ବିହାର ବିଧାନସଭା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଭୂମିକା ଗ୍ରହଣ କରି ଦଳ ପାଇଁ ବିଜୟର ପଥ ପରିଷ୍କାର କରିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଝାରସୁଗୁଡ଼ା ଓ ସମ୍ବଲପୁର ଗସ୍ତ ସମୟରେ ବିପୁଳ ଓ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ତାଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ଲାଗି […]
Continue readingCategory Archives: ରାଜନୀତି
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀପାବଳି ଚିଠି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠିକୁ ନେଇ ରାଜନୀତି ମହଲରେ ଚର୍ଚା ହେଉଛି । ବିରୋଧୀମାନେ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ନେଇ ନାପସନ୍ଦ କରିଛନ୍ତି । ଦୀପାବଳି ଅବସରରେ ଭାରତୀୟ ନାଗରିକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଅପରେସନ୍ ସିନ୍ଦୂରର ସଫଳତା ପ୍ରସଙ୍ଗରେ ଭଗବାନ ରାମଙ୍କ ବିଷୟ ଉଲ୍ଲେଖ କରିଥିଲେ। ଯାହାକୁ ନେଇ ବିରୋଧୀମାନେ ଦୀପାବଳିରେ ମୋଦି ଫାଇଦା ନେବାକୁ ଚାହୁଁଥିବା ସେମାନେ ଅଭିଯୋଗ କରିଛନ୍ତି । ଲେଖିଥିବା ଚିଠିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ […]
Continue readingଘାସିରାମ ମାଝୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି
ନୂଆପଡା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ନୂଆପଡା ଥାନାରେ ରୁଜୁ ହୋଇଥିବା ଦୁଇଟି ଅଭିଯୋଗର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ହୋଇନାହିଁ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି) ଅଭିଯୋଗ ଆଣିଛି। ସାଧାରଣ ନିର୍ବାଚନ-୨୦୨୪ରେ ଦୁଇଟି ଅଭିଯୋଗ ୧୪୬/୨୦୨୨ ଏବଂ ୧୦/୨୦୧୮ ସଂପର୍କରେ ଶ୍ରୀ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଉଲ୍ଲେଖ କରିଥିଲେ, ଯାହାକି ବର୍ତମାନ ସୁଦ୍ଧା ମାନ୍ୟବର ଏସ୍ଡିଜେଏମ୍ କୋର୍ଟରେ ବିଚାରଧ୍ଵନ ଅଛି। ମାତ୍ର ଚଳିତ ଉପନିର୍ବାଚନ […]
Continue readingନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ୭୧-ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନୂଆପଡା ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା, ସମର୍ଥକ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ନାମାଙ୍କନ ପରେ ମିଡିଆ ସହିତ କଥାହେବା ସମୟରେ ସ୍ନେହାଙ୍ଗିନୀ ଛୁରିଆ ଶ୍ରଦ୍ଧାର ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ […]
Continue readingବିହାର ନିର୍ବାଚନ-୨୦୨୫: କାହାର ହେବ ବାଜିମାତ
ବିହାରରେ ୬ ଓ ୧୧ ନଭମ୍ବର ୨୦୨୫ରେ ଦୁଇ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୪୩ ଆସନ ପାଇଁ ବିହାର ବିଧାନସଭା ନିର୍ବାଚନର ଫଳାଫଳ ୧୪ ନଭମ୍ବରରେ ଘୋଷଣା ହେବ। ରାଷ୍ଟ୍ରୀୟ ଲୋକତନ୍ତ୍ରୀୟ ଗଠବନ୍ଧନ (ଏନ୍ଡିଏ) ଓ ମହାଗଠବନ୍ଧନ (ଇଣ୍ଡିଆ ବ୍ଲକ୍) ମଧ୍ୟରେ କଡ଼ା ସଂଘର୍ଷ ହେବାର ଅନୁମାନ କରାଯାଉଛି । ତେବେ ପ୍ରସ୍ତୁତି ପର୍ଯ୍ୟାୟରେ ଆସନ ବିତରଣ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିବାଦକୁ ନେଇ ଦୁଇ ମେଣ୍ଟ ଭିତରେ ସ୍ପଷ୍ଟତା ନାହିଁ । ପୂର୍ବରୁ […]
Continue readingସ୍ନେହାଙ୍ଗିନୀଙ୍କ ଉପରେ ଭରସା
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ସ୍ନେହାଙ୍ଗିନୀଙ୍କ ଉପରେ ଦଳ ଭରସା କରିଛି। ସ୍ନେହାଙ୍ଗିନୀ ଛୁରିଆ ଶିକ୍ଷକତାରୁ ରାଜନୀତିକୁ ଆସିଥିଲେ। ୨୦୧୪ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ହସ୍ତତନ୍ତ, ବୟନଶିଳ୍ପ ବିଭାଗ ପାଇଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି। ଆଡଗାଁ ବାଳିକା ବିଦ୍ୟାଳୟରେ ୧୯୯୫ରେ ଶିକ୍ଷକତା ଆରମ୍ଭ କରିଥିଲେ। ୧୯୯୭ରେ ଚାକିରି ଛାଡ଼ି ରାଜନୀତିକୁ ଆସିଲେ। ପ୍ରଥମ ଥର ପଞ୍ଚାୟତ ନିର୍ବାଚନରେ କ୍ୟାରିୟର ଆରମ୍ଭ କଲେ। ତଲମେଣ୍ଡା ପଞ୍ଚାୟତରୁ ସମିତିସଭ୍ୟ ଭାବେ […]
Continue readingଜୟ ଢୋଲକିଆଙ୍କ ଯୋଗଦାନ ନୂଆପଡ଼ାରେ ବିଜେପି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବ : ମନମୋହନ ସାମଲ
ଭୁବନେଶ୍ୱର,ତା.୧୧/୧୦: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ଦିବଂଗତ ନେତା ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ […]
Continue readingହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କଟକ ସହର ହେଉଛି ହଜାର ବର୍ଷର ସହର। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର। କିନ୍ତୁ ଗତ କିଛି ଦିନ ଧରି କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ […]
Continue readingଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମେଡିଏସନ ଭଳି ପଦକ୍ଷେପ ସମାଜ ଜୀବନକୁ ସହଜ କରୁଛି -ଧର୍ମେନ୍ଦ୍ର ପ୍ରଧାନ
ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲା ଶୂନକୁ ଆଣିବା ତଥା ପେଣ୍ଡିଂ କେସ୍ ହ୍ରାସ କରିବା ଭାରତୀୟ ନ୍ୟାୟ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେବା ଦରକାର ବୋଲି ରବିବାର ଭୁବନେଶ୍ୱର ଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା(ମେଡିଏସନ) କର୍ମଶାଳାର ଉଦଯାପନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଧ୍ୟସ୍ଥତାର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ଭଦ୍ର ଓ ସଚେତନ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ […]
Continue readingନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନରେ ବିଜେପିର ଜିତିବାର ସମ୍ଭାବନା ବେଶୀ
ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ହେବ । ବିଜେଡିର ବିଧାୟକ ଥିବା ରାଜେନ୍ଦ୍ର ଢ଼ୋଲକିଆ ଙ୍କ ମୃତ୍ୟୁ ପରେ ଏହି ନିର୍ବାଚନ 6 ମାସ ଭିତରେ କରିବାକୁ ପଡ଼ିବ । ଏହି ଆସନରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେବ ବୋଲି ଆଲୋଚନା ହେଉଛି । କିନ୍ତୁ ବିଜେପି ଏହି ଉପନିର୍ବାଚନ ଜିତିବା ସଂଭାବନା ଅଧିକ ରହିଛି । କାରଣ ସରକାରୀ ଦଳର ସଦସ୍ୟ ସଦାବେଳେ ଉପନିର୍ବାଚନରେ ବିଜୟୀ ହେବା ଦେଖାଯାଇଛି । […]
Continue reading