ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦୁଇ ଆଧ୍ୟାତ୍ମିକ ଗ୍ରନ୍ଥର ଲୋକାର୍ପଣ

ପ୍ରସିଦ୍ଧ ଓଡ଼ିଆ ଲେଖକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ରଚିତ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗ୍ରନ୍ଥ “ଶ୍ରୀ ରାମାୟଣ” ଏବଂ “ଜଗନ୍ନାଥ ବିଳାସ ଚନ୍ଦ୍ରିକା”ର ଲୋକାର୍ପଣ ଉତ୍ସବ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ଅନୁଷ୍ଠିତ ହୋଇଛି। ପୂର୍ଣ୍ଣଚନ୍ଦ୍ର ଦାଶଙ୍କ “ଶ୍ରୀ ରାମାୟଣ” ଗ୍ରନ୍ଥରେ ବାଲ୍ମୀକି ରାମାୟଣର ମୂଳ ଭାବଧାରାକୁ ଓଡ଼ିଆ ଭାଷାର ସରଳତା ଓ ମଧୁରତାରେ ଉପସ୍ଥାପନ କରାଯାଇଛି, ଯାହା ଆଧୁନିକ ପାଠକଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ହେବ। ଅନ୍ୟପକ୍ଷରେ “ଜଗନ୍ନାଥ ବିଳାସ ଚନ୍ଦ୍ରିକା” ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ଦାର୍ଶନିକ, ଭକ୍ତିମୟ ଓ ଆଧ୍ୟାତ୍ମିକ ପକ୍ଷକୁ ଅତି ଚମତ୍କାର ଭାବେ ଚିତ୍ରଣ କରିଛି। ଏହି ଦୁଇ ଗ୍ରନ୍ଥ ଆଜିର ଯୁବପିଢ଼ିକୁ ନୈତିକତା, ଅହିଂସାର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିବ। କାର୍ଯ୍ୟକ୍ରମର ସଭାପତିତ୍ୱ କରି ଜୀବନ ଆଉ ଭଲ ମଣିଷ ଉପରେ ଭାବଗର୍ଭକ ଆଲୋଚନା କରିଥିଲେ ପ୍ରଫେସର କୁମରବର ଦାଶ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ। ମୁଖ୍ୟ ଅତିଥି ଭାବ. ଡ. ପ୍ରଭାକର ସ୍ବାଇଁ ,ସମାଜସେବୀ ବିଜୟ କୁମାର ତ୍ରିପାଠୀ ପୁସ୍ତକର ସମୀକ୍ଷା କରିଥିଲେ। ପୁସ୍ତକର ପ୍ରକାଶିକା ସୁରେଖା ଦାଶ ଓଡ଼ିଆ ସାହିତ୍ୟ ପ୍ରେମୀ, ପ୍ରଖ୍ୟାତ ଲେଖକ, ସମାଜସେବୀ ତଥା ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଅତିଥିମାନେ ଗ୍ରନ୍ଥଦ୍ୱୟକୁ ଉଦ୍‌ଘାଟନ କରିବା ସହିତ ସେମାନଙ୍କର ସାହିତ୍ୟିକ ମୂଲ୍ୟବୋଧ ଓ ସମାଜରେ ପ୍ରଭାବ ଉପରେ ଗଭୀର ଆଲୋଚନା କରିଥିଲେ।

Posted in ସାହିତ୍ୟ and tagged , .