ଟିଏମସିର ଜନବିରୋଧୀ ନୀତିରୁ ମୁକ୍ତି ପାଇବା ପାଇଁ ପଶ୍ଚିମବଙ୍ଗର ପ୍ରତିଟି ନାଗରିକ ସଂକଳ୍ପବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

ଟିଏମସିର ଜନବିରୋଧୀ ନୀତିରୁ ମୁକ୍ତି ପାଇବା ପାଇଁ ପଶ୍ଚିମବଙ୍ଗର ପ୍ରତିଟି ନାଗରିକ ସଂକଳ୍ପବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଗସ୍ତ କରି ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ପ୍ରଚାର କରିଛନ୍ତି ।

ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ନନ୍ଦିଗ୍ରାମ କେବଳ ଏକ ଭୌଗୋଳିକ କ୍ଷେତ୍ର ନୁହେଁ, ବରଂ ଏହା ଏକ ପରିବର୍ତ୍ତନର ଚେତନାର ପ୍ରତୀକ । ବିଗତ ପ୍ରାୟ ୨୦ ବର୍ଷ ଧରି ନନ୍ଦୀଗ୍ରାମ ସହ ତାଙ୍କର ଏକ ଗଭୀର ଆଧ୍ୟାତ୍ମିକ ଓ ବ୍ୟକ୍ତିଗତ ସମ୍ପର୍କ ରହିଆସିଛି । ନନ୍ଦୀଗ୍ରାମର ମାଟି ବଙ୍ଗୀୟ ଅସ୍ମିତା ଏବଂ ସାହସର ପରିଚୟ ଦେଇଛି, ଯାହା ସମଗ୍ର ପଶ୍ଚିମବଙ୍ଗର ରାଜନୀତିକୁ ଦିଗଦର୍ଶନ ଦେଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପଶ୍ଚିମବଙ୍ଗର ଜନସାଧାରଣ ବର୍ତ୍ତମାନର ଅନ୍ୟାୟ, ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତିରେ ଅତିଷ୍ଠ ହୋଇପଡ଼ିଛନ୍ତି । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରର ଜନବିରୋଧୀ ନୀତିରୁ ମୁକ୍ତି ପାଇବା ପାଇଁ ବଙ୍ଗଳାର ପ୍ରତିଟି ନାଗରିକ ଏବେ ସଂକଳ୍ପବଦ୍ଧ । ସେଥିପାଇଁ ଆଜି ସାରା ରାଜ୍ୟରେ ପରିବର୍ତ୍ତନ କେବଳ ଏକ ସ୍ଲୋଗାନ ହୋଇ ରହିନାହିଁ, ବରଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ।

ନନ୍ଦୀଗ୍ରାମରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଥିବା ଅଦମ୍ୟ ଉତ୍ସାହ, ଅନୁଶାସନ ଏବଂ ସମର୍ପଣ ଭାବକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଏଠାକାର ଜନତାଙ୍କ ଅକୁଣ୍ଠ ସମର୍ଥନ ପୁଣି ଥରେ ପଦ୍ମ ଫୁଟାଇବା ପାଇଁ ସ୍ପଷ୍ଟ ସଙ୍କେତ ଦେଉଛି । ପଶ୍ଚିମବଙ୍ଗରେ ପରିବର୍ତ୍ତନ ହେବ ଏବଂ ଏକ ନୂତନ ବିକଶିତ ବଙ୍ଗଳାର ନିର୍ମାଣ ହେବାର ସମୟ ଉପନୀତ ହୋଇଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ଏହି ପ୍ରଚାର କାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଅନ୍ନ ପ୍ରସାଦ ବିତରଣ କରିଥିଲେ

Posted in ଦେଶ ବିଦେଶ and tagged .