ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନର ବିଭିନ୍ନ ପ୍ରାନ୍ତର ଗଭର୍ଣ୍ଣରଙ୍କ ସହ ଭାବ ବିନିମୟ କରୁଛନ୍ତି । ଆଲୋଚନାରେ ୧୬ ଜଣ ଗଭର୍ଣ୍ଣର ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ ଯେ, ଭାରତ -ଜାପାନ ସମସାମୟିକ ସମ୍ବନ୍ଧ, ଦୁଇ ଦେଶ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ସମ୍ପର୍କରୁ ମିଳୁଥିବା ଜୀବନ ଶକ୍ତି ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି । ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀତାକୁ ଗୁରୁତ୍ୱ ଦେଇ ସେ କହିଥିଲେ, ସମୟ ଆସିବରାଜ୍ୟ-ପ୍ରାନ୍ତ ସମ୍ପର୍କକୁ ଗୁରୁତ୍ୱ ମିଳିବ ଏବଂ ଟୋକିଓ-ଦିଲ୍ଲୀ କୈନ୍ଦ୍ରିକ ସମ୍ପର୍କରୁ ଏହା ଆହୁରି ଆଗକୁ ଯାଇପାରିବ । ଏହି ପରିପ୍ରେକ୍ଷୀରେ ସେ ପଞ୍ଚଦଶ ଶିଖର ସମ୍ମିଳନୀରେ ଆରମ୍ଭ ହୋଇଥିବା ରାଜ୍ୟ-ପ୍ରାନ୍ତ ସହଯୋଗିତାକୁ ଗୁରୁତ୍ୱ ଦେଇଥିଲେ । ଯାହାକି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଟେକ୍ନୋଲୋଜି, ପର୍ଯ୍ୟଟନ, ଦକ୍ଷତା, ସୁରକ୍ଷା ଏବଂ ସାଂସ୍କୃତିକ ସମ୍ବନ୍ଧକୁ ବଢ଼ାଇବାରେ ସହାୟକ ହୋଇପାରିବ । ସେ ଗଭର୍ଣ୍ଣର ମାନଙ୍କୁ ଓ ଭାରତର ରାଜ୍ୟ ସରକାରମାନଙ୍କୁ ନିର୍ମାଣ କ୍ଷେତ୍ର, ଟେକ୍ନୋଲୋଜି, ନବାଚାର, ଗତିଶୀଳତା, ପରବର୍ତ୍ତୀ ପିଢ଼ି ମୌଳିକ ଭିତ୍ତିଭୂମି, ଷ୍ଟାର୍ଟଅପ ଏବଂ ଏସଏମଇ କ୍ଷେତ୍ରରେ ନୂତନ ସମ୍ଭାବନାର ଲାଭ ଉଠାଇବା ସହ ସହଭାଗିତା କରିବାକୁ ଆହ୍ୱାନ ଦେଇଥିଲେ ।
ଭାରତରେ ଯେପରି ପ୍ରତ୍ୟେକ ରାଜ୍ୟର ବିବିଧ କ୍ଷମତା ରହିଛି, ଜାପାନର ପ୍ରତ୍ୟେକ ପ୍ରାନ୍ତର ମଧ୍ୟ ସେହିପରି ସ୍ୱତନ୍ତ୍ର ଅର୍ଥନୈତିକ ପରିଚୟ ଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଭାରତର ଅଭିବୃଦ୍ଧି ରାସ୍ତାରେ ସାମିଲ ହେବାକୁ ସେ ଗଭର୍ଣ୍ଣରମାନଙ୍କୁ ଆହ୍ୱାନ ଜଣାଇଥିଲେ । ଦୁଇ ଦେଶ ମଧ୍ୟରେ ଥିବା ଯୁବ ଏବଂ ଦକ୍ଷତା ବିନିମୟ ପ୍ରତିବଦ୍ଧତାରେ ସାମିଲ ହେବାକୁ ସେମାନଙ୍କୁ ସେ ଆଗ୍ରହ ଜଣାଇବା ସହ ଜାପାନର ପ୍ରଯୁକ୍ତି ବିଦ୍ୟା ସହ ଭାରତର ଦକ୍ଷତାକୁ ସମ୍ମିଶ୍ରଣ କରିବାକୁ ଆହ୍ୱାନ ଦେଇଥିଲେ । ଗଭର୍ଣ୍ଣରମାନେ ଉଲ୍ଲେଖ କରିଥିଲେ, ଭାରତ-ଜାପାନ ବାଣିଜ୍ୟ, ଶିକ୍ଷା, ସାଂସ୍କୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ମହତ୍ୱାକାଂକ୍ଷାର ପରବର୍ତ୍ତୀ ପିଢ଼ି ପାଇଁ ଉପରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ରହିଛି ।