୍ତି। ପୂର୍ବରୁ ବିକାଶଶୀଳ ଦେଶଗୁଡ଼ିକ ଉପରେ ଏହି ଧରଣର ପ୍ରୟୋଗ ସୀମିତ ଥିବା ବେଳେ ଏବେ ଭାରତ ସମେତ ଫ୍ରାନ୍ସ, ସ୍ପେନ ଓ ଆଲବାନିଆ ଭଳି ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସମାନ ‘ଟୁଲକିଟ୍’ କାର୍ଯ୍ୟ […]
Continue readingଓଡ଼ିଶା ଆସି ବାସ୍ତବ ଉତ୍ପାଦନ ଆରମ୍ଭ କରନ୍ତୁ: ‘ଇଣ୍ଡିଆ କେମ୍ ୨୦୨୬’ରେ ବିଶ୍ୱ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ମୁମ୍ବାଇଠାରେ ଆୟୋଜିତ ‘ଇଣ୍ଡିଆ କେମ୍ ୨୦୨୬’ (India Chem 2026)ର ସିଇଓ ଗୋଲଟେବୁଲ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବନ୍ଦର-ଭିତ୍ତିକ ଶିଳ୍ପ ପାଇଁ ପାରାଦୀପ, ଧାମରା ଓ ଗୋପାଳପୁର ଅତ୍ୟନ୍ତ ଉପଯୁକ୍ତ ହୋଇଥିବା ବେଳେ ଧାତୁ, କୋଇଲା, ଶକ୍ତି ଏବଂ ଆଭ୍ୟନ୍ତରୀଣ ବଜାର ଚାହିଦାକୁ ନଜରରେ ରଖି ଅନୁଗୋଳ ଓ ଢେଙ୍କାନାଳରେ ପ୍ରକଳ୍ପ ସ୍ଥାପନର ପ୍ରଚୁର ସୁଯୋଗ ରହିଥିବା କହିଛନ୍ତି। ଏହାସହ ପାରାଦୀପ PCPIR, ଇଣ୍ଡିଆନ୍ ଅଏଲ୍ର ୧୫ MMTPA ରିଫାଇନାରୀ ଏବଂ ପ୍ଲାଷ୍ଟିକ୍ ପାର୍କ ପଲିମର, […]
Continue readingଭୁବନେଶ୍ୱରରେ ଆରମ୍ଭ ହେବ ଉନବିଂଶତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ ସମ୍ମିଳନୀ ଓ ପ୍ରଦର୍ଶନୀ
ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ସହଯୋଗରେ ଚଳିତ ସପ୍ତାହରେ ଭୁବନେଶ୍ୱରରେ ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ, ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏହି ସମ୍ମିଳନୀର ଉଦ୍ଘାଟନ କରିବେ। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରାଗ ଜୈନ ଏବଂ ସଦସ୍ୟ ରାଜୀବ ଗୌବା ମଧ୍ୟ ଏଥିରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ […]
Continue readingଚିନ୍ମୟ ଅମୃତ ମହୋତ୍ସବ ବିଶ୍ୱସ୍ତରୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଅକ୍ଟୋବର ୨୩ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ଚିନ୍ମୟ ଅମୃତ ମହୋତ୍ସବ ବିଶ୍ୱ ସମ୍ମିଳନୀର ଉଦ୍ଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ମଧ୍ୟ ଉଦ୍ବୋଧନ ଦେବେ। ୨୩ରୁ ୨୫ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତ ତଥା ବିଦେଶରୁ ୯,୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଏକତ୍ରିତ ହେବେ । ଏହା ଚିନ୍ମୟ ମିଶନର ୭୫ […]
Continue readingକ୍ୟାମ୍ପସରେ ରାଜନୀତିର ବିଷବଳୟ: ଗଣତନ୍ତ୍ରର ଶିକ୍ଷା ନା ହିଂସାର ଆଖଡ଼ା?
ଦୀର୍ଘ ଆଠ ବର୍ଷର ନୀରବତା ପରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୁଣି ଥରେ ଛାତ୍ର ନିର୍ବାଚନର ଡାକରା ଶୁଣିବାକୁ ମିଳିଲା। ଛାତ୍ରଛାତ୍ରୀଙ୍କ ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ନେବାର ଦକ୍ଷତା ଏବଂ ନିଜ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବାର ଆଶା ନେଇ ଆରମ୍ଭ ହୋଇଥିବା ପ୍ରକ୍ରିୟା ଶେଷରେ ଯେଉଁ ରୂପ ନେଲା, ତାହା ସମଗ୍ର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ସହ ରାଜଧାନୀର ଶିକ୍ଷାନୁଷ୍ଠାନ ଉତ୍କଳ […]
Continue reading









