ଲିଟିଲ କର: ସ୍ମୃତିର ଅବତାରଣା

ଲିଟିଲ କର: ସ୍ମୃତିର ଅବତାରଣା


ଗୁରୁବାର ଚାରି ତାରିଖ ସନ୍ଧ୍ୟାାରେ ଓଡିଶା ସଂଗୀତ ଜଗତର ମହାନ ଯୁବ ଜ୍ୟୋତିଷ୍କ, ଅଭିନେତ୍ରୀ, ନୃତ୍ୟଶିଳ୍ପୀ,ଗାୟିକା ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରିଣୀ ସ୍ୱର୍ଗତା ଲିଟିଲ କରଙ୍କ ପ୍ରଥମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ପରିସରରେ \”ଲିଟିଲ କର ସ୍ମୃତି ନ୍ୟାସ’ ଓ \”ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ’ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଟିଲ କର ଗାନ କରିଥିବା ସଂଗୀତ ବିଭିନ୍ନ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଚଳଚିତ୍ର ଅଭିନେତା ଅଶ୍ରୁ ମୋଚନ ମହାନ୍ତି ତଥା ସଂଗୀତ ନିର୍ଦ୍ଦେଶକ ଓ ଅଭିନେତା ଜୁବୁଲି ସୁନ୍ଦରାୟ, ଭାଷାପ୍ରାଣ ରବି ନନ୍ଦ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଲିଟିଲ କର ଓଡିଶା ସଂଗୀତ ଜଗତର ଯୁବ ଉଜ୍ୱଳ ଜ୍ୟୋତିଷ୍କ, ଯୁବ ନୃତ୍ୟଶିଳ୍ପୀ, ଅଭିନେତ୍ରୀ ହେବା ସହିତ ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ବିଧାୟକ ବାବୁ ସିଂ କାର୍ଯ୍ୟବ୍ୟସ୍ତତା ହେତୁ ସ୍ୱଳ୍ପ ବିଳମ୍ବରେ ପହଁଚି ସମସ୍ତଙ୍କ ସହିତ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଧନ କରିଥିଲେ । ଥାଲାସେମିଆ ପୀଡ଼ିତ ବ୍ୟକ୍ତିବିଶେଷମାନଙ୍କ ସକାଶେ ସେ ଉଲ୍ଲେଖଯୋଗ୍ୟ ଉଦାହରଣ ସୃଷ୍ଟି କରିଯାଇଛନ୍ତି


ବୋଲି ଅତିଥିମାନେ ଆଲୋଚନା କରିଥିଲେ । ଏହି ଅବସରରେ \”ଲିଟିଲ ବିଗ ରୋଲ ମଡେଲ’ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଲିଟିଲ, ଜଗନ୍ନାଥ ଭଜନ ଗାନ କରିବା ସହିତ ବନ୍ଦେ ଉତ୍କଳ ଜନନୀ ଗାନ କରିବା ଓ ତାହାର ସ୍ୱର ଦେବା ପରି କାମ କରି କମ ବୟସରେ ବହୁ ଅବିସ୍ମରଣୀୟ ପ୍ରଶଂସାର ଅଧିକାରିଣୀ ହୋଇ ପାରିଥିବା ପ୍ରସଙ୍ଗ ସଭାରେ ବ୍ୟାପକ ଭାବରେ ଆଲୋଚିତ ହୋଇଥିଲା । ସୌମ୍ୟରଂଜନ ପଟ୍ଟନାୟକ ମହୋଦୟ ତାଙ୍କ ଆଲୋଚନାରେ ଥାଲାସେମିଆ ପୀଡିତଙ୍କ ପରି ୍‌ଅନେକ ରୋଗଗସ୍ତ ଲୋକଙ୍କ ସକାଶେ ରକ୍ତର ନିହାତି ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରି ତାଙ୍କ ଦ୍ୱାରା ପରିଚାଳିତ ସଂଗଠନଗୁଡିକ କିପରି ରକ୍ତ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିଥିଲେ ତାହାର ସୂଚନା ଦେଇଥିଲେ । ସ୍ମୃତି ସଭାଗୁଡିକୁ ଏକ ଶୋକର ଦିବସ ଭାବରେ ପାଳନ ନ କରି ସାମାଜିକ ଉତ୍କର୍ଷତାର ଦିନ ଭାବରେ ଗ୍ରହଣ କରିବାକୁ ପ୍ରତିବେଦନ ରଖିଥିଲେ । ତାଙ୍କ ସ୍ମୃତିରେ ପ୍ରତିବର୍ଷ ଲିଟିଲ ପ୍ରତିଭା ସମ୍ମାନ ପ୍ରଦାନ କରାଯିବା କଥା ସଭାରେ ଘୋଷଣା କରାଯାଇଥିଲା । ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା ଶ୍ରୀଧର ମାର୍ଥା ଜୁବୁଲି ସୁନ୍ଦରାୟଙ୍କ ସହଯୋଗ କ୍ରମେ ତାଙ୍କ ଉପରେ ଏକ ଚଳଚ୍ଚିତ୍ର ତିଆରି କରାଯିବା କଥା ପ୍ରସ୍ତୁତି ଚାଲିଛି ବୋଲି ସୂଚନା ଦେଇଥିଲେ । ଅଭିନେତା ଅଶ୍ରୁ ମୋଚନ ମହାନ୍ତି ଲିଟିଲଙ୍କ ସହିତ ବିତାଇଥିବା କିଛି ଅନ୍ତରଙ୍ଗ ସାମାଜିକ ମୂହୁର୍ତ୍ତ ସଂପର୍କରେ ସ୍ମୃତିଚାରଣ କରି ସେ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ ପ୍ରତିଭା ଥିଲେ ବୋଲି ଉଲ୍ଲେଖ କରିଥିଲେ । ବହୁ ଆମନ୍ତ୍ରିତ ସାହିତ୍ୟସଂସ୍କୃତିପ୍ରେମୀ ତଥା ସ୍ୱର୍ଗତା ଲିଟିଲ କର ଶୁଭେଚ୍ଛୁଙ୍କ ଉପସ୍ଥିତିରେ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ମନୋଜ ବଠୁ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ବାପୁ ଓଝା, ବରିଷ୍ଠ ସମାଜସେବୀ କ୍ରାନ୍ତି କୁମାର ସାକ୍ସେନା ପ୍ରମୁଖ ପରିଚାଳନା କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ତୃପ୍ତିମୟୀ ମକଦମ । ଏହି ଅବସରରେ ତାଙ୍କର ପିତା ଚନ୍ଦ୍ରଭାନୁ କର, ମାତା ଗୀତାଞ୍ଜଳି କର, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସମାଜସେବୀ ରଶ୍ମି ମହାପାତ୍ର, ପ୍ରମୁଖ ଉପସ୍ଥିତ ରହିଥିଲେ ।

Posted in Uncategorized.

Leave a Reply

Your email address will not be published. Required fields are marked *