ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ

ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ

ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ମାନେ CBSE ଅଫିସିଆଲ୍ ୱେବସାଇଟରୁ ନିଜର ପରୀକ୍ଷା ଫଳ ପାଇ ପାରିବେ । cbse.gov.in, results.cbse.nic.in, results.digilocker.gov.in ଓ UMANG Appରେ ରେଜଲ୍ଟ ଉପଲବ୍ଧ । ଚଳିତବର୍ଷ ସାରା ଦେଶରୁ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଛନ୍ତି । ଓଡ଼ିଶାରୁ ଅଛନ୍ତି ୧ଲକ୍ଷ ପରୀକ୍ଷାର୍ଥୀ ।

ସବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାଗୁଡ଼ିକ ସମସ୍ତ ଦିନ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହୋଇଥିଲା ,ସକାଳ ୧୦ଟା ୩୦ ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ । ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିବା ପାଇଁ,ଛାତ୍ରଛାତ୍ରୀମାନଙ୍କୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସମେତ ପ୍ରତ୍ୟେକ ବିଷୟରେ ଅତି କମରେ ୩୩% ଏବଂ ସାମଗ୍ରିକ ଭାବରେ ୩୩% ନମ୍ବର ରଖିବାକୁ ପଡିବ। ଏହି ନିୟମଗୁଡ଼ିକ ବୋର୍ଡର ସାଧାରଣ ଏବଂ ବର୍ତ୍ତମାନର ନିୟମ ଅଟେ ।

ଚଳିତବର୍ଷ ଦୁଇ ଥର ବୋର୍ଡ ପରୀକ୍ଷା କରିବା ନେଇ CBSE ନିଷ୍ପତି ନେଇଥିବାରୁ ଶୀଘ୍ର ପ୍ରକାଶ ପାଉଛି ରେଜଲ୍ଟ। ମେ’ ୧୫ ରୁ ଦ୍ବିତୀୟ ପର୍ଯ୍ୟାୟ ବୋର୍ଡ ପରୀକ୍ଷା। ଯେଉଁମାନେ ଚାହିବେ ଦ୍ୱିତୀୟ ବୋର୍ଡ ପରୀକ୍ଷା ଦେଇ ପାରିବେ।

Posted in ଦେଶ ବିଦେଶ and tagged .