‘ବିରଳ’ ଦୃଶ୍ୟ ପରେ ଫର୍ଚୁନର କାର୍ରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଯାତ୍ରା କାହିଁକି?
ନୂଆଦିଲ୍ଲୀ, ଡିସେମ୍ବର ୫: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ ରହିଛି। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମ ଭାଙ୍ଗି ପାଲମ୍ ବିମାନ ବନ୍ଦରରେ ପୁଟିନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିବା ପରେ, ଉଭୟ ନେତା ଏକାଠି ଏକ ଧଳା ରଙ୍ଗର ଟୟୋଟା ଫର୍ଚୁନର୍ (Toyota Fortuner) କାର୍ରେ ବିମାନ ବନ୍ଦରରୁ ବାହାରିଥିଲେ। ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଏକ ଟୟୋଟା ଫର୍ଚୁନର୍ ହୋଇଥିଲେ ମଧ୍ୟ, ସୁରକ୍ଷା ଦୃଷ୍ଟିରୁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାର ଅନୁମାନ କରାଯାଉଛି। ସମ୍ଭବତଃ ଏହି ଗାଡ଼ିଟି SPG/NSG ଟିମ୍ର କନଭଏର ଅଂଶବିଶେଷ ଥିଲା ଏବଂ ଅତିରିକ୍ତ ବୁଲେଟ୍ପ୍ରୁଫ୍ ସୁରକ୍ଷା ବ୍ୟବସ୍ଥା ସହିତ ଯୁକ୍ତ ହୋଇଛି।
ନିୟମଗତ ପ୍ରୋଟୋକଲ୍ ଠାରୁ ଦୂରେଇ ଏହିପରି ବିରଳ ଯାତ୍ରା ମୋଦି ଏବଂ ପୁଟିନଙ୍କ ବନ୍ଧୁତାକୁ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଛି।
