ସକାଳୁ ସକାଳୁ ଡିକେଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ସକାଳୁ ସକାଳୁ ଡିକେଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ବ୍ରେକ୍‌ଫାଷ୍ଟ ରାଜନୀତି’ରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଡିକେ ଶିବକୁମାର

କର୍ଣ୍ଣାଟକର ଶାସକ କଂଗ୍ରେସ ଦଳ ମଧ୍ୟରେ ଦେଖାଦେଇଥିବା ଆଭ୍ୟନ୍ତରୀଣ କ୍ଷମତା ସଂଘର୍ଷ ବର୍ତ୍ତମାନ ଶାନ୍ତ ପଡ଼ିଛି। ତେବେ ଏହା କେବଳ ଗଣମାଧ୍ୟମରେ ପ୍ରଚାର ପାଇଁ କରାଯାଉଥିବା ବିଜେପି କହିଛି ।

କଂଗ୍ରେସ ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିବା ଏହି ବିବାଦକୁ ‘ବ୍ରେକ୍‌ଫାଷ୍ଟ ରାଜନୀତି’ ମାଧ୍ୟମରେ ସମାଧାନ କରିବାକୁ ପ୍ରୟାସ ଜାରି ରହିଛି। ଗତ ଶନିବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ନିଜ ବାସଭବନକୁ ବ୍ରେକ୍‌ଫାଷ୍ଟ ପାଇଁ ନିମନ୍ତ୍ରଣ କରିଥିଲେ।ଏହାର ପ୍ରତିବଦଳରେ, ବର୍ତ୍ତମାନ ବ୍ରେକ୍‌ଫାଷ୍ଟ ରାଜନୀତିର ଏକ ଅଂଶ ଭାବରେ, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଜି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ପାଇବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଙ୍ଗଳବାର ସକାଳ ପ୍ରାୟ ୧୦ଟା ସମୟରେ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ବାସଭବନରେ ପହଞ୍ଚିଥିଲେ।

Posted in Uncategorized.