ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍ (ଡିଆର)ର ଏକ ଅତିରିକ୍ତ କିସ୍ତି ଜାରି କରିବାକୁ ଅନୁମୋଦନ କରିଛି । ବର୍ଦ୍ଧିତ ଡିଏ ଏବଂ ଡିଆର ଗତ ଜୁଲାଇ ପହିଲା ଠାରୁ ଲାଗୁ ହେବ । ବର୍ତ୍ତମାନର 55% ମୂଳ ବେତନ/ପେନସନ ଉପରେ 3% ଅତିରିକ୍ତ ଆକାରରେ ବର୍ଦ୍ଧିତ ଡିଏ ଓ ଡିଆର ମିଳିବ। ଯାହାଫଳରେ ସରକାରୀ କର୍ମଚାରୀ ଓ ପେନସନଭୋଗୀ ମୂଲ୍ୟବୃଦ୍ଧିର କ୍ଷତିପୂରଣ ପାଇପାରିବେ।
ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ଉଭୟରେ ବୃଦ୍ଧି ହେତୁ ରାଜକୋଷ ଉପରେ ପ୍ରତିବର୍ଷ 10083.96 କୋଟି ଟଙ୍କାର ମିଳିତ ବୋଝ ପଡ଼ିବ। ଏହା ପ୍ରାୟ 49.19 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 68.72 ଲକ୍ଷ ପେନସନଭୋଗୀଙ୍କୁ ଲାଭ ଦେବ।
ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ ସୂତ୍ର ଅନୁସାରେ ଏହି ବୃଦ୍ଧି କରାଯାଇଛି ।
ସରକାର ପୂର୍ବରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ୨% ବୃଦ୍ଧି କରିଥିଲେ ।
ଯାହା ଜାନୁଆରୀ ୧, ୨୦୨୫ ରୁ ଲାଗୁ ହୋଇଥିଲା ।
ଏହାଦ୍ବାରା ୧୧.୫ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହୋଇଥିଲେ ।
ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ମୂଳ ଦରମାର ୫୩% ରୁ ୫୫% କୁ ବୃଦ୍ଧି ପାଇଲା ।
ଏବେ ୩ ପ୍ରତିଶତ ବଢିଲା ପରେ ମହଙ୍ଗା ଭତ୍ତା ମୂଳ ଦରମାର ୫୮%କୁ ବୃଦ୍ଧି ପାଇଛି ।ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର । ଦୀପାବଳି ପୂର୍ବରୁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ DA ଜୁଲାଇ ୧ରୁ ପିଛିଲା ଭାବରେ କାର୍ଯ୍ୟକାରୀ ହେବ ।
ସମସ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରର ବକେୟା ଅକ୍ଟୋବର ଦରମା ସହିତ ମିଳିବ । ସରକାର ଦୀପାବଳି ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏକ ଉପହାର ଦେଇଛନ୍ତି । ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି । ୭ମ ବେତନ ଆୟୋଗ ମୁତାବକ, ସମସ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କ ସହିତ ପେନସନଭୋଗୀଙ୍କ ପାଇଁ ଏହା ଲାଗୁ ହେବ ।