ଓଡ଼ିଶାର ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ, ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ


ଭୁବନେଶ୍ୱର: ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ପାଇଁ ଜିଲ୍ଲା ଯୋଜନା କମିଟି ଗଠନ କରାଯାଇଛି। ଏହି କମିଟିରେ ୪ ଜଣ ମନ୍ତ୍ରୀଙ୍କ ସମେତ ୨୬ ଜଣ ବିଧାୟକଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲା ସ୍ତରରେ ଯୋଜନା ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏହି କମିଟି ମୁଖ୍ୟ ଭୂମିକା ଗ୍ରହଣ କରିବ।

ନୂତନ ଘୋଷଣା ଅନୁଯାୟୀ, ଅନୁଗୁଳ- ଅଶୋକ ମହାନ୍ତି,
ବଲାଙ୍ଗିର- ଲକ୍ଷ୍ମଣ ବାଗ୍‌
ବାଲେଶ୍ବର- ପଦ୍ମଲୋଚନ ପଣ୍ଡା,
ବରଗଡ଼- ଅଶ୍ବିନୀ କୁମାର ଷଡ଼ଙ୍ଗୀ
ଭଦ୍ରକ- ସିତାଂଶୁ ଶେଖର ମହାପାତ୍ର,
ବୌଦ୍ଧ- କହ୍ନାଇ ଚରଣ ଡାଙ୍ଗ
କଟକ- ଛବି ମଲ୍ଲିକ,
ଦେବଗଡ଼- ମନ୍ତ୍ରୀ ସୁରେଶ ପୂଜାରୀ
ଢେଙ୍କାନାଳ- ସୀମାରାଣୀ ନାୟକ,
ଗଜପତି- ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଗଞ୍ଜାମ- ପୂର୍ଣ୍ଣଚନ୍ଦ୍ର ସେଠୀ,
ଜଗତସିଂହପୁର- ଅମରେନ୍ଦ୍ର ଦାସ
ଯାଜପୁର- ଆକାଶ ଦାଶନାୟକ,
ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ
କଳାହାଣ୍ଡି- ସୁଧିର ରଂଜନ ପାଟ୍ଟଯୋଶୀ
କନ୍ଧମାଳ- ଉମା ଚରଣ ମଲ୍ଲିକ
କେନ୍ଦ୍ରାପଡ଼ା- ଡ. ଦୁର୍ଗା ପ୍ରସନ୍ନ ନାୟକ
କେନ୍ଦୁଝର- ଫକୀର ମୋହନ ନାଏକ
ଖୋର୍ଦ୍ଧା- ପ୍ରଶାନ୍ତ କୁମାର ଜଗଦ୍ଦେବ,
କୋରାପୁଟ- ରଘୁରାମ ମାଛ
ମାଲକାନଗିରି- ନରସିଂହ ମାଡକାମୀ,
ମୟୂରଭଞ୍ଜ- ଭାସ୍କର ମଢେଇ
ନବରଙ୍ଗପୁର- ଗୌରିଶଙ୍କର ମାଝୀ,
ନୟାଗଡ଼- ଦୁଷ୍ମନ୍ତ କୁମାର ସ୍ବାଇଁ
ନୂଆପଡ଼ା- ଜୟ ଢୋଲକିଆ,
ପୁରୀ- ଓମ୍‌ ପ୍ରକାଶ ମିଶ୍ର
ରାୟଗଡ଼ା- ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ସମ୍ବଲପୁର- ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ସୁବର୍ଣ୍ଣପୁର- ରଘୁନାଥ ଜଗଦଲା
ସୁନ୍ଦରଗଡ଼- ଦୁର୍ଗା ଚରଣ ତନ୍ତି

Posted in ରାଜ୍ୟ.