ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ପ୍ରଗତି ଓ ଭିତ୍ତିଭୂମି ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶାର ରେଳ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ପାଇଁ ୧୦,୯୨୮ କୋଟି ଟଙ୍କାର ଐତିହାସିକ ଅନୁଦାନ ପ୍ରଦାନ କରାଯାଇଛି, ଯାହା ‘ପୂର୍ବୋଦୟ ମିଶନ’ ଅଧୀନରେ ଓଡ଼ିଶାକୁ ମିଳିଥିବା ଏହି ରେକର୍ଡସଂଖ୍ୟକ ଅନୁଦାନ ରାଜ୍ୟର ପ୍ରଗତି ପଥକୁ ପ୍ରଶସ୍ତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ […]
Continue readingCategory Archives: ରାଜନୀତି
ବଜେଟ ନୈରାଶ ଜନକ ବୋଲି କହିବା ପାଇଁ ନୈତିକତା ସାହସ ନାହିଁ – ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
ଚଳିତ ବଜେଟ ନେଇ ସରକାରୀ ଏବଂ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ବଜେଟ୍ ୨୦୨୬କୁ ନିରାଶଜନକ କହିଥିଲେ ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବଜେଟ ନୈରାଶ ଜନକ ବୋଲି ନବୀନଙ୍କ ମନ୍ତବ୍ୟ ପରେ କଡା କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିରୋଧୀ ଦଳ ଭାବେ ବିରୋଧ କରିବାକୁ ନବୀନ ବାବୁ ଏମିତି ବୟାନ ଦେଇଛନ୍ତି | ନବୀନଙ୍କ ପାଖରେ ନୈତିକତା ସାହସ ନାହିଁ କହିବାକୁ […]
Continue readingକେନ୍ଦ୍ର ବଜେଟ୍ ୨୦୨୬-୨୭’ କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ଏହା ‘ବିକଶିତ ଭାରତ’ର ମୂଳଦୁଆ
ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଐତିହାସିକ ଏବଂ ଦୂରଦୃଷ୍ଟିସମ୍ପନ୍ନ ବୋଲି ଅଭିହିତ କରିଛନ୍ତି।ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଗତ ଏହି ବଜେଟ୍ ୨୦୪୭ ସୁଦ୍ଧା ଭାରତକୁ ଏକ ‘ବିକଶିତ ରାଷ୍ଟ୍ର’ରେ ପରିଣତ କରିବା ପାଇଁ ଏକ ମଜଭୁତ ମୂଳଦୁଆ ପକାଇବ। ଏହା ଦେଶର […]
Continue readingମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ସୁନେତ୍ରା ପାୱାର
ଅଜିତ ପାୱାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନୂତନ ଦାୟିତ୍ୱ ସହିତ ସେ ଏକ ନୂତନ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ସେ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ପାଠ କରାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ଦଳୀୟ ନେତାମାନେ ସୁନେତ୍ରା ପାୱାରଙ୍କୁ ସେମାନଙ୍କର […]
Continue readingମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ହୋଇଛି । ଏନସିପି ନେତା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ମହାରାଷ୍ଟ୍ରର ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ବିମାନରେ ୬ ଜଣ ରହିଥିଲେ । ସମସ୍ତଙ୍କ ୫ ଜଣ ଅଧିକାରୀଙ୍କ ସହିତ ଅଜିତ ପାୱାର ମଧ୍ୟ ଥିଲେ । ସମସ୍ତଙ୍କ ମ୍ତ୍ୟୁ ହୋଇଥିବା ଡିଜିସିଏ କହିଛି । ସୂଚନା ଅନୁଯାୟୀ, […]
Continue readingମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ , ନିଜେ ନବୀନ ବାବୁ ମିଛ କହୁଛନ୍ତି – ନିଲମ୍ବନ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର
ନିଲମ୍ବନ ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର l ଶନିବାର ନିଜ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅରବିନ୍ଦ କହିଛନ୍ତି, ମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ l ନିଜେ ନବୀନ ବାବୁ ମିଛ କହୁଛନ୍ତି l ମୋ ସମ୍ପର୍କରେ ବିଜେଡି ନେତାମାନେ ୮ ପ୍ରକାରରୁ ଅଧିକ ମିଛ କହିଥିବା ଅରବିନ୍ଦ ମହାପାତ୍ର କହିଛନ୍ତି […]
Continue readingମହମ୍ମଦ ମୋକିମଙ୍କ ସମର୍ଥକ ମାନେ ଦଳରୁ ଯାଇଛନ୍ତି – କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ
କଂଗ୍ରେସରୁ ୪୧ ନେତାଙ୍କ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ । ସେ କହିଛନ୍ତି କିଛି ମାସ ପୂର୍ବରୁ ଦଳରୁ ବିଦା ହୋଇଥିବା ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ସମର୍ଥକ ମାନେ ଦଳରୁ ଯାଇଛନ୍ତି । ଯେଉଁମାନେ ଆଜି ସାମ୍ବାଦିକ ସମ୍ମିଳନୀ କରୁଥିଲେ ସେମାନେ କଂଗ୍ରେସର ନୁହନ୍ତି । ତେଣୁ ସେମାନେ ଗଲେ କି ରହିଲେ କଂଗ୍ରେସର କିଛି ଫରକ ପଡ଼ିବାରେ ନାହିଁ । ପିସିସି ସଭାପତି ଭକ୍ତ ଚରଣ […]
Continue readingନବୀନ ନିବାସ ଆଗରେ ଭିଡ଼ ଲଗାଇଛନ୍ତି ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ
ନବୀନ ନିବାସ ଆଗରେ ଭିଡ଼ ଲଗାଇଛନ୍ତି ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । କାହିଁକି ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଗଲା ତାହାକୁ ନେଇ ଜବାବ ଜାଣିବାକୁ ଆସିଛନ୍ତି ସମର୍ଥକ । ପାଟକୁରାକୁ ନ୍ୟାୟ ଦିଅ ବୋଲି ସମର୍ଥକ ମାନେ କହିଛନ୍ତି । ଅରବିନ୍ଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ସମର୍ଥକ । ବିରାଟ ପଟୁଆରରେ ପାଟକୁରାରୁ ଶହ ଶହ ସମର୍ଥକ ଆସି ଭିଡ ଲଗାଇଛନ୍ତି । ନବୀନଙ୍କୁ ଭେଟିବାକୁ ଆସିଛନ୍ତି […]
Continue readingନବୀନ ନିବାସରେ ଦଳର ବଡ ବୈଠକ,ବୈଠକ ପରେ ପ୍ରୀତିରଞ୍ଜନ ଘଡାଇଙ୍କ ବିସ୍ପୋରକ ବୟାନ
ବିଜେଡିରେ ପୁଣି ହଲଚଲ । କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି । ଏହି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନାଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ନିକଟରେ ଦଳ ଦୁଇ ଜଣ ସିଟିଂ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଦଳରେ କମ୍ପନ ସୃଷ୍ଟି ହୋଇଥିଲା । ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କୁ ନିଲମ୍ବନ କରାଯିବା ପରେ ଆଜି ନବୀନ ନିବାସରେ ଏହି ବଡ […]
Continue readingବିଧାୟକଙ୍କସହ ନିର୍ବାଚନ ମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କଲେ ନବୀନ
ନବୀନ ନିବାସରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୧୦ ଜଣ ବିଧାୟକଙ୍କ ସହ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି। ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ପଚାରି ବୁଝିବା ସହ ଲୋକଙ୍କ ସୁବିଧା ଅସୁବିଧାକୁ ଗୁରୁତ୍ଵ ଦେବା ପାଇଁ ଶ୍ରୀ ପଟ୍ଟନାୟକ କହିଥିଲେ। […]
Continue reading









