ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ତିନି ଜଣ ପ୍ରମୁଖ ଜନପ୍ରତିନିଧି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ୍ ଶର୍ମା ମା’ଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ମା’ଙ୍କ ମନ୍ଦିରରେ ତିନି ଜଣ ଶୀର୍ଷ ନେତା ପହଞ୍ଚିବା ପରେ ସେଠାରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅତିଥିମାନେ ମା’ଙ୍କ ପାଖରେ ଓଡ଼ିଶା ତଥା ଦେଶର ମଙ୍ଗଳ କାମନା କରିଛନ୍ତି। ଦର୍ଶନ ସାରିବା ପରେ ନେତାମାନେ ମନ୍ଦିର ପାରିପାର୍ଶ୍ୱିକ ବିକାଶ ଏବଂ ସମଲେଇ ପ୍ରକଳ୍ପର ସୌନ୍ଦର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି।

ମା’ ସମଲେଶ୍ୱରୀଙ୍କ ଶରଣରେ ୩ ହେଭିୱେଟ୍: ଦର୍ଶନ କଲେ ଓମ୍ ବିର୍ଲା, ଧର୍ମେନ୍ଦ୍ର ପ୍ରଧାନ ଓ ଭଜନ ଲାଲ୍ ଶର୍ମା
Posted in Uncategorized.