ଦେଶରେ ଉପୁଜିଥିବା ଏଲପିଜି ସଂକଟ ସ୍ୱଭାବିକ ହେବାକୁ ୩-୪ ବର୍ଷ ସମୟ ଲାଗିବ

ଦେଶରେ ଉପୁଜିଥିବା ଏଲପିଜି ସଂକଟ ସ୍ୱଭାବିକ ହେବାକୁ ୩-୪ ବର୍ଷ ସମୟ ଲାଗିବ

ଇରାନ ଯୁଦ୍ଧ ଯୋଗୁ ଦେଶରେ ଉପୁଜିଥିବା ଏଲପିଜି ସଂକଟ ସ୍ୱଭାବିକ ହେବାକୁ ୩-୪ ବର୍ଷ ସମୟ ଲାଗିପାରେ। ଏହା କହିଛନ୍ତି ଭାରତ ସରକାରଙ୍କ ଜନୈକ ଅଧିକାରୀ। ସେ କହିଛନ୍ତି ଯେ ଏବେବି ଜଣାପଡୁନି ଉତ୍ପାଦନ ଅସ୍ଥାୟୀ ରୂପେ ଅଟକାଇ ଦିଆଯାଇଛି ନା ଏହା ସ୍ଥାୟୀ କ୍ଷତିଗ୍ରସ୍ତ ହୋଇଛି। ଭାରତ ନିଜର ଏଲପିଜି ଆବଶ୍ୟକତା ପାଇଁ ପଶ୍ଚିମ ଏସିଆ ଉପରେ ଅନେକାଂଶରେ ନିର୍ଭରଶୀଳ। ଏହା ଏବେ ହର୍ମୁଜ ପ୍ରଣାଳୀରେ ନାକାବନ୍ଦୀ ଓ ଆମେରିକା-ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ପ୍ରଭାବିତ ହୋଇଛି।

ଅଧିକାରୀ କହିଛନ୍ତି ଯେ ପ୍ରଭାବିତ ଯୋଗାଣକାରୀଙ୍କ ଠାରୁ ମିଳୁଥିବା ସୂଚନା ଅନୁସାରେ ଯୋଗାଣ ସ୍ୱଭାବିକ ହେବାକୁ ପାଖାପାଖି ୩ ବର୍ଷ ଲାଗି ପାରେ। ହୁଏତ ଏହା ଅଧିକ ସମୟ ମଧ୍ୟ ନେଇ ପାରେ। ଭାରତ ଏବେବି ଏଲପିଜି ଆମଦାନୀ ଉପରେ ନିର୍ଭରଶୀଳ। ଦେଶର ଏଲପିଜି ଆବଶ୍ୟକତାର ୬୦% ଆମଦାନୀରୁ ପୁରଣ ହୁଏ। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଆମଦାନୀର ୯୦ ପ୍ରତିଶତ ହର୍ମୁଜ ଦେଇ ଆସୁଥିଲା। ମାର୍ଚ୍ଚ ୨୪ ତାରିଖ ବେଳକୁ ଗଲ୍ଫ ଦେଶମାନଙ୍କରୁ ଆମଦାନୀ ହ୍ରାସ ହୋଇ ୫୫% ହୋଇଯାଇଛି, ଯାହା ଉଭୟ ବ୍ୟବଧାନ ଓ ବିବିଧିକରଣକୁ ଦର୍ଶାଉଛି।

ଋବିକ୍ସ ଡାଟା ସାଇନ୍ସେସ ଓ ୱାୟାନା ଟ୍ରେଡ ଏକ୍ସଚେଞ୍ଜର ଏପ୍ରିଲ ରିପୋର୍ଟ ଅନୁସାରେ ମାର୍ଗ ପରିବର୍ତ୍ତନ ଓ ବିକଳ୍ପ ସ୍ରୋତ ପରେ ବି ଯୋଗାଣ ବ୍ୟବଧାନ ୪୦-୫୦ ପ୍ରତିଶତ ରହିପାରେ। ଏଥି ପାଇଁ ସରକାର ଘରୋଇ ଯୋଗାଣ ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଏହା ବାଦେ ଅଭାବ ଦୂର କରିବା ପାଇଁ ବିକଳ୍ପ ସ୍ରୋତର ମଧ୍ୟ ସନ୍ଧାନ କରାଯାଉଛି। ଅଧିକାରୀ କହିଛନ୍ତି ଯେ ଆପଣଙ୍କ ଏଲପିଜି ଯୋଗାଣରେ ଏତେ ସମୟ ଲାଗୁଛି କାରଣ ଅନେକ ଗୁରୁତ୍ୱପୂର୍ଣ୍ଣ ଏଲପିଜି ଯୋଗାଣ ବନ୍ଦ କରିଦିଆଯାଇଛି। ‘ବନ୍ଦ’ର ସଠିକ ଅର୍ଥ ବୁଝାପଡୁ ନାହିଁ ପୁରା କୂଅ ଖାଲି ହୋଇଯାଇଛି ନା ଉତ୍ପାଦନ ସମ୍ପୂର୍ଣ୍ଣ ଅଟକି ଯାଇଛି ତାହା ଜଣାପଡୁନି। ତେବେ ସେମାନେ ନିଜେ କହୁଛନ୍ତି ଏଥି ପାଇଁ ଅନୁନ୍ୟ ୩ ବର୍ଷ ଲାଗିବ।

ତେବେ କୋଭିଡ କାଳରେ କରାଯାଇଥିବା ବିକଳ୍ପ ଯୋଗାଣ ପରିଚାଳନା ଯୋଗାଣ ବ୍ୟବଧାନ ପ୍ରଭାବ କମ କରିବାରେ ପୁଣି ସହାୟକ ହୋଇପାରେ ବୋଲି ଅଧିକାରୀ କହିଛନ୍ତି। ବିକଳ୍ପ ପ୍ରବନ୍ଧରେ ଆମଦାନୀ ସ୍ରୋତରେ ବିବିଧତା ଆଣିବା, ସିପମେଣ୍ଟର ମାର୍ଗ ବଦଳାଇବା, ଘରୋଇ ଉତ୍ପାଦନ ବଢାଇବା ଓ ଚାହିଦା ପରିଚାଳନା କରିବା। ରିପୋର୍ଟରେ କୁହାଯାଇଛି ଯେ ଏଲପିଜିର ବାର୍ଷିକ ଚାହିଦା ପାଖାପାଖି ୩୩ ମିଲିୟନ ଟନ। ତେବେ ମାର୍ଚ୍ଚ ମଝି ସପ୍ତାହ ସୁଦ୍ଧା ଷ୍ଟୋରେଜ ଫ୍ୟାସେଲିଟି ମାତ୍ର ୧୫ ଦିନର ଖର୍ଚ୍ଚ କଭର କରିପାରୁଥିଲା। ଏଥିରେ ସୋର୍ସ ପରିବର୍ତ୍ତନ ଅଳ୍ପକାଳୀନ ଯୋଗାଣ ରିସ୍କ ଓ ମୂଲ୍ୟ ଅସ୍ଥିରତାର ବିପଦକୁ ବଢାଇବ।

Posted in ଦେଶ ବିଦେଶ.