ଆଜି ପବିତ୍ର ଦ୍ୱାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ

ଆଜି ପବିତ୍ର ଦ୍ୱାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ

ଶ୍ରୀକ୍ଷେତ୍ରରେ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ଶେଷ ହେବା ପରେ ଆଜି ପବିତ୍ର ଦ୍ୱାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା। ଶ୍ରୀଜୀଉଙ୍କ ଅଧର (ଓଷ୍ଠ) ଉଚ୍ଚାର ଉଚ୍ଚ ମାଟି ହାଣ୍ଡିରେ ଏହି ମହାପ୍ରସାଦ ପଣା ସମର୍ପଣ କରାଯାଇଥିଲା। ଭୋଗ ଲାଗି ହେବା ପରେ ନିୟମ ଅନୁସାରେ ରଥ ଉପରେ ସେହି ପଣା ହାଣ୍ଡିଗୁଡ଼ିକୁ ଭଙ୍ଗାଯାଇଥିଲା। […]

Continue reading →
ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବାକୁ ଦେଲେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ପଡ଼ିବ

ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବାକୁ ଦେଲେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ପଡ଼ିବ

ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବାକୁ ଯୋଜନା କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଅର୍ଥ ବିଭାଗ କଡ଼ା ନିର୍ଦ୍ଦେଶ ଜାରି କରିଛି। ଏଣିକି ଏଭଳି ଯାତ୍ରା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବା ସହ ମୁଖ୍ୟାଳୟ ଛାଡ଼ିବା ପାଇଁ ଆବଶ୍ୟକ ପୂର୍ବାନୁମତି ନେବାକୁ ପଡ଼ିବ। ଜୁଲାଇ ୨୧ରେ ଜାରି ସର୍କୁଲାରରେ ଅତିରିକ୍ତ ସଚିବ ତଥା ଏଷ୍ଟାବ୍ଲିସମେଣ୍ଟ ଅଫିସର ସାଗରିକା ହୋତା ସ୍ପଷ୍ଟ କରିଛନ୍ତି ଯେ, କାଜୁଆଲ୍ […]

Continue reading →
ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛି ବିରୋଧୀ ଦଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛି ବିରୋଧୀ ଦଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସଂସଦର ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ ପୋଷ୍ଟରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇ ସୁରକ୍ଷା ନିୟମ ଭଙ୍ଗ କରିବା ସହ ସାଧାରଣ ଜନତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ବିରୋଧୀଙ୍କ କେବଳ ଏକ ରାଜନୈତିକ ନାଟକବାଜି । ସରକାର ନିଟ୍ […]

Continue reading →
ଆସୁଛି ‘ଷ୍ଟେଟ୍ ସ୍ପେଶାଲ ସେଲ୍’, ପ୍ରତିଟି ପ୍ରୋଜେକ୍ଟ ହେବ ହାଇ-ଟେକ୍!

ଆସୁଛି ‘ଷ୍ଟେଟ୍ ସ୍ପେଶାଲ ସେଲ୍’, ପ୍ରତିଟି ପ୍ରୋଜେକ୍ଟ ହେବ ହାଇ-ଟେକ୍!

ରାଜ୍ୟରେ ବୃହତ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ପୁଞ୍ଜି ଖର୍ଚ୍ଚ ପାଇଁ ଚଳିତ ବର୍ଷ ସରକାର ୬୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏହି ବ୍ୟୟ ବରାଦକୁ ସଠିକ ଭାବେ ଖର୍ଚ୍ଚ କରିବାକୁ ହେଲେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ନକ୍ସା ପ୍ରସ୍ତୁତି ବିଳମ୍ବ ହେଲେ ପ୍ରକଳ୍ପ କାମ ବି ବିଳମ୍ବିତ ହେଉଛି । ଏହାଦ୍ବାରା ସମୟ ସୀମା ବୃଦ୍ଧି ହେବା […]

Continue reading →
ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଲଘୁଚାପ ବର୍ଷା ,ଶନିବାର ପାଇଁ ଓଡ଼ିଶା ସମେତ ୧୫ ରାଜ୍ୟକୁ ଝଡ଼ ବର୍ଷା ନେଇ ଆଲର୍ଟ ଜାରି

ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଲଘୁଚାପ ବର୍ଷା ,ଶନିବାର ପାଇଁ ଓଡ଼ିଶା ସମେତ ୧୫ ରାଜ୍ୟକୁ ଝଡ଼ ବର୍ଷା ନେଇ ଆଲର୍ଟ ଜାରି

ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଲଘୁଚାପ ବର୍ଷା । ଆହୁରି ୨ଦିନ ବର୍ଷିବ । ଶନିବାର ପାଇଁ ଓଡ଼ିଶା ସମେତ ୧୫ ରାଜ୍ୟକୁ ଝଡ଼ ବର୍ଷା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୪ରେ ପୁଣି ଏକ ଘୂର୍ଣ୍ଣିବଳୟ ନେଇ ପୂର୍ବାନୁମାନ କରାଯାଇଛି । ଲଗାଣ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । କିଛି ସ୍ଥାନରେ ନଈ ଉଚ୍ଛୁଳୁଛି । କିଛି ସ୍ଥାନରେ ବନ୍ଧ ବାଡ଼ ଡେଇଁ […]

Continue reading →
ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ର  ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀ ଗୋବର୍ଦ୍ଧନ ପୀଠ ପରିଦର୍ଶନ କରିବା ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Continue reading →
ରଥଯାତ୍ରା ମାନବ ସମାଜକୁ ଏକତାର ସୂତ୍ରରେ ବାନ୍ଧିରଖେ – ଧର୍ମେନ୍ଦ୍ର ପ୍ରଧାନ

ରଥଯାତ୍ରା ମାନବ ସମାଜକୁ ଏକତାର ସୂତ୍ରରେ ବାନ୍ଧିରଖେ – ଧର୍ମେନ୍ଦ୍ର ପ୍ରଧାନ

ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀକ୍ଷେତ୍ର ପୁରୀ ଗସ୍ତ କରି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବା ସହ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରିଛନ୍ତି । ଏହି ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରଥଯାତ୍ରା ସମସ୍ତଙ୍କ ପାଇଁ ଏକ ପବିତ୍ର ଓ ଗୌରବମୟ ଦିନ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜକୁ ଏକତାର ସୂତ୍ରରେ ବାନ୍ଧିବାର ଏକ ଅନନ୍ୟ ଗଣପର୍ବ […]

Continue reading →
ହରିଦାସପୁର-ପାରାଦୀପ ରେଳ ଲାଇନର ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ହରିଦାସପୁର-ପାରାଦୀପ ରେଳ ଲାଇନର ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶାର ୭୪ କିଲୋମିଟର ପାରାଦୀପ-ହରିଦାସପୁର ରେଳ ଲାଇନର ଦୋହରୀକରଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମ୍ପୂର୍ଣ୍ଣ ସରକାରୀ ପୁଞ୍ଜିନିବେଶ ଏବଂ ମୋଡ୍‌ରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ବୃହତ ପ୍ରକଳ୍ପ ପାଇଁ ଅନୁମାନିକ […]

Continue reading →
କେନ୍ଦ୍ର କ୍ୟାବିନେଟ୍ ବୁଧବାର ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ,ପାରାଦୀପ – ହରିଦାସପୁରର ଦୋହରିକରଣକୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି

କେନ୍ଦ୍ର କ୍ୟାବିନେଟ୍ ବୁଧବାର ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ,ପାରାଦୀପ – ହରିଦାସପୁରର ଦୋହରିକରଣକୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି

କେନ୍ଦ୍ର କ୍ୟାବିନେଟ୍ ବୁଧବାର ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛି । କେନ୍ଦ୍ର କ୍ୟାବିନେଟରେ ପାରାଦୀପ – ହରିଦାସପୁରର ଦୋହରିକରଣକୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହାସହିତ ରାଜଖରସ୍ୱାନ ଓ ଡାଙ୍ଗୋପୋସିର ଚତୁର୍ଥ ଲେନ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି । ଦୁଇ ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୩,୯୦୭ କୋଟି ଟଙ୍କା । ଓଡ଼ିଶା ଏବଂ ଝାଡ଼ଖଣ୍ଡ ରାଜ୍ୟର ୪ଟି ଜିଲ୍ଲାକୁ କଭର କରୁଥିବା ଦୁଇ ପ୍ରକଳ୍ପ ଭାରତୀୟ ରେଳବାଇର ନେଟୱାର୍କକୁ ପ୍ରାୟ ୧୪୫ କିଲୋମିଟର […]

Continue reading →
ଅର୍ଥାଭାବ ଯୋଗୁ ଉଚ୍ଚଶିକ୍ଷାରୁ ବଞ୍ଚିତ ରହିବେନି ଛାତ୍ରଛାତ୍ରୀ, ଏଣିକି କେଜିରୁ ପିଜି ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ ଛାତ୍ରଛାତ୍ରୀ

ଅର୍ଥାଭାବ ଯୋଗୁ ଉଚ୍ଚଶିକ୍ଷାରୁ ବଞ୍ଚିତ ରହିବେନି ଛାତ୍ରଛାତ୍ରୀ, ଏଣିକି କେଜିରୁ ପିଜି ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ ଛାତ୍ରଛାତ୍ରୀ

ଅର୍ଥାଭାବ ଯୋଗୁ ଉଚ୍ଚଶିକ୍ଷାରୁ ବଞ୍ଚିତ ରହିବେନି ଛାତ୍ରଛାତ୍ରୀ। ଏଣିକି କେଜିରୁ ପିଜି ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ ଛାତ୍ରଛାତ୍ରୀ । ଘୋଷଣା ହେଲା କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ବ୍ୟବସ୍ଥା । ପୂର୍ବରୁ ଏହି ବ୍ୟବସ୍ଥା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଏଥିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏହାକୁ ପ୍ରଥମ ଶ୍ରେଣୀରୁ ପୋଷ୍ଟ ଗ୍ରାଜୁଏଟ୍ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି […]

Continue reading →